ଓଡିଶା

odisha

By

Published : Apr 21, 2023, 7:22 AM IST

ETV Bharat / bharat

ଉତକ୍ଷେପଣ ପରେ ବିସ୍ଫୋରଣ ହେଲା ବିଶ୍ବର ସବୁଠୁ ବଡ ରକେଟ୍‌

ଉତକ୍ଷେପଣ ପରେ ବିସ୍ଫୋରଣ ହେଲା ବିଶ୍ବର ସବୁଠାରୁ ବଡ ରକେଟ୍‌ । ମଝି ଆକାଶରେ ଷ୍ଟାରସିପ ରକେଟ ବିସ୍ଫୋରଣ ହୋଇ ଖଣ୍ଡଖଣ୍ଡ ହୋଇଯାଇଛି । ଅଧିକ ପଢନ୍ତୁ

Starship
Starship

ଓ୍ବାଶିଂଟନ: ବିଶ୍ବର ସବୁଠାରୁ ବଡ ତଥା ଶକ୍ତିଶାଳୀ ରକେଟରେ ପ୍ରଥମ ପରୀକ୍ଷଣ ବିଫଳ ହୋଇଛି । ଏଲନ ମସ୍କଙ୍କ ସ୍ପେସଏକ୍ସ ତିଆରି କରିଥିବା ରକେଟ୍‌ ଷ୍ଟାରସିପ ଉତକ୍ଷେପଣର ୪ ମିନିଟ ପରେ ବିସ୍ଫୋରଣ ହୋଇଯାଇଛି । ମଝି ଆକାଶରେ ବିସ୍ଫୋରଣ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛି ରକେଟ୍‌ ।

ସୂଚନାଅନୁସାରେ, ଗତକାଲି(ଗୁରୁବାର) ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ରକେଟକୁ ଟୋକ୍ସାସର ବୋକା ଚିକା ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏହା ଷ୍ଟାରସିପର ପ୍ରଥମ ଅରବିଟାଲ ପରୀକ୍ଷା ଥିଲା । ତେବେ ପରୀକ୍ଷଣର କିଛି ସମୟ ବା ୪ ମିନିଟ ପରେ ହିଁ ରକେଟ୍‌ ବିସ୍ଫାରଣ ହୋଇ ଖଣ୍ଡଖଣ୍ଡ ହୋଇଯାଇଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ରକେଟ ଖଣ୍ଡଖଣ୍ଡ ହୋଇ ନଷ୍ଟ ହୋଇଯାଇଛି । ତେବେ ଏନେଇ ସ୍ପେସଏକ୍ସ ତରଫରୁ ହିଁ ସୂଚନା ଦିଆଯିବା ସହ ସ୍ପଷ୍ଟୀକରଣ ରଖାଯାଇଛି ।

ପ୍ରକାଶଥାଉକି, ଏହି ରକେଟକୁ ପୂର୍ବରୁ ୧୭ ତାରିଖରେ ଉତକ୍ଷେପଣ କରିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଷ୍ଟେନଲେସ ଷ୍ଟିଲରୁ ଏହି ରକେଟକୁ ପ୍ରସ୍ତୁତ କରିଥିଲା । ତେବେ ବିସ୍ଫୋରଣ ପରେ କମ୍ପାନୀ ପକ୍ଷରୁ କୁହାଯାଇଛି, "ଏହି ପରୀକ୍ଷଣରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଲା । ଆଗକୁ ଆମକୁ ସଫଳତା ମିଳିବ ।"

ଏହା ମଧ୍ୟ ପଢନ୍ତୁ: ISRO launch LVM3: ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ LVM-3

ତେବେ ଷ୍ଟାରସିପ ଉତକ୍ଷେପଣ ନେଇ ଏଲନ ମସ୍କ ମଧ୍ୟ ଟ୍ବିଟ କରିଛନ୍ତି । ସେ କହିଛନ୍ତି, "ସ୍ପେସଏକ୍ସ ଟିମକୁ ଶୁଭେଚ୍ଛା । କିଛି ମାସ ମଧ୍ୟରେ ପୁନଃ ଉତକ୍ଷେପଣ ପାଇଁ ଆଜି ଅନେକ କିଛି ଶିଖିବାକୁ ମିଳିଲା । ଆମେ ଯାହା ଶିଖୁ, ସେଥିରୁ ସଫଳତା ମିଳିଥାଏ । ଆଗକୁ ଷ୍ଟାରସିପର ବିଶ୍ବାସନୀୟତା ବଢାଇବା ପାଇଁ ଆଜିର ପରୀକ୍ଷା ବେଶ ସହାୟକ ହେବ । ଆଜିର ଉଡାଣ ହିଁ ବଡ ସଫଳତା ।"

ତେବେ ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ପେସଏକ୍ସ ଦ୍ବାରା ମଣିଷ ଅନ୍ୟ ଗ୍ରହରେ ପହଞ୍ଚି ପାରିବ । ଏହା ଏକ ପୁନଃ ବ୍ୟବହାର ଯୋଗ୍ୟ ରକେଟ୍‌ ଥିଲା । ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ଏହାର ଲମ୍ବ ୩୯୪ ଫୁଟ ରହିଥିଲା । ଏହାସହ ଓଜନ ୫୦ ଲକ୍ଷ କେଜି ରହିଥିବା ବେଳେ ଏହା ଏସଏଲଏସ ରକେଟ ଠାରୁ ଦୁଇଗୁଣ ଉଚ୍ଚ ଥିଲା ।

ABOUT THE AUTHOR

...view details