ଓଡିଶା

odisha

By

Published : Jan 23, 2022, 3:00 PM IST

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଆଉ ୪ ଦିନ ପରେ ପିକ୍ ଆକଳନ: ସ୍ୱାସ୍ଥ୍ୟ ନିର୍ଦେଶକ

12 ହଜାର ଦୈନିକ ସଂକ୍ରମଣ ୮ ହଜାରକୁ ଖସିଛି । ସଂକ୍ରମଣ ପିକ୍ ଛୁଇଁବ କି ନାହିଁ ତାହା ଆଉ ୨ରୁ ୪ ଦିନ ମଧ୍ୟରେ ଆକଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

2-Panchayat Polls: ନିର୍ବାଚନରେ ବିଜେଡିର ଅସଲ ମୁଖା ଖୋଲିବ କହିଲା କଂଗ୍ରେସ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କଂଗ୍ରେସ । ଏଥର ନିର୍ବାଚନରେ ବିଜେଡିର ଅସଲ ମୁଖା ଖୋଲିବା ସହ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ କଂଗ୍ରେସର ଦୃଢୋକ୍ତି ।

3-Pink Auto Service in BBSR: ରାଜଧାନୀରେ ମହିଳାଙ୍କ ପାଇଁ ପିଙ୍କ୍ ଡ୍ରାଇଭର, ଅଟୋ-ଟ୍ୟାକ୍ସି ଓ ବାଇକରେ ଗଲେ ନିରାପଦ ଯାତ୍ରା

ଏଥର ରାଜଧାନୀରେ ମହିଳାଙ୍କ ଯାତ୍ରା ହେବ ସୁରକ୍ଷିତ। ରାଜଧାନୀରେ ପିଙ୍କ୍ ଅଟୋର ବଦଳିବ ରୂପରେଖ । ଅସୁବିଧାରେ ପଡ଼ିଲେ ସ୍ବିଚ ଟିପିବା ମାତ୍ରେ ଅଟୋ ନିକଟରେ ପହଞ୍ଚିବ କମିଶନରେଟ ପୋଲିସ ।

4-Netaji Birth Anniversary: ପ୍ରତିମୂର୍ତ୍ତିରେ କଂଗ୍ରେସ-ବିଜେପିର ଶ୍ରଦ୍ଧାଞ୍ଜଳି

ଆଜି(ରବିବାର) ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଛି କଂଗ୍ରେସ ଓ ବିଜେପି ।

5-Panchayat Poll: ବିଜେପି ଛାଡି ବିଜେଡିରେ ମିଶିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଗୁମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ । ଆଜି ନିଜ ସମର୍ଥକଙ୍କ ସହ ସେ ଦଳରେ ଯୋଗ ଦେଇଛନ୍ତି ।

6-ଘରକୁ ଫେରିବେ ଅପହୃତ ମିରାମ ତାରୋନ

ମିଳିଲା ନିଖୋଜ ଅରୁଣାଚଳ ପୁଅ ମିରାମ ତାରୋନଙ୍କ ପତ୍ତା । ଗତ ଜାନୁଆରା ୨୦ ତାରିଖରେ ଚୀନ ପିପୁଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ନାବାଳକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା ।

7-ପ୍ରଜନନ କ୍ଷମତା ଉପରେ ନାହିଁ କୋରୋନା ଟିକା ପ୍ରଭାବ: ରିପୋର୍ଟ

କୋରୋନା ଟିକା ନେବା ପରେ ଏହା ପ୍ରଜନନ କ୍ଷମତା ଉପରେ ବିଶେଷ ପ୍ରଭାବ ପକାଉ ନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

8-ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା କରିବାକୁ ଦିଦିଙ୍କ ଦାବି

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କ ଜୟନ୍ତୀଙ୍କୁ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

9-କୋରୋନା ପାଇଁ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ

ଚାରିଆଡେ ଆତଙ୍କ ଖେଳାଇଛି ମହାମାରୀ । କୋରୋନା ପାଇଁ ନିଜ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ ।

10-BWF Odisha Open 2022: ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ BWF ଟୁର୍ଣ୍ଣାମେଣ୍ଟ । ଆସନ୍ତା 25 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଡବ୍ଲୁଏଫ ଓଡିଶା-ଓପନ-2022। ପ୍ରତିଯୋଗିତାରେ ପ୍ରାୟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ ।

ABOUT THE AUTHOR

...view details