ଓଡିଶା

odisha

By

Published : Jul 10, 2022, 10:32 AM IST

Updated : Jul 10, 2022, 11:56 AM IST

ETV Bharat / bharat

Eid Al Adha: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପବିତ୍ର ଇଦ୍ ଉଜ୍ ଜୁହା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମୁସଲମାନ ଭାଉଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

EidAlAdha: ରାଷ୍ଚ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
EidAlAdha: ରାଷ୍ଚ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମୁସଲମାନ ଭାଉଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି କହିଛନ୍ତି, ଇଦ୍ ଉଜ୍ ଜୁହା ଅବସରରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ବିଶେଷ କରି ମୁସଲିମ ଭାଇ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଇଦ୍ ଉଜ୍ ଜୁହା ପର୍ବ ବଳିଦାନ ଏବଂ ମାନବ ସେବାର ପ୍ରତୀକ । ଏହି ଅବସରରେ ମାନବ ଜାତିର ସେବା ପାଇଁ ନିଜକୁ ସମର୍ପିତ କରି ଦେଶର ସମୃଦ୍ଧି ତଥା ସମଗ୍ର ବିକାଶ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ଇଦ୍-ଉଲ୍-ଅଦାରେ ଅନେକ ଅନେକ ଶୁଭେଚ୍ଛା । ଏହି ପର୍ବ ଆମକୁ ମାନବଜାତିର ମଙ୍ଗଳ ପାଇଁ ସାମୂହିକ ସୁସ୍ଥତା ଏବଂ ସମୃଦ୍ଧିକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବ । ଦେଶକ ସମୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପବିତ୍ର ଇଦ-ଉଜ୍-ଜୁହା ପର୍ବ ଉପଲକ୍ଷେ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃ୍ଦ୍ଧି ଭରି ଦେଉବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର ହୋଇନାହିଁ । ସମସ୍ତଙ୍କୁ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରି ନିଜେ ଓ ପରିବାରକୁ ସୁସ୍ଥ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।

ସେହିପରି ଇଦ-ଉଜ୍-ଜୁହା ପର୍ବ ଉପଲକ୍ଷେ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଏହି ପର୍ବ ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ସହ ସେବା, ସମରର୍ପଣ, ତ୍ୟାଗର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉତ୍ସର୍ଗୀକୃତଭାବେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି ରାଜ୍ୟପାଳ । ଏହା ସହିତ କୋଭିଡ ମହାମାରୀ ବିରୋଧୀ ଲଢେଇରେ ସାମିଲ ହୋଇ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ରାଜ୍ୟପାଳ ।

Last Updated : Jul 10, 2022, 11:56 AM IST

ABOUT THE AUTHOR

...view details