ହାଇଦ୍ରାବାଦ:ୟୁଟ୍ୟୁବ ଦେଖି ବୋମା ପ୍ରସ୍ତୁତ କରୁଥିଲେ ସ୍କୁଲ ଛାତ୍ର (puducherry School students making bomb) । ନିଜ ଦ୍ବାରା ପ୍ରସ୍ତୁତ ବୋମାର ପରୀକ୍ଷଣ ପାଇଁ ରାସ୍ତାକଡରେ ପାର୍କ ହୋଇଥିବା କାର ଉପରେ ମାଡ ମଧ୍ୟ କଲେ । 6ଜଣ ଛାତ୍ର ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିବା ସହ ବୋମା ତିଆରିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି । ଏପରି କିଛି ଘଟଣା ପୁଡୁଚେରୀରେ ଦେଖିବାକୁ ମିଳିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କ ବୟସ 16 ରୁ 17 ହେବ ଓ ସମସ୍ତେ ସ୍କୁଲରେ ପାଠ ପଢୁଥିବା ସ୍ଥାନୀୟ ପୋଲିସ ପ୍ରାଥମିକ ଜେରା ପରେ କହିଛି ।
ପୁଡୁଚେରୀର ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶାନ୍ତିନଗର ବାଲାଜୀ ଥିଏଟର ଏରିଆରେ ରାସ୍ତା କଡରେ ପାର୍କ ହୋଇଥିବା ଏକ କାରକୁ କିଛି ଯୁବକ ବୋମାମାଡ କରିଥିବା ସୂଚନା ମିଳିଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ବୋମାମାଡ ପଛରେ ଏହି ଛାତ୍ରମାନଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ସେମାନଙ୍କ ମଧ୍ୟରୁ 4ଜଣଙ୍କୁ ଗିରଫ କରି ଜେରା କରିବା ପରେ ବୋମାମାଡର କାରଣ ସମ୍ପର୍କରେ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା ।