ଓଡିଶା

odisha

By

Published : Aug 15, 2022, 10:12 PM IST

ETV Bharat / bharat

ସ୍ୱାଧୀନତା ଦିବସ ସଂଧ୍ୟାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ଆହତ

କାଶ୍ମୀରର ବଡଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ଜଣେ ସାଧାରଣ ଜନତା ଆହତ ହୋଇଥିବା ସୂଚନା । ସୁରକ୍ଷା ବଳର ଅପରେସନ ଆରମ୍ଭ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ସାଧାରଣ ନାଗରିକ ଆହତ
ସ୍ବାଧୀନତା ଦିବସରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ ସାଧାରଣ ନାଗରିକ ଆହତ

ଶ୍ରୀନଗର:ସ୍ବାଧୀନତା ଦିବସରେ ଘାଟିରେ ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ବଡଗାମ ଜିଲ୍ଲାର ଗୋପାଳପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଜଣେ ସ୍ଥାନୀୟ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସଂଧ୍ୟାରେ ଏହି ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି ଆତଙ୍କବାଦୀ ।

ଘଟଣା ସମ୍ପର୍କରେ ସୂଚନା ପାଇଁ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ଯବାନ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ଆତ୍ମଗୋପନ କିମ୍ବା ଫେରାର ହୋଇ ଯାଇଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ଆଜି ଘାଟିର ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ଶେଷ ହୋଇଛି ସ୍ବାଧୀନତା ଦିବସ ପାଳନ । ଶ୍ରୀନଗରର ଲାଲଚୌକ ଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଉଡିଛି ତ୍ରିରଙ୍ଗା । କୌଣସି ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିବା ପାଇଁ ଆଗୁଆ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ସୁରକ୍ଷା ବଳ । ତେବେ ସଂଧ୍ୟାରେ ଆତଙ୍କବାଦୀ ଏହି ଗ୍ରେନେଡ ମାଡ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details