ଓଡିଶା

odisha

By

Published : Mar 4, 2022, 11:00 PM IST

ETV Bharat / bharat

ସଫଳ ହେଲା kavach ଟେକନିକ, ରେଳବାଇ ପାଇଁ ଐତିହାସିକ ଦିନ

ଭାରତୀୟ ରେଲୱେ ପାଇଁ ଆଜି(ଶୁକ୍ରବାର) ଏକ ଐତିହାସିକ ଦିନ। ସଫଳତାର ସହ ପରୀକ୍ଷଣ ହେଲା ରେଲୱେ ‘କବଚ ଟେକନିକ’ । ଫଳରେ ଏଣିକି ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣାକୁ ରୋକିହେବ । ଆଉ ଏହି ପରୀକ୍ଷଣର ମୁକସାକ୍ଷୀ ଥିଲେ ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

ସଫଳ ହେଲା କବଚ ଟେକନିକ
ସଫଳ ହେଲା କବଚ ଟେକନିକ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପାଇଁ ଆଜି(ଶୁକ୍ରବାର) ଏକ ଐତିହାସିକ ଦିନ। ସଫଳତାର ସହ ପରୀକ୍ଷଣ ହେଲା ରେଲୱେ ‘କବଚ ଟେକନିକ’ । ଫଳରେ ଏଣିକି ଦୁଇଟି ଟ୍ରେନ ସାମ୍ନାସାମ୍ନି ଦୁର୍ଘଟଣାକୁ ରୋକିହେବ । ଆଉ ଏହି ପରୀକ୍ଷଣର ମୁକସାକ୍ଷୀ ଥିଲେ ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ରେଲୱେ ‘କବଚ ଟେକନିକ’ ପରୀକ୍ଷଣ ଦୁଇଟି ଟ୍ରେନକୁ ମୁହାଁମୁହିଁ ଚଳାଚଳ କରାଯାଇଥିଲା। ଗୋଟିଏ ଟ୍ରେନରେ ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଥିବା ବେଳେ ଅନ୍ୟ ଏକ ଟ୍ରେନରେ ରେଳ ବୋର୍ଡ ଅଧ୍ୟକ୍ଷ ଥିଲେ । ପରୀକ୍ଷଣ ବେଳେ ରେଳ ମନ୍ତ୍ରୀ ଥିବା ଟ୍ରେନ ଟି ନିଜ ସମ୍ମୁଖ ପଟୁ ଆସୁଥିବା ଟ୍ରେନଟି 380 ମିଟର ପୂର୍ବରୁ ଅଟକି ଯାଇଥିଲା। କବଚ ଟେକନିକ(ପ୍ରଯୁକ୍ତିବିଦ୍ୟା) କାରଣରୁ ଟ୍ରେନ ଟି ସ୍ବୟଂଚାଳିତ ଭାବେ ବ୍ରେକ ମାରିଥିଲା । ଏହାସହ ଟ୍ରେନର ଗତି ଧୀର ହୋଇଯିବା ସହ ଅଟକି ଯାଇଥିଲା । ଯାହାର ପୁରା ଭିଡିଓ ଟ୍ବିଟ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ସୂଚନା ଅନୁସାରେ, ଭାରତୀୟ ରେଳବାଇରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଏଡାଇବା ପାଇଁ କବଚ ଟେକନିକକୁ ବିକଶିତ କରାଯାଇଛି । ଏହି ଟେକନିକ ଆଗାମୀ ଦିନରେ ଟ୍ରେନ ଗୁଡିକରେ ବ୍ୟବହାର କରାଯିବ । ।

@ANI

ABOUT THE AUTHOR

...view details