ଓଡିଶା

odisha

By

Published : May 9, 2021, 8:20 AM IST

ETV Bharat / bharat

ସଂକ୍ରମଣରେ ଲାଗୁନି ବ୍ରେକ, ପୁଡୁଚେରୀରେ 14 ଦିନିଆ ଲକଡାଉନ

ମେ’ 10ରୁ ପୁଡୁଚେରୀରେ 14ଦିନିଆ ଲକଡାଉନ ଲାଗୁ ହେବ । ଅଧିକ ପଢନ୍ତୁ..

ପୁଡୁଚେରୀରେ ମେ 10ରୁ 14ଦିନିଆ ଲକଡାଉନ
ପୁଡୁଚେରୀରେ ମେ 10ରୁ 14ଦିନିଆ ଲକଡାଉନ

ପୁଡୁଚେରୀ:ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ସଂକ୍ରମଣ । ସଂକ୍ରମଣକୁ ରୋକିବା ପାଇଁ ଦେଶରେ ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି । ପୁଡୁଚେରୀରେ ମେ 10ତାରିଖରୁ 14ଦିନିଆ ଲକଡାଉନ ଲାଗୁ କରିବାକୁ ଶନିବାର ଘୋଷଣା କରିଛନ୍ତି ପୁଡୁଚେରୀ ସରକାର ।

ମେ 10 ତାରିଖ ମଧ୍ୟରାତ୍ରୀରୁ ମେ 24ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ । ଏହା ସହିତ କୋରୋନା ସଂକ୍ରମଣ ପାଇଁ ଏକ ନୂଆ ଗାଇଡଲାଉନ ଜାରି କରିଛନ୍ତି ପୁଡୁଚେରୀ ସରକାର । ଏପ୍ରିଲ 17ରେ ହୋଇଥିବା ଲକଡାଉନ ପ୍ରଭାବଶାଳୀ ଥିଲା । ଏହା ପରେ ବି ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ । ତେଣୁ ପୁଣି ଲକଡାଉନ କରିବା ଆବଶ୍ୟକତା ହୋଇଛି ।

ଲକଡାଉନରେ ସମସ୍ତ ପାର୍କ, ଗାର୍ଡେନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଏହି ସହିତ ଜନସମାଗମ ଉପରେ କଟକଣା ଲାଗୁ ହୋଇଛି । ସାମାଜିକ, ରାଜନୈତିକ,କ୍ରୀଡା ମନୋରଞ୍ଜନ ସହିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଖାଦ୍ୟ, ମାଛ ମାଂସ ଦୋକାନ ସକାଳ 12ଟା ପର୍ଯ୍ୟନ୍ତ ଖୋଲା ରହିବ । ପୁଡୁଚେରୀରେ ଶନିବାର 1,703ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହତି 24ଘଣ୍ଟାରେ 19ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ 70ହଜାର 076ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

@ANI

ABOUT THE AUTHOR

...view details