ଓଡିଶା

odisha

By

Published : Sep 17, 2022, 8:00 PM IST

ETV Bharat / bharat

ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି, ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ

ଲଣ୍ଡନ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu leaves for London)। 19 ରେ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟ ଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ । ଦାୟିତ୍ବ ନେବା ପରେ ରାଷ୍ଟ୍ରପତିଙ୍କର ପ୍ରଥମ ବିଦେଶ ଗସ୍ତ । ଅଧିକ ପଢନ୍ତୁ

ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି, ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ
ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି, ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟ ଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ଆଜି (ଶନିବାର) ଲଣ୍ଡନ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu leaves for London)। 19 ତାରିଖରେ ଲଣ୍ଡନରେ ବ୍ରିଟିଶ ପରମ୍ପରା ଅନୁସାରେ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଏହା ମୁର୍ମୁଙ୍କର ପ୍ରଥମ ବିଦେଶ ଗସ୍ତ ।

ଏହି କାର୍ଯ୍ୟକ୍ରମରେ ଅନେକ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ବିଶ୍ବବ୍ୟାପୀ ପ୍ରାୟ 5ଶହ ବଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଉଛନ୍ତି । (lizabeth funeral।) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପତ୍ନୀ ଜିଲ ବାଇଡେନଙ୍କ ସହ ଲଣ୍ଡନରେ ପହଞ୍ଚି ଏଲିଜାବେଥଙ୍କୁ ଶେଷ ସମ୍ମାନ ଜଣାଇବାର କାର୍ଯ୍ୟକ୍ରମ ରହିଛି ।

ତେବେ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ । ଭାରତରେ ଏକ ଦିବସୀୟ ଶୋକ ପାଳନ କରିଛନ୍ତି । ତେବେ ସୋମବାର ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ହେବାକୁ ଯାଉଥିବା ବେଳେ ରାଷ୍ଟ୍ରପତି ସେଠାରେ ପ୍ରତ୍ୟେକ୍ଷ ଉପସ୍ଥିତ ହୋଇ ଭାରତକୁ ପ୍ରତିନିଧିତ୍ବ କରିବେ (President to attend Queen Elizabeth funeral )।

ଏହା ମଧ୍ୟ ପଢନ୍ତୁ:-ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି, 17ରେ ଯିବେ ଲଣ୍ଡନ

ମହାରାଣୀଙ୍କର ମରଶରୀରକୁ ବ୍ରିଟେନ ବ୍ୟାପୀ ପରିକ୍ରମା କରାଯିବା ପରେ ରାଜଧାନୀ ଲଣ୍ଡନରେ 19 ତାରିଖରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବ୍ରିଟିଶ ଓ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି କାର୍ଯ୍ୟକ୍ରମରେ ବିଶ୍ବବ୍ୟାପୀ ପ୍ରାୟ 5 ଶହ ଅତିଥି ଓ ପ୍ରାୟ 7 ଲକ୍ଷରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହିବେ । ଆବଶ୍ୟକୀୟ ପ୍ରସ୍ତୁତି ଓ ବିଶ୍ବବ୍ୟାପୀ ଅତିଥିଙ୍କର ସୁରକ୍ଷା ଲାଗି ମଧ୍ୟ 7 ମିଲିୟନ ଆମେରିକୀୟ ଡଲାର ( ପ୍ରାୟ 60 କୋଟି ଭାରତୀୟ ମୁଦ୍ରା) ଖର୍ଚ୍ଚ କରିବ ବ୍ରିଟିଶ ପ୍ରଶାସନ । ଲଣ୍ଡନର ବକିଙ୍ଗହମ୍ ରାଜପ୍ରସାଦରେ ଏଲିଜାବେଥଙ୍କ ପାର୍ଥିବ ଶରୀର ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ରଖାଯାଇଛି । ସୋମବାର ୱଣ୍ଡସର୍‌ କ୍ୟାସେଲ୍‌ର ରାଜା ଜର୍ଜ ଷଷ୍ଠ ମେମୋରିଆ ଚାପେଲ୍‌ରେ ଏଲିଜାବେଥଙ୍କ ପାର୍ଥୀବ ଶରୀରକୁ କବର ଦିଆଯିବ । ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପରାରେ ସମ୍ପନ୍ନ ହେବ ।

ଏହା ମଧ୍ୟ ପଢନ୍ତୁ :- ସ୍ବତନ୍ତ୍ର ବିଧିରେ କରାଯିବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ସୂଚନା ଅନୁଯାୟୀ, ଗତ ୮ ତାରିଖରେ ଏଲିଜାବେଥ ଦ୍ୱିତୀୟଙ୍କ 96 ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣକୁ ସେ ବାଲମୋରାଲ କ୍ୟାସେଲରେ (Balmoral Castle) ଅବସ୍ଥାନ କରୁଥିଲେ । ତେବେ ତାଙ୍କର ମୃତ୍ୟୁ ସ୍କଟଲ୍ୟାଣ୍ଡରେ ହୋଇଥିବା ବେଳେ ଅନ୍ତିମ ସଂସ୍କାର କିନ୍ତୁ ରାଜଧାନୀ ଲଣ୍ଡନରେ ହେବାର ପରମ୍ପରା ରହିଛି । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ଯୋଗୁଁ 7 ଦଶନ୍ଧି ରାଜତ୍ବର ଅନ୍ତ ହୋଇଛି । ପରେ ତାଙ୍କ ବଡ ପୁଅ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷିତ କାରଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details