ଓଡିଶା

odisha

Violence in Gujarat: ଦୀପାବଳିରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ପରସ୍ପରକୁ ପଥର ମାଡ଼

By

Published : Oct 25, 2022, 11:14 AM IST

ଦୀପାବଳି ଉତ୍ସବ ପାଳନ ବେଳେ ଦୁଇ ସାମ୍ପ୍ରଦାୟିକ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ । ପରସ୍ପରକୁ ପଥର ଫିଙ୍ଗିବା ସହ ଗାଡ଼ିମଟର ଜାଳିଦେଲେ । ଅଧିକ ପଢ଼ନ୍ତୁ

stone pelting between two communities in gujarat on diwali celebration
Violence in Gujarat: ଦୀପାବଳିରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ପରସ୍ପରକୁ ପଥର ମାଡ଼

ଗାନ୍ଧୀନଗର:ଦୀପାବଳି ଉତ୍ସବ ପାଳନ ବେଳେ ଅଘଟଣ । ଗୁଜୁରାଟର ଭଦୋଦରାରେ ଦୀପାବଳି ପାଳନବେଳେ ଦୁଇ ସମ୍ପ୍ରଦାୟ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା । ହିଂସାକାଣ୍ଡ ସମୟରେ ଦୁର୍ବୃତ୍ତମାନେ ଅନେକ ଯାନବାହନକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି । ଗୋଟିଏ ପଟେ ଦୁଇ ବର୍ଷ ପରେ ସାରା ଦେଶ ବେଶ ଧୁମଧାମରେ ଦୀପାବଳି ଉତ୍ସବ ପାଳନ କରୁଥିବାବେଳେ ଅନ୍ୟପଟେ ଗୁଜୁରାଟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ଖାକିରେ ଦାଗ, ପୋଲିସ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ଭଦୋଦରା ସହର ପାନିଗେଟ ନିକଟ ହରଣଖାନାରେ ଦୁଇ ସାମ୍ପ୍ରଜାୟିକ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା । ହିଂସାକାଣ୍ଡରେ ଦୁର୍ବୃତ୍ତମାନେ ଗାଡ଼ିମଟର ଭଙ୍ଗାରୁଜା କରିବା ସହ ନିଁଆ ଲଗାଇ ଜାଳି ଦେଇଥିଲେ । ଫଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛି ଲୋକ ନିକଟରେ ଥିବା ଦୋକାନ ଗୁଡିକ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଦଙ୍ଗାକାରୀମାନେ ପୋଲିସ ଭ୍ୟାନ ଉପରେ ମଧ୍ୟ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି । ଏହି ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ପକ୍ଷରୁ ସୂଚନା ମିଳିଛି । ଏନେଇ ପୋଲିସ ଅଧିକାରୀ କହିଛନ୍ତି, "ହିଂସାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଆଧାରରେ ଯାଞ୍ଚ କରାଯାଉଛି ।"

ABOUT THE AUTHOR

...view details