ଓଡିଶା

odisha

By

Published : Jun 15, 2021, 7:52 AM IST

ETV Bharat / bharat

ଖୁବଶୀଘ୍ର ଦିଲ୍ଲୀର 2 ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି

ଦିଲ୍ଲୀର 2ଟି ହସ୍ପିଟାଲରେ ଏହି ସପ୍ତାହ ଶେଷ ସୁଦ୍ଧା ରୁଷିଆର କୋରୋନା ଟିକା ସ୍ପୁଟନିକ-ଭିର ପରିଚାଳନା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଖୁବଶିଘ୍ର  ଦିଲ୍ଲୀର 2ଟି ହସ୍ପିଟାଲ ମିଳିବ ସ୍ପୁଟନିକ -ଭି
ଖୁବଶିଘ୍ର ଦିଲ୍ଲୀର 2ଟି ହସ୍ପିଟାଲ ମିଳିବ ସ୍ପୁଟନିକ -ଭି

ନୂଆଦିଲ୍ଲୀ: ଦିଲ୍ଲୀର 2ଟି ହସ୍ପିଟାଲରେ ଏହି ସପ୍ତାହ ଶେଷ ସୁଦ୍ଧା ରୁଷିଆର କୋରୋନା ଟିକା ସ୍ପୁଟନିକ -ଭି ର ପରିଚାଳନା ଆରମ୍ଭ ହେବ । ଦିଲ୍ଲୀର ମାଧୁକର ରେନବୋ ଶିଶୁ ହସ୍ପିଟାଲରେ ରୁଷିଆର କୋରୋନା ଟିକା ସ୍ପୁଟନିକ୍ -ଭି ପରିଚାଳନା ଆରମ୍ଭ ହେବା ନେଇ କହିଛନ୍ତି ହସ୍ପିଟାଲର ଅଧିକାରୀ । ସପ୍ତାହ ଶେଷ ସୁଦ୍ଧା ଡୋଜର ସଠିକ ଉପଲବ୍ଧ ସଂଖ୍ୟା ନିଶ୍ଚିନ୍ତ ହେବ ବୋଲି ମଧ୍ୟ କହିଛନ୍ତି ଅଧିକାରୀ ଜଣଙ୍କ ।

ଏଥି ସହ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଲୋକଙ୍କ ପାଇଁ ସ୍ପୁଟନିକ -ଭି ର ଉପଲବ୍ଧ ହେବାର ସମ୍ଭାବନା ରହିଛି। ସ୍ପୁଟନିକ-ଭି ର 1000 ଡୋଜ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲା ​​ଏବଂ ଏହି 170 ଟି ଡୋଜ ମଧ୍ୟରୁ ଲ୍ୟାବ କର୍ମଚାରୀଙ୍କୁ ଦିଆଯାଇଥିଲା।

କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପରେ ସ୍ପୁଟନିକ ଭି ହେଉଛି ତୃତୀୟ ଟିକା ଯାହା ଦେଶରେ ବ୍ୟବହାର ପାଇଁ ଭାରତ ସରକାରଙ୍କ ଦ୍ବାରା ଅନୁ ମୋଦିତ ହୋଇଛି । ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସ୍ପୁଟନିକ-ଭି ର ଡୋଜ ପିଛା ମୂଲ୍ୟ 1,145 ଟଙ୍କା ରହିଛି । ହାଇଦ୍ରାବାଦ ସ୍ଥିତ ରେଡ୍ଡୀ ଲାବ୍ରୋଟୋରିରେ ରୁଷିଆ ଡାଇରେକ୍ଟ ଇନଭେଷ୍ଟ ଫଣ୍ଡ ସହିତ ଭାରତରେ 2ଡୋଜ ଟିକା ରୋଲଆଉଟ୍ ପାଇଁ ସହଭାଗୀ ହୋଇଛି।

@ANI

ABOUT THE AUTHOR

...view details