ଓଡିଶା

odisha

By

Published : Feb 7, 2022, 1:07 PM IST

ETV Bharat / bharat

Uttarakhand Polls: ଆସନ୍ତା 10ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ରାହୁଲ

ଆସନ୍ତା ୧୦ରେ ଉତ୍ତରାଖଣ୍ଡ ଗସ୍ତ କରିବେ ରାହୁଲ । ୨ଟି ରାଲିକୁ କରିବେ ସମ୍ବୋଧନ । ଅଧିକ ପଢନ୍ତୁ

Uttarakhand Polls: ଆସନ୍ତା ୧୦ରେ ଉତ୍ତରାଖଣ୍ଡରେ ରାଲି କରିବେ ରାହୁଲ
Uttarakhand Polls: ଆସନ୍ତା ୧୦ରେ ଉତ୍ତରାଖଣ୍ଡରେ ରାଲି କରିବେ ରାହୁଲ

ଡେରାଡୁନ: ପାଖେଇ ଆସୁଛି 5 ରାଜ୍ୟରେ ବିଧାନସଭା ନିର୍ବାଚନ । ସରଗରମ ପ୍ରଚାର ମୈଦାନ । ବହୁ ହେବି ଓ୍ବେଟ ପ୍ରଚାର ମୈଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖରେ ଉତ୍ତରାଖଣ୍ଡ ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ଦୁଇଟି ସ୍ଥାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ଫେବୃଆରୀ ୧୨ରେ ଏକ ସାଧାରଣ ସଭାକୁ ଉତ୍ତରାଖଣ୍ଡରେ ସମ୍ବୋଧିନ କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ରାଜ୍ୟ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ମଥୁରା ଦତ୍ତ ଯୋଶୀ କହିଛନ୍ତି ଯେ, ଆସନ୍ତା ୧୦ରେ ଶ୍ରୀନଗର ଓ ଅଲମୋରାରେ ବିଧାନସଭା ନିର୍ବାଚନକୁ ନେଇ ଏକ ସାଧାରଣ ସଭା କରିବେ । ଏହାପରେ ପ୍ରିୟଙ୍କା ଗାନ୍ଧୀ ୧୨ ତାରିଖରେ ଉଦ୍ଧମ ସିଂ ନଗର ଓ ହରିଦ୍ବାରରେ ରାଲି କରି ସମ୍ବୋଧିତ କରିବେ । ତେବେ ଉତ୍ତରାଖଣ୍ଡରେ ଅଧିକରୁ ଅଧିକ ବିଧାନସଭା ସିଟ ହାତେଇବାକୁ ବିଜେପି, କଂଗ୍ରେସ ଓ ଅନ୍ୟ ଦଳଗୁଡିକ ପ୍ରଚାରକୁ ଏବେ ଜୋରଦାର କରିଛନ୍ତି । ପ୍ରକାଶଥାଉ କି, ଆସନ୍ତା ୧୪ ତାରିଖରେ ଉତ୍ତରଖଣ୍ଡରେ ମତଦାନ ହେବ ।

@ANI

ABOUT THE AUTHOR

...view details