ମେଷ:ବର୍ତ୍ତମାନ ଗୋଟିଏ ମାସ ପାଇଁ ରବି କର୍କଟ ରାଶିରେ ରହିବେ । ଏହା ଆପଣଙ୍କ ପାଇଁ ଏକ ଶୁଭ ସମୟ ବୋଲି ସାବ୍ୟସ୍ତ ହେବ । ଆପଣ ଘର ଓ ଜମି ବାବଦରେ କୌଣସି ଚୁକ୍ତି କରିବାର ମଧ୍ୟ ସମ୍ଭାବନା ଅଛି । ଅହଂ ଭାବ ଠାରୁ ଦୂରେଇ ରହି କାମ କଲେ ଆପଣ ଲାଭବାନ ହେବେ । ମା’ଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଉପଚାର - ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ବୃଷ:ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ କର୍କଟ ରାଶିର ବ୍ୟକ୍ତିମାନଙ୍କର ସମ୍ପର୍କ ସାମାନ୍ୟ ସମସ୍ୟାପୂର୍ଣ୍ଣ ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟମାନଙ୍କ ସହିତ ନିଜର ସମ୍ପର୍କକୁ ଉନ୍ନତ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣ ଆତ୍ମବିଶ୍ୱାସୀ ହେବେ । କିଛି କ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରିବ ।
ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।
ମିଥୁନ:କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଲୋକମାନଙ୍କ ଠାରୁ ଦୂରେଇ ରହିବା ଭଳି ଆଚରଣ କରିବା ଆବଶ୍ୟକ । ଅହଙ୍କାରପୂର୍ଣ୍ଣ କଥାବାର୍ତ୍ତା ହେବା ଦ୍ୱାରା ଆପଣଙ୍କର କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ସମ୍ପର୍କିତ କାର୍ଯ୍ୟକଳାପରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ।
ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।
କର୍କଟ:ବର୍ତ୍ତମାନ ଆପଣଙ୍କ ରାଶିରେ ରବିଙ୍କର ଚଳନ ହେବ । ଏହି ଗୋଟିଏ ମାସରେ ଆପଣଙ୍କ ଆଚରଣରେ ଉଭୟ ଅହଂଭାବ ଓ କ୍ରୋଧଭାବ ଆସିବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ମତଭେଦ ବୃଦ୍ଧି ହୋଇପାରେ । ସେଲସରେ କାମ କରୁଥିବା ଲୋକମାନେ ଲାଭବାନ ହେବେ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
ଉପଚାର - ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
ସିଂହ:ଆପଣଙ୍କ ରାଶି ଠାରୁ ରବି ଦ୍ୱାଦଶ ସ୍ଥାନରେ ଅଛନ୍ତି । ସାଧାରଣ ଠାରୁ ଏହି ସମୟ ଅପେକ୍ଷାକୃତ ଭଲ ହେବ । ଏହି ସମୟରେ ବିଦେଶ ସମ୍ବନ୍ଧିତ କାମ ଆସିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଶତୃମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ । ଯାହା ବି ହେଉ ଶତୃମାନେ ଆପଣଙ୍କର କ୍ଷତି କାରିବାରେ ସକ୍ଷମ ହେବେ ନାହିଁ ।
ଉପଚାର - ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ ।
କନ୍ୟା:କର୍କଟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ଆପଣ ନୂଆ ବନ୍ଧୁମାନଙ୍କୁ ଭେଟିବେ । ସମାଜରେ ଆପଣଙ୍କର ନାମ ହେବ । କୌଣସି ଏକ ସାମାଜିକ କାର୍ଯ୍ୟରେ ଆପଣ ଅଂଶଗ୍ରହଣ କରିବେ ।
ଉପଚାର - ଯେ କୌଣସି ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।