ଓଡିଶା

odisha

By

Published : Jul 15, 2021, 12:36 PM IST

ETV Bharat / bharat

ଯୁବପିଢିଙ୍କ ଦକ୍ଷତା ବିକାଶ ଜାତୀୟ ଆବଶ୍ୟକତା: ପ୍ରଧାନମନ୍ତ୍ରୀ

ବିଶ୍ବ ଯୁବ ଦକ୍ଷତା ଦିବସରେ ଦେଶର ଯୁବପିଢିଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ । କୋରୋନା ସମୟରେ ଏହି ଦିବସ ପାଳନର ଗୁରୁତ୍ବକୁ ବୃଦ୍ଧି କରିଛି । ଅଧିକ ପଢନ୍ତୁ...

ଯୁବପୀଢିଙ୍କ ଦକ୍ଷତା ବିକାଶ ଜାତୀୟ ଆବଶ୍ୟକତା: ପ୍ରଧାନମନ୍ତ୍ରୀ
ଯୁବପୀଢିଙ୍କ ଦକ୍ଷତା ବିକାଶ ଜାତୀୟ ଆବଶ୍ୟକତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୁବପିଢିଙ୍କ ଦକ୍ଷତା ବିକାଶ ଏକ ଜାତୀୟ ଆବଶ୍ୟକତା । ଯୁବପିଢିଙ୍କ ଦକ୍ଷତା ବିକାଶ ଆତ୍ମନିର୍ଭର ଭାରତର ମୁଖ୍ୟ ଭିତ୍ତିଭୂମି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଶ୍ବ ଯୁବ ଦକ୍ଷତା ଦିବସରେ ଯୁବପିଢିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ଏପରି କହିଛନ୍ତି ।

ସୂଚନା ଅନୁଯାୟୀ ଆଜି(ଗୁରୁବାର) ବିଶ୍ବ ଯୁବ ଦକ୍ଷତା ଦିବସରେ ଦେଶର ଯୁବପିଢିଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଏହି ଅବସରସେ ସେ କହିଛନ୍ତି ଯେ, କୋରୋନା ସମୟରେ ଏହି ଦିବସ ପାଳନ କରିବାର ଏହା ହେଉଛି ଦ୍ବିତୀୟ ବର୍ଷ । ମହାମାରୀ ସମୟରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ କରିବା ଆମ ପାଇଁ ଏକ ଆହ୍ବାନ । ଏହି ଦୁଃସମୟରେ ଯୁବ ଦକ୍ଷତା ଦିବସ ପାଳନର ଗୁରୁତ୍ବକୁ ଅଧିକ ବଢାଇ ଦେଇଛି । ଯୁବପିଢିଙ୍କ ଦକ୍ଷତା ବିକାଶ ଏକ ଜାତୀୟ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନାରେ 1 କୋଟି 25 ଲକ୍ଷ ଯୁବପିଢି ଟ୍ରେନିଂ ନେଉଥିବାରୁ ଖୁସିବ୍ୟକ୍ତ କରିବା ସହ ଯୁବପିଢିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

@ANI

ABOUT THE AUTHOR

...view details