ନୂଆଦିଲ୍ଲୀ:୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ପିଟିସନ୍ ଦାଏର ହୋଇଛି । ତେବେ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଓ RBIକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଯେଉଁ ପ୍ରକ୍ରିୟାରେ ବିମୁଦ୍ରୀକରଣ କରାଯାଇଥିଲା ତାହାର ସବିଶେଷ ବିବରଣୀ ମାଗିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ସରକରାଙ୍କ ନୀତିଗତ ନିଷ୍ପତ୍ତିର ଲକ୍ଷ୍ମଣ ରେଖାକୁ ନେଇ ସୁପ୍ରିମକୋର୍ଟ ଅବଗତ ଅଛନ୍ତି । କିନ୍ତୁ ଏହାସତ୍ତ୍ବେ ବିମୁଦ୍ରୀକରଣ ନିଷ୍ପତ୍ତି ନେଇ ତଦନ୍ତ ହେବା ଜରୁରୀ ।
ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କରୁଛନ୍ତି । ଜଷ୍ଟିସ୍ ଏସ୍ ଏ ଅବ୍ଦୁଲ୍ ନଜୀର ଏହି ଖଣ୍ଡପୀଠର ଅଧ୍ୟକ୍ଷତା କରୁଛନ୍ତି । ସେ କହିଛନ୍ତି, "ଯେତେବେଳେ ସମ୍ବିଧାନ ପୀଠଙ୍କ ପାଖକୁ ଏଭଳି ମାମଲା ଆସେ, ତାହାର ଜବାବ ଦେବା ଖଣ୍ଡପୀଠଙ୍କ କର୍ତ୍ତବ୍ୟ ।" ସୁପ୍ରିମକୋର୍ଟଙ୍କ ମୁତାବକ ବିମୁଦ୍ରୀକରଣ ସମ୍ବନ୍ଧୀୟ ଆଇନ ସଠିକ୍ ଦୃଷ୍ଟିକୋଣରେ ଚ୍ୟାଲେଞ୍ଜ ହେବା ଆବଶ୍ୟକ ।