ଓଡିଶା

odisha

ବୀମା ଟଙ୍କା ପାଇଁ ବୋଲି ରାକ୍ଷସ ସାଜିଲା ପୁଅ, ବାପାକୁ ମାରି ସଡ଼କ ଦୁର୍ଘଟଣାର ରୂପ ଦେଲା

By

Published : Mar 29, 2023, 5:58 PM IST

ବୀମା ଟଙ୍କା ପାଇବ ବୋଲି ବାପାକୁ ହତ୍ୟା କଲା ପୁଅ । ଭାଇର ଅଭିଯୋଗ ପରେ ପିତୃହନ୍ତା ପୁଅକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବୀମା ଟଙ୍କା ପାଇବ ବୋଲି ବାପାକୁ ହତ୍ୟା କଲା ପୁଅ
ବୀମା ଟଙ୍କା ପାଇବ ବୋଲି ବାପାକୁ ହତ୍ୟା କଲା ପୁଅ

ହାଇଦ୍ରାବାଦ: ଟଙ୍କା ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ରାକ୍ଷସ ସାଜିଲା ପୁଅ । ବାପା ନାଁରେ ଥିବା ବୀମା ଟଙ୍କା ପାଇବା ପାଇଁ ବାପାକୁ ହତ୍ୟା କରି ସଡ଼କ ଦୁର୍ଘଟଣାର ରୂପ ଦେବାକୁ କରୁଥିଲା ଚେଷ୍ଟା । ଭାଇର ଅଭିଯୋଗ ପରେ ପିତୃହନ୍ତା ପୁଅକୁ ଗିରଫ କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି ତେଲେଙ୍ଗାନାର ବିକାରାବାଦ ଜିଲ୍ଲା ଅନ୍ତର୍ଗତ କୋଡଙ୍ଗଲ ଅଞ୍ଚଳରୁ ।

ଏହା ମଧ୍ୟ ପଢ଼ନ୍ତୁ..ନିମ୍ନମାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ, 18 ସଂସ୍ଥାର ଲାଇସେନ୍ସ ରଦ୍ଦ

ସ୍ଥାନୀୟ ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନା ବୋନରସପେଟ ମଣ୍ଡଳ ଅନ୍ତର୍ଗତ ବିଲ୍ୟାନାୟକଥାଣ୍ଡାର ଧନସିଂହ ରାଠୋର(୬୮)ଙ୍କର ୩ଟି ପୁଅ । ସେମାନଙ୍କ ମଧ୍ୟରୁ ବଡ଼ ପୁଅ ତନ୍ଦୁରରେ ରୁହନ୍ତି । ଅନ୍ୟ ଦୁଇଜଣ ରବି ନାୟକ ରୋଠୋର ଓ ଶ୍ରୀନିବାସ ନାୟକ ରୋଠୋର ବାପା ଧନସିଂହ ରାଠୋରଙ୍କ ସହ ନିଜ ଗାଁରେ ରୁହନ୍ତି । ତେବେ ସାନପୁଅ ଶ୍ରୀନିବାସ ନାୟକ ନିଜ ବାପାଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ୫୦ ଲକ୍ଷ ଟଙ୍କା ବୀମା ପାଇବାକୁ ଏକ ବେସରକାରୀ ବୀମା କମ୍ପାନୀରେ ନିଜକୁ ନୋମିନି ରଖିଥିଲା । ତେବେ ଗତ ୨ରୁ ୩ ଦିନ ହେବ ଶ୍ରୀନିବାସ ନାୟକ ବାପା ଧନସିଂହଙ୍କୁ ବାରମ୍ବାର ଟଙ୍କା ମାଗୁଥିଲା । କିନ୍ତୁ ତାଙ୍କ ପାଖରେ ଏତେ ଟଙ୍କା ନଥିବା କହି ଧନସିଂହ ମନା କରିଦେଇଥିଲେ । ସେଥିପାଇଁ ପୁଅ ଶ୍ରୀନିବାସ ନାୟକ ନିଜ ବାପାକୁ ହତ୍ୟା କରି ବୀମା ଟଙ୍କା ପାଇବା ନେଇ ଯୋଜନା କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ..ଲକ୍ଷ୍ନୌ -ହରଦୋଇ ହାଇୱେରେ ଟଟୋ-କାର ମୁହାଁମୁହିଁ ଧକ୍କା, ୫ ମୃତ

ଏନେଇ ସେ ତନ୍ଦୁରରେ ରହୁଥିବା ନିଜ ବଡ଼ ଭାଇ ପାଖକୁ ଯାଇ ଟଙ୍କା ଆଣିବାକୁ କହି ବାପା ଧନସିଂହଙ୍କୁ ବାଇକ ଯୋଗେ ନେଇଯାଇଥିଲା । ସେଠାରେ ସେ ବାପା ଧନସିଂହଙ୍କୁ ହତ୍ୟା କରି ଏକା ଗାଁକୁ ଫେରିଥିଲା ଏବଂ ସଡ଼କ ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ହୋଇଯାଇଥିବା ସମସ୍ତଙ୍କୁ କହିଥିଲା । ତେବେ ଏନେଇ ଧନସିଂହଙ୍କ ଦ୍ବିତୀୟ ପୁଅ ରବି ନାୟକ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ବୀମା ଟଙ୍କା ପାଇଁ ସାନ ଭାଇ ଶ୍ରୀନିବାସ ନାୟକ ବାପାଙ୍କୁ ହତ୍ୟା କରିଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details