ଥିରୁଅନନ୍ତପୁରମ: ଦିନ କେଇଟା ପରେ କେରଳରେ ବିଧାନସଭା ନିର୍ବାଚନ । ଆମେ କ୍ଷମତାକୁ ଆସିଲେ ସାବରିମାଳା ମନ୍ଦିର ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ଆଣିବୁ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ଜନତା ପାର୍ଟି ଏନେଇ ପ୍ରତିଶ୍ରୁତି ବଦ୍ଧ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।
ଯଦି ଆମେ ଏଠି ସରକାର ଗଠନ କରିବୁ ସାବରିମାଳା ମନ୍ଦିର ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ଆଣିବୁ । ଏହା ଆମର ନିଆଯାଇଥିବା ଉତ୍ତମ ନିଷ୍ପତ୍ତି ବୋଲି କହିଛନ୍ତି ରାଜନାଥ ସିଂ । ଆମେ କେରଳରେ ଅଧିକ ସଂଖ୍ୟାଗରିଷ୍ଠତା ପାଇଁ ଚେଷ୍ଟା କରୁଛୁ । ଭବିଷ୍ୟତରେ କଣ ହେବ ଆଗକୁ ତାହା ଦେଖାଯିବ ବୋଲି କହିଛନ୍ତି ରାଜନାଥ ସିଂ ।