ମସ୍କୋ: ଟୀକାକରଣ ପ୍ରକ୍ରିୟା ସାମାନ୍ୟ କୋହଳ ହେବା ପରେ ପୁଣି ଋଷରେ ଦେଖିବାକୁ ମିଳିଛି କୋଭିଡର ତାଣ୍ଡବ । ଆଜି ଗୋଟିଏ ଦିନରେ ଦେଶରେ 1,123 କୋଭିଡଜନିତ ମୃତ୍ୟୁ ସାମ୍ନାକୁ ଆସିଛି । ଫଳରେ ଆସନ୍ତା 11ଦିନ ଅର୍ଥାତ ନଭେମ୍ବର ୭ତାରିଖ ଯାଏଁ ପୁଣି ଲକଡାଉନ ଜାରି କରିଛନ୍ତି ଋଷ ସରକାର । ରାଜଧାନୀ ମସ୍କୋରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଦୋକାନ ବଜାର, ସ୍କୁଲ କଲେଜ ଏବଂ ସମସ୍ତ ସାର୍ବଜନୀନ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
କୋଭିଡରେ ବର୍ତ୍ତମାନ ସୁଦ୍ଧା ଋଷରେ ମୋଟ 230,000ରୁ ଅଧିକ ମୃତ୍ୟୁ ସାମ୍ନାକୁ ଆସିଥିବାବେଳେ ମହାମାରୀର ମାତ୍ରାଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ତାଲିକାରେ ରହିଛି ଋଷ । କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଯେଉଁ ପ୍ରକାରର କୋଭିଡ କଟକଣା ଜାରି କରାଯାଇଛି, ସେହି ଧାରାରେ ଋଷ ସରକାର ସମାନ୍ୟ ଢିଲାପଣ ପ୍ରଦର୍ଶନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଦେଶରେ ଟିକାକରଣର ହାର ମଧ୍ୟ ଲୋକସଂଖ୍ୟା ଦୃଷ୍ଟିରୁ କିଛି ଅଧିକ ନୁହେଁ ।