ଓଡିଶା

odisha

By

Published : Apr 17, 2023, 7:10 AM IST

ETV Bharat / bharat

ଭୂଷଣ ପୁରସ୍କାର ଉତ୍ସବରେ ଅଘଟଣ, ଅଂଶୁଘାତରେ ୧୧ ମୃତ

ମୁମ୍ବାଇର ଖରଘର ଠାରେ ଆୟୋଜିତ ଭୂଷଣ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଶୁଂଘାତ ହୋଇ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଅଧିକ ପଢନ୍ତୁ

sunstroke at Maharashtra Bhushan award event
sunstroke at Maharashtra Bhushan award event

ମୁମ୍ବାଇ: ମହାରାଷ୍ଟ୍ର ଭୂଷଣ ପୁରସ୍କାର ବିତରଣରେ ଅଘଟଣ । ଖୋଲାପଡିଆରେ ବିତରଣ ସମ୍ମିଳନୀ ଚାଲିଥିବା ବେଳେ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଧିକାଂଶ ଲୋକଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଅନୁସାରେ, ଗତକାଲି(ରବିବାର) ମହାରାଷ୍ଟ୍ରରେ ଭୂଷଣ ପୁରସ୍କାର ବିତରଣ ସମାରୋହ ହୋଇଥିଲା । ଏଥିରେ ଲକ୍ଷଲକ୍ଷ ଲୋକେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଡହଡହ ଖରାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନେକ ଲୋକେ ଅଂଶୁଘାତର ଶିକାର ହୋଇଥିଲେ । ଫଳରେ ଅସୁସ୍ଥଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକା ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଏକନାଥ ସିନ୍ଦେ ଟ୍ବିଟକରି ସୂଚନା ଦେଇଛନ୍ତି ।

ଦୁଃଖପ୍ରକାଶ କଲେ ସିନ୍ଦେ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟ୍ବିଟକରି କହିଛନ୍ତି, "ମୁମ୍ବାଇର ଖରଘର ଠାରେ ପୁରସ୍କାର ବିତରଣ ସମାରୋହ ଆୟୋଜନ କରାଯାଇଥିବା ବେଳେ ଅନେକ ଲୋକ ଯୋଗ ଦେଇଥିଲେ । ତେବେ ହଠାତ୍‌ କିଛି ଲୋକ ଅଶୁଂଘାତରେ ଅସୁସ୍ଥ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୧୧ଜଣଙ୍କ ମୃତ୍ୟୁ ହୋଇଯାଇଛି । ୨୪ଜଣ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ଏହା ନିଶ୍ଚିତ ଦୁଃଖଦ ଘଟଣା ଅଟେ । "

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅମିତ ଶାହ: ମୁମ୍ବାଇର ଖରଘର ଠାରେ ଆୟୋଜିତ ଭୂଷଣ ପୁରସ୍କାର ବିତରଣ ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେଇଥିଲେ । ତେବେ ଅନେକ ସ୍ଥାନରୁ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ । ସ୍ଥାନୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତକାଲି ୩୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟେଣ୍ଟର ବ୍ୟବସ୍ଥା ହୋଇନଥିବାରୁ ଖରାରେ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Meet World's Tallest Woman: ହାତରେ ୫ଟି ବିଶ୍ବ ରେକର୍ଡ, ତଥାପି ଜୀବନ ସହ କରୁଛନ୍ତି ସଂଘର୍ଷ

ମୃତକଙ୍କ ପରିବାରକୁ ୫ଲକ୍ଷ ଘୋଷଣା: ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, " ଘଟଣା ପରେ ମୁଁ କାମୋଥେସ୍ଥିତ ଏମଜିଏମ ହସ୍ପାଟାଲରେ ଚିକିତ୍ସିତ ହେଉଥିବା ଅସୁସ୍ଥ ମାନଙ୍କୁ ଭେଟିଥିଲି । ତେବେ ଏହି ଦୁଃଖଦ ଘଟଣା ପାଇଁ ମୁଁ ଦୁଃଖିତ । ସମସ୍ତ ମୃତକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବ । ଏବଂ ଅସୁସ୍ଥଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି ।"

ତେବେ ଜାଣିରଖନ୍ତୁ କଣ ଏହି ଅଶୁଂଘାତ:ସାଧାରଣ ଭାଷାରେ ହିଟ୍ ଷ୍ଟ୍ରୋକକୁ ଅଂଶୁଘାତ କହନ୍ତି । ଯେତେବେଳେ ଶରୀର ତାପମାତ୍ରାକୁ ନିୟନ୍ତ୍ରଣ କରିପାରିବ ନାହିଁ, ସେତେବେଳେ ଏହା ଘଟେ । ଶରୀରର ତାପମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଇ ଆଉ ହ୍ରାସ ହୁଏନାହିଁ । 10 ରୁ 15 ମିନିଟ ମଧ୍ୟରେ ଶରୀରର ତାପମାତ୍ରା 106 ° F କିମ୍ବା ଅଧିକ ହୋଇପାରେ । ଯଦି ଏହାର ସମୟ ସମୟରେ ଚିକିତ୍ସା କରାନଯାଏ, ଫଳରେ ମୃତ୍ୟୁ ହୋଇଥାଏ ।

ଅଂଶୁଘାତରୁ କିପରି ବର୍ତ୍ତିବେ: ଅଂଶୁଘାତରୁ ବର୍ତ୍ତିବାକୁ ହେଲେ ଆପଣ ତୁରନ୍ତ ପ୍ରଥମେ ଏକ ଛାଇ ସ୍ଥାନକୁ ଯିବେ । ସେଠାରେ ପିନ୍ଧିଥିବା ପୋଷାକକୁ ଢିଲା କରିବେ ଏବଂ ପାଣି ପିଇବେ । ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲ ସହ ଯୋଗାଯୋଗ କରିବେ । ଏହାକୁ ହାଲୁକା ଭାବରେ ନେଲେ ଆପଣଙ୍କ ଜୀବନ ଚାଲିଯାଇପାରେ । ସେହିପରି ଘରୁ ବାହାରିବା ପୂର୍ବରୁ ଆପଣ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ ଏବଂ ସାଥିରେ ପାଣି ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ । ମୁଣ୍ଡରେ ଟୋପି ପିନ୍ଧନ୍ତୁ କିମ୍ବା ଛତା ବ୍ୟବହାର କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details