ଓଡିଶା

odisha

By

Published : Nov 2, 2021, 1:02 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଅନିଲଙ୍କ ପରେ ଟାର୍ଗେଟରେ ଅଜିତ, ସମ୍ପତ୍ତି ଜବତ ପାଇଁ ନୋଟିସ

ସୋମବାର ରାତିରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହେବା ପରେ ମଙ୍ଗଳବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ଆକ୍ସନ ନେଇଛି ଆୟକର ବିଭାଗ ।

2. ସମ୍ପୂର୍ଣ୍ଣ ଟୀକାକରଣ ଲକ୍ଷ୍ୟ, ବୁଧବାର ଜିଲ୍ଲାପାଳଙ୍କ ସହ ମୋଦିଙ୍କ ଆଲୋଚନା

ଟୀକାକରଣ ଅଭାବ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଦିନ ୧୨ ରେ ବସିବ ବୈଠକ ।

3. ଭୁବନେଶ୍ବର-ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ବର ଏବଂ ରାଜସ୍ଥାନର ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନ ସେବା । ଭର୍ଚୁଆଲ ଯୋଗେ ବିମାନ ସେବାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ।

4. ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ ନେଇ ଆଲୋଚନା

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏଥିରେ ଅଧ୍ୟକ୍ଷତା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

5. ଆଜି ଆସିବ ୩ ଲୋକସଭା, ୨୯ ବିଧାନସଭା ଉପନିର୍ବାଚନ ଫଳାଫଳ

ଆଜି ପ୍ରକାଶ ପାଇବ ୩ ଲୋକସଭା ଏବଂ ୨୯ ବିଧାନସଭା ଉପନିର୍ବାଚନ ଫଳାଫଳ । ଗତ ୩୦ ରେ ହୋଇଥିଲା ମତଦାନ ।

6. କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଗ୍ରୀନ ସିଗନାଲ

ଭାରତକୁ ଆଉ ଏକ ସଫଳତା । ଭାରତ ବାୟୋଟେକରେ ତିଆରି କୋରୋନା ପ୍ରତିଶେଧକ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର ।

7. ଆଜି ସମ୍ବଲପୁରରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବେ ନବୀନ

ଆଜି ସମ୍ବଲପୁରରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

8. ରାଜଧାନୀରେ ଛାଇଗଲେଣି ଖଣ୍ଡା ଭୁଜାଲି ଅପରାଧୀ, ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ !

ରାଜଧାନୀ ଭୁବନେଶ୍ବରରେ ଏବେ ବଢିବାରେ ଲାଗିଛି ଅପରାଧ । ଖଣ୍ଡା ଭୁଜାଲି ଧରି ଯୁଆଡେ ପାଉଛନ୍ତି ସିଆଡେ ମାତୁଛନ୍ତି । ଯାହାକୁ ନେଇ ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି ସହରବାସୀ ।

9. ‘ବଡ ଦାଣ୍ଡର ଭିକାରୀ’ରୁ ଭଜନ ସମ୍ରାଟ

ଭକ୍ତି ଆଉ ଭାବର ସେ ଥିଲେ ସମ୍ରାଟ । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । ଆଜି ଭଜନ ସମ୍ରାଟ ଭିକାରୀ ବଳଙ୍କ ୧୧ତମ ପୂଣ୍ୟତିଥୀ । ଓଡିଶା ସଙ୍ଗୀତ ଜଗତ ଥିବା ପର୍ଯ୍ୟନ୍ତ ସେ ମନେ ପଡିବେ....

10. ବଢିଲା ଫ୍ୟାନ୍ସଙ୍କ ହାର୍ଟବିଟ, ପୁଣି ମୈଦାନକୁ କମବ୍ୟାକ କରିବେ Yuvraj !

ପୁଣି ୟୁଭି ୟୁଭି ନାଁରେ ଫାଟି ପଡିବ କ୍ରିକେଟ ଷ୍ଟାଡିୟମ ! ମୈଦାନରେ ଦେଖିବାକୁ ମିଳିବ ଜର୍ସି ନଂ ୧୨ । କାରଣ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । ସେ ଆସନ୍ତା ବର୍ଷ କ୍ରିକେଟ ମୈଦାନକୁ କମବ୍ୟାକ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ।

ABOUT THE AUTHOR

...view details