ଓଡିଶା

odisha

By

Published : Dec 5, 2021, 10:22 PM IST

ETV Bharat / bharat

Shiv Sena MP: ସଂସଦ TVର ଉପସ୍ଥାପିକା ପଦବୀରୁ ପ୍ରିୟଙ୍କାଙ୍କ ଇସ୍ତଫା

ସଂସଦରେ ଅଶୋଭନୀୟ ଆଚରଣ ଯୋଗୁଁ ନିଲମ୍ବିତ ହୋଇଥିବା ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିର ଉପସ୍ଥାପିକା ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖିଛନ୍ତି । ଅଧିକ ପଢନ୍ତୁ

Shiv Sena MP Priyanka Chaturvedi
ସଂସଦ ଟିଭିର ଆଙ୍କରିଂ ପଦବୀରୁ ଇସ୍ତଫା ଦେଲେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ:ସଂସଦ ଟିଭି ଉପସ୍ଥାପିକା ପଦରୁ ଇସ୍ତଫା ଦେଲେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ସଂସଦର ମୌସୁମୀ ଅଧିବେଶନରେ ଅଶୋଭନୀୟ ଆଚରଣ ଯୋଗୁଁ ୧୨ ସାଂସଦଙ୍କୁ ନିଲମ୍ବନ କରାଯାଇଛି ସେମାନଙ୍କ ଭିତରେ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ରହିଛନ୍ତି । ଏନେଇ ସେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖିଛନ୍ତି ।

ସଂସଦ ଟିଭିର ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଚତୁର୍ବେଦୀ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ । ଏହି ଚିଠିରେ ସେ ଉପସ୍ଥାପକ ପଦବୀରୁ କାହିଁକି ଇସ୍ତଫା ଦେଉଛନ୍ତି ତାହାର କାରଣ ମଧ୍ୟ ଲେଖିଛନ୍ତି । ସେ ସଂସଦ ଟିଭିର ଆଙ୍କରିଂ ଦାୟିତ୍ବରେ ଥିଲେ କିନ୍ତୁ ନିଲମ୍ବନ ହୋଇଥିବାବେଳେ ତାଙ୍କୁ ଉପସ୍ଥାପନା କରିବା ପାଇଁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ।

ପ୍ରିୟଙ୍କା ଚତୁର୍ବେଦୀ ଚିଠିରେ ଲେଖିଛନ୍ତି ଯେ ବହୁତ ଦୁଃଖର ସହିତ କହିବାକୁ ପଡୁଛି ଯେ ସଂସଦ ଟିଭିର 'ମେରୀ କାହାନୀ'ର ଉପସ୍ଥାପିକା ପଦବୀ ଛାଡିବାକୁ ପଡୁଛି । ମୁଁ ଏଭଳି କୌଣସି ପଦବୀରେ କାର୍ଯ୍ୟ କରିବା ପାଇଁ ଚାହୁଁନାହିଁ ଯେଉଁଠାରେ ମୋର ପ୍ରାଥମିକ କର୍ତ୍ତବ୍ୟରୁ ବଞ୍ଚିତ କରାଯାଉଛି । ଏହା ରାଜ୍ୟସଭାରେ ନିଲମ୍ବିତ ଘଟଣା ଯୋଗୁଁ ହୋଇଛି । ତେବେ ମୁଁ ଏହି ଶୋରୁ ଯେତେ ପାଖରେ ଥିଲି ବର୍ତ୍ତମାନ ଏହି ଶୋ ସେତିକି ଦୂରେଇ ଯିବାକୁ ପଡୁଛି ବୋଲି ଲେଖିଛନ୍ତି ।

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଲେଖିଥିବା ପତ୍ରରେ ଚତୁର୍ବେଦୀ ଆହୁରି ମଧ୍ୟ କହିଛନ୍ତି ଯେ ମୋର ସଂସଦୀୟ ପଦୀବରେ ନିଲମ୍ବନ ପରେ ସଂସଦର ଆଦର୍ଶ ଏବଂ ନିୟମକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି । ଯେତେବେଳେ ମୋତେ ସମ୍ବିଧାନର ପ୍ରାଥମିକ କର୍ତ୍ତବ୍ୟରୁ ବଞ୍ଚିତ କରାଯାଏ, ମୁଁ ସଂସଦ ଟିଭିର ଦାୟିତ୍ବ ତୁଲାଇବାକୁ ଅନିଚ୍ଛା ପ୍ରକାଶ କରୁଛି । ମୋର ସ୍ବରକୁ ଚପାଇବାକୁ ଚେଷ୍ଟା କରାଯାଇଛି ବୋଲି ଚିଠିରେ ଲେଖିଛନ୍ତି ।

ସୂଚନାଥାଉକି, ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଅଶୋଭନୀୟ ଆଚରଣ ଯୋଗୁଁ ୧୨ ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି । ସଂସଦର ସଂପୂର୍ଣ୍ଣ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସଂସଦରୁ କଂଗ୍ରେସର ୬ ରହିଥିବାବେଳେ ଟିଏମସିର ୨ ଶିବସେନାର ୨ ଜଣ ସଂସଦ ସହ ଅନ୍ୟ ଦୁଇ ଦଳର ସାଂସଦ ରହିଛନ୍ତି।

ABOUT THE AUTHOR

...view details