ଓଡିଶା

odisha

By ETV Bharat Odisha Team

Published : Oct 9, 2023, 7:11 AM IST

ETV Bharat / bharat

ସାମୂହିକ ଜୀବନ ହାରିଲେ ଗୋଟିଏ ପରିବାରର 3 ସଦସ୍ୟ ! ଜଣେ ଗୁରୁତର

ଗୋଟିଏ ପରିବାରର ଜଳିଗଲେ 3 ସଦସ୍ୟ । ନିଆଁରେ ଜଳି 3 ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟ ବୋଲି ସନ୍ଦେହ କରିଛି । ଅଧିକ ପଢ଼ନ୍ତୁ

ସାମୂହିକ ଜୀବନ ହାରିଲେ ଗୋଟିଏ ପରିବାରର 3 ସଦସ୍ୟ
ସାମୂହିକ ଜୀବନ ହାରିଲେ ଗୋଟିଏ ପରିବାରର 3 ସଦସ୍ୟ

ବେଙ୍ଗାଲୁରୁ: ଗୋଟିଏ ପରିବାରର ଜଳିଗଲେ 3 ସଦସ୍ୟ । ନିଆଁରେ ଜଳି 3 ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟ ବୋଲି ସନ୍ଦେହ କରିଛି । ସେପଟେ କେଉଁ କାରଣରୁ ପରିବାର ସଦସ୍ୟମାନେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି । ଏଭଳି ସ୍ତବ୍ଧ କଲା ଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ତିର୍ଥହାଲ୍ଲିରେ ।

ତେବେ ମୃତ୍ୟୁ ହୋଇଥିବା 3 ଜଣ ହେଉଛନ୍ତି ରାଘବେନ୍ଦ୍ର (63) ତାଙ୍କ ପତ୍ନୀ ନଗରତ୍ନା (55) ଏବଂ ତାଙ୍କ ପୁଅ ଶ୍ରୀରାମ (34) । ଏହାସହ ଗୁରୁତର ଆହତ ଥିବା ଜଣଙ୍କ ରାଘବେନ୍ଦ୍ରଙ୍କ ସାନ ପୁଅ ଭରତ (30)ବୋଲି ଜଣାପଡ଼ିଛି । ପୋଲିସର ସୂଚନା ଅନୁସାରେ, କର୍ଣ୍ଣାଟକ ତିର୍ଥହାଲ୍ଲି ଅଞ୍ଚଳର ଅରଳାସୁରାଳି ଗାଁର ରାଘବେନ୍ଦ୍ର ଗାଁ ମନ୍ଦିରରେ ପୂରୋହିତ ଭାବରେ କାମ କରନ୍ତି । ତେବେ ଗତକାଲି(ରବିବାର) ସକାଳ ହୋସନଗର ରୋଡ୍‌ରେ ଗଣପତିକାଟେ ରାଇସ୍‌ ମିଲ୍‌ ପାଖରେ ଥିବା ରାଘବେନ୍ଦ୍ରଙ୍କ ଘରେ ନିଆଁ ଲାଗି ଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ସହ ଘର ଭିତରେ ଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ତେବେ ନିଆଁରେ ଜଳିଯିବା ଫଳରେ ରାଘବେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ଓ ବଡ଼ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସାନପୁଅ ଭରତଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ସେପଟେ ଏନେଇ ତୀର୍ଥହାଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।

ତେବେ ଏଭଳି ଘଟଣା ସମ୍ପର୍କରେ ଶୁଣିବା ପରେ ତୀର୍ଥହାଲ୍ଲି ବିଜେପି ବିଧାୟକ ଅର୍ଗ ଜୟେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, "ରାଘବେନ୍ଦ୍ରଙ୍କ ପରିବାର ସହ ମୋ ପରିବାରର ଘନିଷ୍ଠ ସମ୍ପର୍କ ଥିଲା । ତାଙ୍କ ପରିବାରର ସଦସ୍ୟ କ୍ରିଷ୍ଣାମୃର୍ତ୍ତି ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ପ୍ରଚାରକ ଭାବରେ କାମ କରନ୍ତି । ସେ ଆସି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ମୁଁ ସେମାନଙ୍କୁ ଗତ 40 ବର୍ଷ ଧରି ଜାଣିଛି । ରାଘବେନ୍ଦ୍ରଙ୍କ ଭାଇ ଡାକ୍ତର ଥିବା ବେଲେ ଅନ୍ୟ ଜଣେ ଟେଲିଫୋନ ବିଭାଗରେ କାର୍ଯ୍ୟ କରନ୍ତି । ଏହାସହ ତାଙ୍କ ପୁଅ ଜଣେ ବ୍ୟବସାୟୀ ଅଟନ୍ତି । ଘଟଣାସ୍ଥଲରେ FSL ଟିମ୍‌ ଆସି ପହଞ୍ଚିଛି । ପୋଲିସର ତଦନ୍ତ ପରେ ମୃତ୍ୟର କରାଣ ସାମ୍ନାକୁ ଆସିବ ।"

ଏହା ମଧ୍ୟ ପଢ଼ନ୍ତୁ.....ସାମୂହିକ ଆତ୍ମହତ୍ୟା ଘଟଣା, ଏକାଠି ଜଳିଲା ମାଆ ଓ ଝିଅଙ୍କ ଚିତା

ସେପଟେ ଶିବମୋଗା ଏସପି ମିଥୁନ କୁମାର କହିଛନ୍ତି, "ଏହା ସନ୍ଦେହ କରାଯାଉଛି ଯେ, ରାଘବେନ୍ଦ୍ରଙ୍କ ପରିବାର ଲୋକ କୌଣସି କରାଣରୁ ସମୂହ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଘର ଭିତରେ କାଠରେ ନିଆଁ ଲଗାଇ ଜୀବନ ହାରିବା ପାଇଁ ଚେଷ୍ଟା କରିଛନ୍ତି । ତିନିଜଣ ପରସ୍ପର ହାତ ଧରି ମୃତ୍ୟୁବରଣ କରିଛନ୍ତି । ରାଘବେନ୍ଦ୍ରଙ୍କ ସାନପୁଅଙ୍କ ଦେହ 50 ପ୍ରତିଶତ ଜଳିଯିବା ସହ ଗୁରୁତର ଆହାତ ଅବସ୍ଥାରେ ତାଙ୍କୁ ମେଗନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ତଦନ୍ତରୁ ସେମାନେ ଜୀବନ ହାରିଥିବା ନେଇ ଅନୁମାନ କରାଯାଉଛି । ତେବେ ତଦନ୍ତ ପରେ ପ୍ରକୃତ ଘଟଣା ବିଷୟରେ ଜଣା ପଡିବ । ପୋଲିସ ବିଭାଗ ବର୍ତ୍ତମାନ ଏନେଇ ତଦନ୍ତ ଜାରି ରଖିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details