ଓଡିଶା

odisha

By

Published : Nov 22, 2021, 9:29 PM IST

ETV Bharat / bharat

PIL Challenging CAA-NRC: ମୋଦି, ଶାହଙ୍କ ବିରୋଧରେ ଦାଏର ମାମଲା ଗ୍ରହଣ କଲେ SC

CAA-NRC କୁ ଚ୍ୟାଲେଞ୍ଜ କରି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାମରେ ଜନସ୍ବାର୍ଥ ମାମଲା । ମାମଲାକୁ ଗ୍ରହଣ କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

CAA କୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଦାୟର ଜନସ୍ବାର୍ଥ ମାମଲକୁ ଗ୍ରହଣ କଲେ SC
CAA କୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଦାୟର ଜନସ୍ବାର୍ଥ ମାମଲକୁ ଗ୍ରହଣ କଲେ SC

ଲକ୍ଷ୍ନୌ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi), ଗୃହମନ୍ତ୍ରୀ ଅମିତ ଶାହା (HM Amit Shah), ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା (J P Nadda) ଏବଂ ଏକ ପତ୍ରିକା ବିରୋଧରେ ଦାଏର ଜନସ୍ୱାର୍ଥ ମାମଲା (PIL)କୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ।

ନାଗରିକତ୍ୱ ସଂଶୋଧନ ଅଧିନିୟମ (citizenship amendment Act), ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (National Register of Citizens-NRC) ମାଧ୍ୟମରେ ନିଜର ରାଜନୈତିକ ଲାଭ ଓ ଅଭିଳାଷକୁ ପୂରଣ କରିବା ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଏହି ବିବାଦୀୟ ଆଇନ ଆଣିଛି ବୋଲି ମାମଲାରେ ଦର୍ଶାଇଛନ୍ତି ଆବେଦନକାରୀ ତଥା ଉତ୍ତର ପ୍ରଦେଶ ଅଲିଗଡର ଆଇନଜୀବୀ ଖୁରସିଦୁର ରହମାନ ଶେରୱାନି ।

CAA କୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଦାୟର ଜନସ୍ବାର୍ଥ ମାମଲକୁ ଗ୍ରହଣ କଲେ SC

ଆବେଦନକାରୀ ଓକିଲ ଖୁରସିଦୁର ରେହମାନ ଶେରୱାନି 2021 ମସିହା ସେପ୍ଟେମ୍ବର 1 ରେ ସୁପ୍ରିମକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ତେବେ ତାକୁ ଆଜି ସର୍ବୋଚ୍ଚକୋର୍ଟ ଗ୍ରହଣ କରିଛନ୍ତି । କେବଳ ରଜନୈତିକ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ମାଧ୍ୟମରେ ଦେଶବ୍ୟାପୀ ସମ୍ପ୍ରଦାୟକ ଘୃଣା ବ୍ୟାପିବା ସହ ଜାତୀୟ ଏକତା (National unity) ଓ ସଂହତି ନଷ୍ଟ କରିବାକୁ କେନ୍ଦ୍ର ସରକାର ପ୍ରାୟାସ କରିିଥିବା ମାମଲାରେ ଦର୍ଶାଯାଇଛି ।

ପୁର୍ବରୁ ଏହି ଅଭିଯୋଗକୁ ନେଇ ଆବେଦନକାରୀ ଓକିଲ ଖୁରସିଦୁର ରହମାନ ଶେରୱାନି ରାଷ୍ଟ୍ରପତି, ଗୃହ ମନ୍ତ୍ରଣାଳୟ, ବୈଦେଶିକ ବିଭାଗ, ମାନବାଧିକାର ଆୟୋଗ ଇତ୍ୟାଦିରେ ଅଭିଯୋଗ କରିବା ସହ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କିନ୍ତୁ କୌଣସି ମନ୍ତ୍ରଣାଳୟ ବା ଏଜେନ୍ସିଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଆଗ୍ରହ ପ୍ରକାଶ କରିନଥିଲେ ବୋଲି କହିଛନ୍ତି ଆବେଦନକାରୀ ଓକିଲ ।

ତେବେ ଆବଦନକାରୀଙ୍କ ମାମଲାକୁ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଗ୍ରହଣଯୋଗ୍ୟ ବୋଲି ବିଚାର କରିବା ପରେ ଖୁୁସି ବ୍ୟକ୍ତ କରିଛନ୍ତି ଆବେଦନକାରୀ ଓକିଲ । ଶେରୱାନି କହିଛନ୍ତି ଯେ ଦେଶର ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ ସୁପ୍ରିମକୋର୍ଟ, ନିର୍ବାଚିତ କେନ୍ଦ୍ର ସରକାର ଏବଂ ଭାରତ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ବିରୋଧରେ ଅପରାଧିକ ମାମଲାର ଶୁଣାଣି କରିବେ ।

କେନ୍ଦ୍ର ଏହି ଆଇନ (CAA) ଆଣିବା ପରେ ଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ପ୍ରତ୍ୟାହାର ପାଇଁ ଦାବି, ଆନ୍ଦୋଳନ, ଧାରଣା, ପ୍ରତିବାଦ ଜାରି ରହିଥିଲା । ଦିଲ୍ଲୀର ସାହିନବାଗରେ ଏହାକୁ ନେଇ ହିଂସା ମଧ୍ୟ ଘଟିଥିଲା । ଏହି ଅଧିନିୟମରେ ନାଗରିକତ୍ବ ହରାଇବା ପରି କିଛି ବ୍ୟବସ୍ଥା ନଥିବାବେଳେ କେବଳ ପଡୋଶୀ ଦେଶରୁ ଧର୍ମୀୟ ଉତ୍ପୀଡନ ଶୀକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ବ (Indian citizenship) ପ୍ରଦାନ କରିବାକୁ ପ୍ରାବଧାନ ରହିଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details