ଓଡିଶା

odisha

By

Published : Oct 25, 2022, 10:51 PM IST

ETV Bharat / bharat

୧୭ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିଲେ ଶ୍ୟାମସୁନ୍ଦର, ଦୀପାବଳିରେ ପରିବାରକୁ ଫେରିଲା ଖୁସି

ବିହାରର ଶ୍ୟାମସୁନ୍ଦର ଦାସ ୧୭ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ଦୀପାବଳୀରେ ଘରକୁ ଫେରିଛନ୍ତି । ରୋଜଗାର ଆଶାରେ ପଞ୍ଜାବ ଯାଇ ଅମୃତସରରୁ ଭୁଲ ବଶତଃ ପାକିସ୍ତାନ ଚାଲିଯାଇଥିଲେ ଶ୍ୟାମସୁନ୍ଦର । ଅଧିକ ପଢ଼ନ୍ତୁ

shyamsundar of bihar returned home on diwali after spending 17 years in pakistan jail
୧୭ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିଲେ ବିହାରର ଶ୍ୟାମସୁନ୍ଦର, ଦୀପାବଳିରେ ପରିବାରକୁ ଫେରିଲା ଖୁସି

ପାଟନା: ପାକିସ୍ତାନ ଜେଲରୁ ମୁକୁଳିଲେ ବିହାରର ଶ୍ୟାମସୁନ୍ଦର ଦାସ । ଦୀର୍ଘ ୧୭ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦି ହୋଇ ରହିଥିବା ଶ୍ୟାମସୁନ୍ଦର ଗତକାଲି ନିଜ ଘରକୁ ଫେରିଛନ୍ତି । ୧୭ ବର୍ଷ ପରେ ନିଜ ପୁଅକୁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଯାଇଥିଲେ । କୁହାଯାଏ ଯେ, ଯେତେବେଳେ ୧୪ ବର୍ଷ ବନବାସ ପରେ ଭଗବାନ ରାମଚନ୍ଦ୍ର ଅଯୋଧ୍ୟା ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଖୁସିରେ ଦୀପ ଜଳାଇ ଦୀପାବଳି ପାଳନ କରିଥିଲେ । ସେହିଭଳି ୧୭ ବର୍ଷ ଧରି ପାକିସ୍ତାନରେ ବନ୍ଦି ରହିଥିବା ପୁଅକୁ ଦୀପାବଳିରେ ପାଖରେ ପାଇବା ପରେ ପରିବାରରେ ଖୁସି ଫେରି ଆସିଥିଲା ।

୧୭ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିଲେ ବିହାର ଯୁବକ, ଦୀପାବଳିରେ ପରିବାରକୁ ଫେରିଲା ଖୁସି

୧୭ ବର୍ଷ ପୂର୍ବରୁ ପାକିସ୍ତାନରେ ପହଞ୍ଚିଥିଲେ ଶ୍ୟାମସୁନ୍ଦର

ସୂଚନା ଅନୁସାରେ ବିହାରର ଭବାନୀପୁର ଦକ୍ଷିଣ ପଞ୍ଚାୟତ ୱାର୍ଡ ନମ୍ବର ୩ ନିବାସୀ ଭଗବାନ ଦାସଙ୍କ ପୁଅ ଶ୍ୟାମସୁନ୍ଦର ଦାସ ରୋଜଗାର ପାଇଁ ୨୦୦୫ରେ ନିଜର କିଛି ବନ୍ଧୁଙ୍କ ସହ ପଞ୍ଜାବ ଯାଇଥିଲେ । କିନ୍ତୁ ସେ ନିଜ ୫ ଜଣ ବନ୍ଧୁଙ୍କ ସହିତ ଭୁଲ ବଶତଃ ଅମୃତସରରୁ ଭାରତ ସୀମା ପାର ହୋଇ ପାକିସ୍ତାନ ପହଞ୍ଚି ଯାଇଥିଲେ । ସେଠାରେ ବିନା କୌଣସି ପ୍ରମାଣପତ୍ର ଧରା ପଡ଼ିବାରୁ ପାକିସ୍ତାନୀ ପୋଲିସ ସମସ୍ତଙ୍କୁ ଗିରଫ କରି ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ ।

ମାନସିକ ସ୍ଥିତି ଠିକ ନଥିବାରୁ ୧୭ ବର୍ଷ ଜେଲରେ ଥିଲେ

ତେବେ ସେଠାରେ ଗିରଫ ହୋଇଥିବା ଅନ୍ୟ ୫ ଜଣଙ୍କୁ ମିଳିଥିବା ପ୍ରମାଣ ଆଧାରରେ ପଚରାଉଚରା କରି ୬ ମାସ ପରେ ଭାରତକୁ ପଠାଇ ଦିଆଯାଇଥିଲା । କିନ୍ତୁ ଶ୍ୟାମସୁନ୍ଦରଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ସେ କୌଣସି ସଠିକ ଉତ୍ତର ଦେଇପାରିନଥିଲେ । ପାକିସ୍ତାନ ଦୂତାବାସ ପକ୍ଷରୁ ମଧ୍ୟ ଭାରତୀୟ ଦୂତାବାସକୁ ଶ୍ୟାମସୁନ୍ଦରଙ୍କ ବିଷୟରେ ଅବଗତ କରାଯାଇଥିଲା । କିନ୍ତୁ ତାଙ୍କର ପ୍ରକୃତ ପରିଚୟ କିମ୍ବା ଠିକଣା ଜଣା ନପଡ଼ିବାରୁ ତାଙ୍କୁ ୧୭ ବର୍ଷ ପାକିସ୍ତାନ ଜେଲରେ ରହିବାକୁ ପଡ଼ିଥିଲା । ଶ୍ୟାମସୁନ୍ଦରଙ୍କ ଘରଲୋକ ମଧ୍ୟ ଏହି ବିଷୟରେ କିଛି ଜାଣି ନଥିଲେ ।

ଗତବର୍ଷ ପରିବାରକୁ ମିଳିଥିଲା ଶ୍ୟାମସୁନ୍ଦରଙ୍କ ଖବର

ଶ୍ୟାମସୁନ୍ଦରଙ୍କ ବାପା ଭଗବାନ ଦାସଙ୍କ କହିବା ଅନୁସାରେ ୨୦୨୧ରେ ଶ୍ୟାମସୁନ୍ଦର ପାକିସ୍ତାନ ଜେଲରେ ରହିଥିବା ଖବର ପରିବାରକୁ ମିଳିଥିଲା । ସେବେଠାରୁ ପ୍ରତାପଗଞ୍ଜ ଥାନା ସହ ଯୋଗାଯୋଗ କରି ତାଙ୍କୁ ପାକିସ୍ତାନରୁ ଆଣିବାକୁ ଗୁହାରୀ କରିଥିଲେ ପରିବାର ଲୋକେ । ଭଗବାନ ଦାସ ନିଜ ପୁଅର ସମସ୍ତ ପ୍ରମାଣପତ୍ର ପୋଲିସକୁ ଦେଇଥିଲେ । ଏହାପରେ ପ୍ରତାପଗଞ୍ଜ ଥାନାଧିକାରୀ ନିଜର ପ୍ରଚେଷ୍ଟାରେ ଶ୍ୟାମସୁନ୍ଦରଙ୍କର ସମସ୍ତ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ପଠାଇଥିଲେ । ସେହି ପ୍ରମାଣପତ୍ର ଆଧାରରେ ପାକିସ୍ତାନ ସରକାର ଶ୍ୟାମସୁନ୍ଦରଙ୍କୁ ୨୯ ସେପ୍ଟେମ୍ବର ୨୦୨୨ରେ ଜେଲରୁ ମୁକ୍ତ କରିଥିଲେ ।

ଦୀପାବଳିରେ ଘରକୁ ଫେରିଲେ ଶ୍ୟାମସୁନ୍ଦର:

ଇଣ୍ଡିଆନ୍‌ ରେଡକ୍ରସ ସୋସାଇଟି ପଞ୍ଜାବର ଅମୃତସ୍ଥିତ ଗୁରୁନାନକ ଦେବ ମେଡିକାଲରେ ପଞ୍ଜାବ ପୋଲିସ ହେପାଜତରେ ଶ୍ୟାମସୁନ୍ଦରଙ୍କୁ ରଖିଥିଲା । ଶ୍ୟାମସୁନ୍ଦର ଏଠାରେ ରହିଥିବା ନେଇ ପଞ୍ଜାବ ପୋଲିସ ସୁପାଲ ଥାନାଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ଶ୍ୟାମସୁନ୍ଦରଙ୍କୁ ଅକ୍ଟୋବର ୨୪ (ଦୀପାବଳି)ରେ ପଞ୍ଜାବରୁ ଆଣି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details