ଓଡିଶା

odisha

ତୁଳା ରାଶିକୁ ଚଳନ କଲେ ରବି, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

By ETV Bharat Odisha Team

Published : Oct 18, 2023, 7:22 AM IST

ଆଜି ତୁଳା ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ

sun transit special horoscope
sun transit special horoscope

ମେଷ: ଆଜି ରବି ତୁଳା ରାଶିରେ ପ୍ରବେଶ କରିବେ। ଏହି ମାସରେ ଆପଣମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କର ଜୀବନସାଥୀଙ୍କ ସହିତ ଶାନ୍ତ ସ୍ୱଭାବରେ କଥା ହୁଅନ୍ତୁ । ଆପଣଙ୍କ ଆର୍ଥିକ ଅବସ୍ଥା ସାଧାରଣ ହେବ । ଖର୍ଚ୍ଚ ଅଧିକ ହେବ । ଏହି ଅବଧିରେ ଆପଣ ଭ୍ରମଣ କରିବାର ମଧ୍ୟ ସମ୍ଭାବନା ଅଛି ।

ଉପଚାର – କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ବୃଷ:ରବିଙ୍କର ରାଶି ପରିବର୍ତ୍ତନ ଦ୍ଵାରା ବୃଷ ରାଶିର ଲୋକମାନେ ଶୁଭଫଳ ପାଇବେ। ଆପଣଙ୍କର ବିରୋଧୀ କମ୍ ହେବେ ଏବଂ ବିଦେଶ ସମ୍ବନ୍ଧିତ କାମରୁ ଆପଣ ଲାଭବାନ ହେବେ । ଏହି ସମୟରେ ଆପଣଙ୍କର କୌଣସି ପୁରୁଣା ରୋଗ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯିବ ।

ଉପଚାର – ପ୍ରତିଦିନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମିଥୁନ: ରବି ତୁଳା ରାଶିରେ ପ୍ରବେଶ କରିଥିବାରୁ ମିଥୁନ ରାଶିର ଲୋକମାନେ ସାଧାରଣ ଅପେକ୍ଷା ଆହୁରି ଉତ୍ତମ ଫଳ ପାଇବେ । ଉଚ୍ଚଶିକ୍ଷାରେ ଆପଣ କିଛି ଭଲ କାର୍ଯ୍ୟ କରିବେ । ଏହି ସମୟରେ ଆପଣ ନିଜ ଘର ପାଇଁ ଗୋଟିଏ କାର୍ କିମ୍ବା ଘରର ଆଭ୍ୟନ୍ତରୀଣ ସାଜସଜ୍ଜା ଜିନିଷ କିଛି କିଣିବାର ସମ୍ଭାବନା ଅଛି । ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କର୍କଟ: ରବିଙ୍କର ତୁଳା ରାଶିକୁ ଚଳନ ହେଉଥିବାରୁ ଏହି ସମୟ କର୍କଟ ରାଶିର ଲୋକଙ୍କ ପାଇଁ ସାମାନ୍ୟ ଅସୁବିଧାଜନକ ହୋଇପାରେ । ଚାକିରି କ୍ଷେତ୍ରରେ ଆପଣଙ୍କର ବଦଳି ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କୁ ନିଜ ମା’ଙ୍କର ମଧ୍ୟ ଯତ୍ନ ନେବାକୁ ପଡ଼ିବ । ଆପଣ ପୂର୍ବ ଭଳି ସାଧାରଣ ଜୀବନଯାପନ କରିବେ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ସିଂହ:ଆଜିଠାରୁରବି ତୁଳା ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣଙ୍କର ଭାଗ୍ୟ ଅନୁକୂଳ ହେବ ଏବଂ ଆପଣ ନିଜ ପରିବାର ସଦସ୍ୟମାନଙ୍କର ସହଯୋଗ ପାଇବେ । ଭ୍ରମଣ କରିବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କର ସାହାସ ବୃଦ୍ଧି ପାଇବ ।

ଉପଚାର – ଗୋଟିଏ ମାଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

କନ୍ୟା: ତୁଳା ରାଶିରେ ରବିଙ୍କର ଚଳନ ସମୟରେ ଆପଣ ସାଧାରଣ ଫଳ ପାଇବେ । ଏହି ସମୟରେ ପରିବାର ସଦସ୍ୟମାନଙ୍କ ସହିତ ଆପଣ କୌଣସି ଏକ ସ୍ଥାନକୁ ବୁଲି ଯିବା ପାଇଁ ଯୋଜନା କରିବାର ସମ୍ଭାବନା ଅଛି । ବହୁ ଦିନରୁ ପଡ଼ି ରହିଥିବା ଆପଣଙ୍କର ଏକ କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ତୁଳା:ଏହି ମାସରୁ ରବି ଆପଣଙ୍କ ରାଶିରେ ଚଳନ କରିବେ । ଏହି ସମୟରେ ଆପଣ ଅହଂକାରୀ ହେବାର ସମ୍ଭାବନା ଅଛି । ଆପଣଙ୍କର ବ୍ୟବସାୟ ସହଭାଗୀଙ୍କ ଏବଂ ଆପଣଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହି ସମୟରେ କ୍ରୋଧିତ ହୋଇ କୌଣସି କାମ କରନ୍ତୁ ନାହିଁ ।

ଉପଚାର – ଗାଈକୁ ଗହମ ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ବିଛା:ବିଛା ରାଶିର ଲୋକମାନଙ୍କ ପାଇଁ ତୁଳା ରାଶିରେ ରବିଙ୍କର ଚଳନ ସମୟ ସାଧାରଣ ଅପେକ୍ଷା ଉତ୍ତମ ହେବ । ଆପଣ ନିଜର ବିରୋଧୀମାନଙ୍କ ଉପରେ ଜୟ ଲାଭ କରିବେ । ଏହି ମାସରେ କାହାକୁ ଉଧାର ଦିଅନ୍ତୁ । ନିଜ ସ୍ଵାସ୍ଥ୍ୟର ବହୁତ ଯତ୍ନ ନିଅନ୍ତୁ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ଧନୁ:ରବିଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଧନୁ ରାଶିର ଲୋକଙ୍କ ପାଇଁ ଶୁଭ ହେବ । ଏହି ସମୟରେ ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା ହେବ । ଆପଣ କିଛି ନୂଆ ଜିନିଷ କିଣିବା ପାଇଁ ଯୋଜନା କରିପାରନ୍ତି ।

ଉପଚାର – ଏହି ସମୟରେ ଭଗବାନ ଶିବଙ୍କର ଆରାଧନା କରନ୍ତୁ ।

ମକର: ତୁଳା ରାଶିରେ ରବିଙ୍କର କରିଥିବାରୁ ମକର ରାଶି ପାଇଁ ସାଧାରଣ ହେବ । ଏହି ସମୟରେ ନିଜ ପରିବାର ସଦସ୍ୟମାନଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଉନ୍ନତି କରିବେ କିନ୍ତୁ ଆପଣ ଲୋଭବଶତଃ କିଛି କ୍ଷତି କରିବାର ସମ୍ଭାବନା ଅଛି ।

ଉପଚାର – ମାତାପିତାଙ୍କର ଚରଣ ସ୍ପର୍ଶରୁ ଦିନର ଆରମ୍ଭ କରନ୍ତୁ ।

କୁମ୍ଭ: ତୁଳା ରାଶିରେ ରବିଙ୍କର ପ୍ରବେଶ ପରଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ସୌଭାଗ୍ୟର ଏକ କାରକ ହେବ । ଏହି ସମୟରେ ଆପଣ ପୂର୍ବ ଭଳି ଆତ୍ମବିଶ୍ୱାସୀ ହେବେ । ଆପଣ କୌଣସି ପବିତ୍ର କାମ କିମ୍ବା ତୀର୍ଥଯାତ୍ରାରେ ଯିବାର ସମ୍ଭାବନା ମଧ୍ୟ ଅଛି ।

ଉପଚାର – ପ୍ରତି ରବିବାର ଉପବାସ କରନ୍ତୁ ଏବଂ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ।

ମୀନ: ତୁଳା ରାଶିରେ ରବିଙ୍କର ଚଳନ ହୋଇଥିବାରୁ ଆପଣଙ୍କ ପାଇଁ ସାମାନ୍ୟ କଷ୍ଟଦାୟକ ହେବ । ଗାଡ଼ି ଚଲାଇବା ସମୟରେ ଆପଣ ବିଶେଷ ରୂପେ ସାବଧାନ ହେବା ଆବଶ୍ୟକ । ଏହି ସମୟରେ ଶାନ୍ତ ରହି ଦ୍ଵନ୍ଦ୍ଵକୁ ଏଡ଼ାଇବା ପାଇଁ ଚେଷ୍ଟା କରନ୍ତୁ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ABOUT THE AUTHOR

...view details