ଓଡିଶା

odisha

By

Published : May 10, 2021, 7:12 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7PM

1.କ୍ୟାବିନେଟର ବଡ ନିଷ୍ପତ୍ତି, ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର !

ଟିକା ସଂଗ୍ରହ ନିମନ୍ତେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ।

2.ବୁଲା ପଶୁଙ୍କ ପାଇଁ 60 ଲକ୍ଷ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ‘ପିପୁଲ ଫର୍ ଆନିମଲ ଇଣ୍ଡିଆ’ର ପ୍ରଶଂସା

ବୁଲା ପଶୁ ଓ ପକ୍ଷୀଙ୍କ ଖାଦ୍ୟ ପାଇଁ 60 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଚ୍ଚକୋଟୀର ପଦକ୍ଷେପକୁ ‘ପିପୁଲ ଫର୍ ଆନିମଲ ଇଣ୍ଡିଆ’ ପ୍ରଶଂସା କରିବା ସହ ଏହାର ସଠିକ୍ ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଗଠନ ।

3.ବର୍ଷା ପୂର୍ବରୁ ସରକାରଙ୍କୁ ଘାରିଲାଣି ଦୁର୍ବଳ ନଦୀବନ୍ଧ ମରାମତି ଚିନ୍ତା

ଆଗାମୀ ବର୍ଷା ଋତୁ ତଥା ମୌସୁମୀର ଆଗମନକୁ ଦେଖି ପୂର୍ବ ପ୍ରସ୍ତୁତି ଅନୁସାରେ ରାଜ୍ୟର ସମସ୍ତ ନଦୀବନ୍ଧର ସ୍ଥିତି ନେଇ ଏକ ରିପୋର୍ଟ ଦେବ ରାଜ୍ୟ ଜଳସମ୍ପଦ ବିଭାଗ ।

4.ଲକଡାଉନରେ ବୁଲିବାକୁ ଅନୁମତି ପତ୍ର, ଡିସିପି ଅଫିସ ନ ଆସି ମେଲରେ ଆବେଦନ

ଲକଡାଉନବେଳେ ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ଭ୍ରମଣ ପାଇଁ ମିଳିବ ଅନୁମତି । କମିସନରେଟ ପୋଲିସର ନିର୍ଦ୍ଦେଶ ପରେ ଡିସିପି ଅଫିସରେ ଅନୁମତି ପାଇ ଲାଗିଲା ଗହଳି ।
5.ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର, 10 ଦିନରେ 150ରୁ ଉର୍ଦ୍ଧ୍ବ ମୃତ

କୋରୋନାର ଦ୍ବିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗତ 10 ଦିନ ଭିତରେ ରାଜ୍ୟରେ 150ରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
6.ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ, ଟ୍ରଲିରେ ପ୍ରସବ କଲେ ମହିଳା

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧିନସ୍ଥ ଖରିଦା ଗ୍ରାମରେ ଜଣେ ଗର୍ଭବତୀ ଉପଯୁକ୍ତ ସମୟରେ ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହେବା ଯୋଗୁଁ ଟ୍ରଲିରେ ପ୍ରସବ କରିଥିବା ଜଣାପଡ଼ିଛି । 7.କୋଚି ବିମାନ ବନ୍ଦରରେ ପହଞ୍ଚିଲା 3.5 ଲକ୍ଷ କୋଭିସିଲ୍ଡ ଟିକା

18-45 ବର୍ଷ ବୟସ୍କଙ୍କ ପାଇଁ ପ୍ରଥମ କୋଭିସିଲ୍ଡ ଟିକା ଆଜି ପୁନେରୁ ଆସି କେଳରର କୋଚି ବିମାନ ବନ୍ଦରରେ ପହଞ୍ଚିଛି।

8.ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ରାସ୍ତା, ଅକାଳରେ ଚାଲିଗଲା ୭ ଜୀବନ

ହାଇଦ୍ରାବାଦରେ ପୁଣି ଅକ୍ସିଜେନ ଅଭାବରୁ 7 କୋରୋନା ରୋଗୀ ଜୀବନ ହାରିଛନ୍ତି । ତେବେ ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ ଅକ୍ସିଜେନ୍ ହସ୍ପିଟାଲରେ ପହଞ୍ଚି ପାରିନଥିଲା ।

9.ପତ୍ନୀ ପୂଜାଙ୍କ ସହ ପୂଜାରା ନେଲେ କୋରୋନା ଟିକା

ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ସୋମବାର ପତ୍ନୀ ପୂଜାଙ୍କ ସହ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି ।

10.ସ୍ପେନରେ ହଟିଲା କୋଭିଡ କଟକଣା, ରାସ୍ତା ଉପରେ ଉତ୍ସବ ମନାଇଲେ ଲୋକେ

ସ୍ପେନରେ ହଟିଲା କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଏନେଇ ଶନିବାର ମଧ୍ୟରାତ୍ରିରୁ ସ୍ପେନରେ ଉତ୍ସବ ପାଳନ କରିଛନ୍ତି ଲୋକେ ।

ABOUT THE AUTHOR

...view details