ଓଡିଶା

odisha

ଏକ ମହାଯଜ୍ଞ ପାଇଁ ପ୍ରସ୍ତୁତି

By

Published : Dec 31, 2020, 3:27 PM IST

ସଂପ୍ରତି ସାରା ବିଶ୍ବର ପ୍ରତ୍ୟେକ ରାଷ୍ଟ୍ର ସମ୍ମୁଖରେ ଏକ ଆହ୍ବାନ ରୂପରେ ଉଭା ହୋଇଛି ସହସ୍ରାବ୍ଦୀର ସର୍ବବ୍ୟାପୀ ମହାମାରୀ ରୂପେ ଅଭିହିତ କୋଭିଡ୍‌-19 । ସ୍ବାସ୍ଥ୍ୟ ଓ ବିକାଶ କ୍ଷେତ୍ରରେ ଅନେକ ଦେଶର ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟକୁ ଏହା ଓଲଟପାଲଟ କରିଦେଇଛି । ଏହି ମହାମାରୀର ବିନାଶକାରୀ ପ୍ରାଦୁର୍ଭାବ ଦେଖାଦେବା ପରେ ପରେ, ଏହାର ପ୍ରତିରୋଧ ନିମନ୍ତେ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚାଲିଲା । ଅଧିକ ପଢନ୍ତୁ...

ଏକ ମହାଯଜ୍ଞ ପାଇଁ ପ୍ରସ୍ତୁତି
ଏକ ମହାଯଜ୍ଞ ପାଇଁ ପ୍ରସ୍ତୁତି

ସଂପ୍ରତି ସାରା ବିଶ୍ବର ପ୍ରତ୍ୟେକ ରାଷ୍ଟ୍ର ସମ୍ମୁଖରେ ଏକ ଆହ୍ବାନ ରୂପରେ ଉଭା ହୋଇଛି ସହସ୍ରାବ୍ଦୀର ସର୍ବବ୍ୟାପୀ ମହାମାରୀ ରୂପେ ଅଭିହିତ କୋଭିଡ୍‌-19 । ସ୍ବାସ୍ଥ୍ୟ ଓ ବିକାଶ କ୍ଷେତ୍ରରେ ଅନେକ ଦେଶର ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟକୁ ଏହା ଓଲଟପାଲଟ କରିଦେଇଛି । ଏହି ମହାମାରୀର ବିନାଶକାରୀ ପ୍ରାଦୁର୍ଭାବ ଦେଖାଦେବା ପରେ ପରେ, ଏହାର ପ୍ରତିରୋଧ ନିମନ୍ତେ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚାଲିଲା । ଏବେ କେତେକ ଦେଶରେ ଦୁଇ ବା ତିନିଟି କୋଭିଡ୍‌-19 ପ୍ରତିଷେଧକ ଟିକା ପ୍ରଦାନକୁ ସବୁଜ ସଂକେତ ମିଳିସାରିଲାଣି । ଭାରତ ବାୟୋଟେକ୍‌ (କୋଭାକ୍‌ସିନ୍‌) ଏବଂ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (କୋଭିଶିଲ୍‌ଡ) ଦ୍ବାରା ବିକଶିତ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ ଉକ୍ତ ଦୁଇ ସଂସ୍ଥା ଆବେଦନ କରିଛନ୍ତି । ଏହି ବିଷୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌-19 ପ୍ରତିଷେଧକ ଟିକା ପ୍ରଦାନ ନିମନ୍ତେ ସାମଗ୍ରିକ ପ୍ରସ୍ତୁତିର ଅଂଶବିଶେଷ ରୂପେ କେତେକ ସ୍ଥାନରେ ଟିକାଦାନର ଅଗ୍ରୀମ ‘ଅଭ୍ୟାସ ପ୍ରକ୍ରିୟା’ ବା ‘ଡ୍ରାଏ ରନ୍‌’ ଆୟୋଜନ କରିସାରିଛନ୍ତି ।

ଦେଶର ଚାରିଟି ଭାଗର ପ୍ରତିନିଧିତ୍ବ କରୁଥିବା ଚାରିଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ଆୟୋଜିତ ଏହି ଅଭ୍ୟାସ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଲୋକଙ୍କୁ ଟିକା ଦେବା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ସୁଗମ ଓ ସୁନିଶ୍ଚିତ କରାଇବା । ଏହା ସହିତ ଟିକାଦାନ କାର୍ଯ୍ୟକ୍ରମରେ ନିୟୋଜିତ ସରକାରୀ କଳର ପ୍ରସ୍ତୁତି ଏବଂ ଏହି ପ୍ରକ୍ରିୟା ପାଇଁ ଉଦ୍ଦିଷ୍ଟ ଡିଜିଟାଲ ଆଇଟି ସାଇଟ୍‌ର ଉପଯୋଗିତା ନିରୂପଣରେ ମଧ୍ୟ ଏହି ଅଭ୍ୟାସ ସହାୟକ ହୋଇପାରିବ । ଆକ୍ଷରିକ ଅର୍ଥରେ ଏହି ଟିକାଦାନ କାର୍ଯ୍ୟକ୍ରମ ଏକ ମହାଯଜ୍ଞର ରୂପ ନେବାକୁ ଯାଉଛି । ଏଥିରେ ଦେଶର ପ୍ରାୟ 29,000ଟି ଶୀତଳୀକରଣ କେନ୍ଦ୍ର ଶୃଙ୍ଖଳ ବା ‘କୋଲ୍‌ଡ ଚେନ୍‌ ସେଣ୍ଟର’ରେ ସ୍ଥାପିତ 86,000ଟି ଶୀତଳ ଭଣ୍ଡାର ମେସିନ୍‌ରେ ଟିକା ମହଜୁଦ ରଖାଯିବ । ଆବଶ୍ୟକତା ଅନୁସାରେ ସଠିକ ସମୟରେ ନିର୍ଦ୍ଧାରିତ ସ୍ଥାନରେ ଏହି ଟିକା ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ପଡ଼ିବ । ଏକ ସମନ୍ବିତ ପ୍ରୟାସକ୍ରମରେ ଟିକା ଦିଆଯିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚାଇ ଦିଆଯିବ ଯେ ଠିକ୍‌ କେଉଁ ସମୟରେ ତାଙ୍କର ଟିକା ନେବା ପାଳି ପଡ଼ିବ ଏବଂ କେଉଁ ସ୍ଥାନରେ ତାଙ୍କୁ ଟିକା ଦିଆଯିବ । ଟିକା ଦିଆଯିବା ପରେ ବ୍ୟକ୍ତିଙ୍କ ଶରୀରରେ କୌଣସି ପ୍ରତିକୂଳ ପ୍ରତିକ୍ରିୟା ଦେଖାଦେଲେ ସେ ସଂପର୍କିତ ଟିକିନିଖି ବିବରଣୀ ସଂଗ୍ରହ କରିବାରେ ବହୁ ଉଦ୍‌ବେଗ ଜଡ଼ିତ ମୁହୂର୍ତ୍ତ ବିତାଇବାକୁ ପଡ଼ିବ । ଏହି ସବୁ ପ୍ରସଙ୍ଗକୁ ବିଚାରକୁ ନେଲେ, 23ଟି ମନ୍ତ୍ରାଳୟ ମଧ୍ୟରେ ସମନ୍ବୟ ରକ୍ଷା ପୂର୍ବକ ଟିକାଦାନର ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରୟାସ ଏକ ଅଭୂତପୂର୍ବ କାର୍ଯ୍ୟକ୍ରମ । ଭାରତ ପାଖରେ ବିଭିନ୍ନ ପ୍ରତିଷେଧକ ଟିକାଦାନ କାର୍ଯ୍ୟକ୍ରମ ପରିଚାଳନା ସଂପର୍କିତ ବର୍ଷ ବର୍ଷର ଅନୁଭୂତି ରହିଛି । ଏହି ଅନୁଭୂତି ରହିଥିବା ସତ୍ତ୍ବେ କୋଭିଡ୍‌-19 ଟିକାଦାନ କ୍ଷେତ୍ରରେ ଦେଶ ଏକ କଠିନ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି ।

ଟିକାଦାନ କ୍ଷେତ୍ରରେ ପ୍ରାଥମିକତା ନିରୂପଣ କରି ସରକାର ପ୍ରଥମେ 2 କୋଟି କୋରୋନା ଯୋଦ୍ଧାଙ୍କୁ ଚିହ୍ନଟ କରିଛନ୍ତି । ଆକଳନ ଅନୁସାରେ, 50 ବା ତା’ଠାରୁ କମ୍‌ ବୟସ ବର୍ଗର ଆଉ ପ୍ରାୟ 28 କୋଟି ଲୋକ ବିଭିନ୍ନ ଅନ୍ୟାନ୍ୟ ରୋଗରେ ଦୀର୍ଘଦିନ ହେଲା ପୀଡ଼ିତ ଅଛନ୍ତି । ପ୍ରସ୍ତାବିତ ଟିକାଦାନକୁ ଅନୁମୋଦନ ମିଳିବା ମାତ୍ରକେ ଦେଶର 681ଟି ଜିଲ୍ଲାରେ ଟିକାଦାନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଇବା ପାଇଁ ପ୍ରାୟ 50,000 ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଯଦିଓ ଦେଶରେ ଏବେ 82 ଲକ୍ଷ ସାର୍ବଜନୀନ ଟିକାଦାନ କେନ୍ଦ୍ର ରହିଛି, ତଥାପି ପୂର୍ବ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, କେବଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ତା’ଠାରୁ ଅଧିକ ସୁବିଧା ସୁଯୋଗ ରହିଥିବା କେନ୍ଦ୍ରରେ କୋଭିଡ୍‌ ପ୍ରତିଷେଧକ ଟିକାଦାନ କରାଯିବ ବୋଲି ସ୍ଥିର କରାଯାଇଛି । ସାଧାରଣତଃ କୌଣସି ପ୍ରତିଷେଧକ ଟିକାର ସୁରକ୍ଷା ଓ କାର୍ଯ୍ୟକାରିତା ନିରୂପଣ ସକାଶେ ବର୍ଷ ବର୍ଷ ଲାଗିଥାଏ । ତେବେ ସମୟର ବିପରୀତ ଧାରାରେ ଯାଇ ବିଭିନ୍ନ ବାୟୋଟେକ୍‌ ସଂସ୍ଥା କୋଭିଡ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି । ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ହଜାର ହଜାର ଲୋକଙ୍କ ଶରୀରରେ ପ୍ରତିଷେଧକ ଟିକାର ପରୀକ୍ଷା କରାଯାଇଛି । କୋଟି କୋଟି ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଅଳ୍ପ କେତେଜଣଙ୍କ ଶରୀରରେ ଏହାର ପ୍ରତିକୂଳ ପ୍ରତିକ୍ରିୟାଉପୁଜିବା ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରିବନି ।

ଆମେରିକାର ସରକାରୀ ଔଷଧପତ୍ର ସଂସ୍ଥା (ଏଫ୍‌ଡିଏ)ର କହିବାଅନୁସାରେ କେବଳ ଟିକା ନେବା ଯୋଗୁଁ ଏଭଳି ପ୍ରତିକ୍ରିୟା ହୋଇ ନଥାଏ । ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ଏଭଳିପ୍ରତିକୂଳ ପ୍ରତିକ୍ରିୟା ଦେଖାଦେଉଛି, ସେମାନଙ୍କ ପାଇଁ ତୁରନ୍ତ ଡାକ୍ତରୀ ସହାୟତା ଉପଲବ୍‌ଧ କରାଇବା ଉଚିତ ।ସମ୍ବେଦନଶୀଳ ବ୍ୟକ୍ତିଙ୍କ ଶରୀରରେ ଟିକାର ଦୀର୍ଘକାଳୀନ ପ୍ରଭାବ ସମୂହକୁ ପର୍ଯ୍ୟବେକ୍ଷଣ କରିବା ସହିତ ତହିଁରୁଲବ୍‌ଧ ତଥ୍ୟ ଭିତ୍ତିରେ ପ୍ରତିଷେଧକ ଟିକାରେ ଉପଯୁକ୍ତ ବିକାଶ କରିବା ଉଚିତ ।ସାରା ଦେଶରେ ଲୋକଙ୍କୁ ଟିକାର ଦ୍ବିତୀୟ ମାତ୍ରା ଦିଆଯିବା ସମୟ ହିଁ ଚିକିତ୍ସା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେକାର୍ଯ୍ୟରତ ସବୁ ସ୍ତରର କର୍ମୀଙ୍କ ପାଇଁ ଜୀବନର ଯୁଦ୍ଧକ୍ଷେତ୍ରରେ ଅସଲ ପରୀକ୍ଷାର ବେଳ ହେବ । ବୈଷୟିକଜ୍ଞାନକୌଶଳର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସେମାନେ ସେହି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ । ଦୃଢ଼ ସଂକଳ୍ପବଳରେ ହିଁ ଏହି ସର୍ବବ୍ୟାପୀ ମହାମାରୀର ଅନ୍ତ ଘଟାଇବା ଉଚିତ ।

ABOUT THE AUTHOR

...view details