ନୂଆଦିଲ୍ଲୀ:ବାରମ୍ବାର ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରା । ଆଜି (ଶୁକ୍ରବାର) ଟିଏମସି ନେତ୍ରୀ ମୋଇତ୍ରା ଦିଲ୍ଲୀରେ ରହୁଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଗତବର୍ଷ ଡିସେମ୍ବରରେ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ଏହାପରେ ସାଂସଦ ଭାବେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ନୋଟିସ୍ ପଠାଇଥିଲା । ଏହାସତ୍ତ୍ବେ ସେ ବଙ୍ଗଳା ଖାଲି କରିନଥିଲେ ।
ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ମହୁଆ ମୋଇତ୍ରାଙ୍କ ଦିଲ୍ଲୀ ବଙ୍ଗଳା ଖାଲି କରିବାକୁ ଆଜି ଇଷ୍ଟେଟ ନିର୍ଦ୍ଦେଶାଳୟ ଏକ ଟିମ୍ ପଠାଇଥିଲା । ଏହାପରେ ମୋଇତ୍ରାଙ୍କ ଉକ୍ତ ସରକାରୀ ବଙ୍ଗଳା ଖାଲି କରାଯାଇଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି । କହିରଖୁଛୁ କି, ଇଷ୍ଟେଟ ନିର୍ଦ୍ଦେଶାଳୟ ଜାନୁଆରୀ 7 ସୁଦ୍ଧା ସାଂସଦ କୋଟାରେ ମିଳିଥିବା ବଙ୍ଗଳା ଖାଲିବାକୁ ମୋଇତ୍ରାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ବଙ୍ଗଳା ଛାଡିବାକୁ ନାରଜ ହୋଇଥିଲେ ଟିଏମସି ନେତ୍ରୀ । ଏହାପରେ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପୁନର୍ବାର ନୋଟିସ୍ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍