ଓଡିଶା

odisha

By

Published : Sep 5, 2022, 6:28 PM IST

ETV Bharat / bharat

ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲିଜ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା (PM Narendra Modi congratulates Liz Truss) । କହିଲେ ଟ୍ରସଙ୍କ ନେତୃତ୍ବରେ ଆହୁରି ସୁଦୃଢ ହେବ ଭାରତ- ବ୍ରିଟେନ ଦ୍ବିପାକ୍ଷିକ ସମ୍ପର୍କ । ନୂଆ ଦାୟିତ୍ବ ଓ ସଫଳ କାର୍ଯ୍ୟକାଳ ନେଇ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

ଲିଜ ଟ୍ରସଙ୍କୁ ଶୁଭଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଲିଜ ଟ୍ରସଙ୍କୁ ଶୁଭଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi congratulates Liz Truss)। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, "ଟ୍ରସଙ୍କ ନେତୃତ୍ବରେ ଭାରତ-ବ୍ରିଟେନ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବାକୁ ଯାଉଛି ।" ନୂତନ ଦାୟିତ୍ବ ଓ ସଫଳ କାର୍ଯ୍ୟକାଳ ପାଇଁ ମୋଦି ଲିଜ ଟ୍ରସଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଆଜି ହୋଇଥିବା ଫଳାଫଳ ଘୋଷଣାରେ ଲିଜ ଟ୍ରସ ନିଜର ପ୍ରତିଦ୍ବନ୍ଦ୍ବୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି । ଏବେ ବିଶ୍ବବ୍ୟାପୀ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:-ଲିଜ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ହାରିଲେ ଋଷି ସୁନକ

ବ୍ରିଟିଶ ଶାସକ ଦଳ କଞ୍ଜରଭେଟିବ ପାର୍ଟିରେ ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକ ଓ ଟ୍ରସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବୀତା ଜାରି ରହିଥିଲା । ଶୁକ୍ରବାର ଶାସକ ଦଳରେ ମତଦାନ ମଧ୍ୟ ଶେଷ ହୋଇଥିଲା । ଆଜି ଏହାର ଫଳାଫଳ ଆସିବା ପରେ ଋଷିଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ବ୍ରିଟେନର ବୈଦେଶିକ ସଚିବ ଲିଜ ଟ୍ରସ୍‌ ।

ଏକାଧିକ ଅଭିଯୋଗ ଯୋଗୁ ଦଳୀୟ ଅନ୍ତଃକନ୍ଦଳ ମଧ୍ୟରେ ବୋରିଶ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା । ଶାସକ ଦଳରେ ଏକାଧିକ ସାଂସଦ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିବା ଯୋଗୁ ସାଙ୍ଗଠନିକ ନିର୍ବାଚନର ଆବଶ୍ୟକ ପଡିଥିଲା । ଏକାଧିକ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ଆଗ୍ରହ ପ୍ରକାଶ କରିବା ପରେ କେତେକ ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ ।

ତେବେ ଏକାଧିକ ପର୍ଯ୍ୟାୟ ପରେ ଅନ୍ତିମ ଭାବେ ବୈଦେଶିକ ସଚିବ ଲିଜ ଟ୍ରସ ଓ ସାଂସଦ ଋଷି ସୁନକଙ୍କ ମଧ୍ୟରେ ଶୁକ୍ରବାର ଭୋଟିଂ ହୋଇଥିଲା । ତେବେ ଆଜି ଫଳାଫଳ ଆସିବା ପରେ ଲଜ ଟ୍ରିସ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି (new UK pm Liz Truss)।

ABOUT THE AUTHOR

...view details