ଓଡିଶା

odisha

ଆଜି G-20 ଶିଖର ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି

By

Published : Oct 11, 2021, 9:27 PM IST

Updated : Oct 12, 2021, 8:58 AM IST

ଆଜି ଅର୍ଥାତ ୧୨ ଅକ୍ଟୋବରରେ ହେବ ଜି-୨୦ ସମ୍ମିଳନୀ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ମଙ୍ଗଳବାର G-20 ଶିଖର ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି
ମଙ୍ଗଳବାର G-20 ଶିଖର ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: G-20 ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅର୍ଥାତ ୧୨ ଅକ୍ଟୋବରରେ ହେବ ଏହି ଜି-୨୦ ସମ୍ମିଳନୀ । ଆଫଗାନିସ୍ତାନ ସଙ୍କଟ ଉପରେ ଜି-୨୦ରେ ସାମିଲ ଦେଶ କରିବେ ଆଲୋଚନା ।

ଜି-୨୦ ଦେଶଗୁଡିକ ମଧ୍ୟରେ ହେବାକୁ ଥିବା ବୈଠକରେ ଆଫଗାନିସ୍ତାନ ସଙ୍କଟ ସହ ଜଡିତ ଅନେକ ବିଷ୍ୟ ଉପରେ ଆଲୋଚନା ହେବ । ବୈଠକର ଏଜେଣ୍ଡାରେ ମାନବୀୟ ଆବଶ୍ୟକତା, ସର୍ବାଙ୍ଗୀନ ସେବା ଓ ଜୀବିକା ପର୍ଯ୍ୟନ୍ତ ପହଞ୍ଚିବା ବିଷୟ ସାମିଲ ରହିଛି । ସେହପରି ସୁରକ୍ଷା, ଆତଙ୍କବାଦ ବିରୋଧରେ ଲଢେଇ, ଗତିଶୀଳତା ଓ ମାନବାଧିକାର ଉପରେ ଆଲୋଚନା ହେବ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ଉପରେ ଏସସିଓ ଓ ସିଏସଟିଓ ବୈଠକରେ ସାମିଲ ହୋଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଫଗାନିସ୍ତାନ ସ୍ଥିତିର ଘଟଣାକ୍ରମକୁ ନେଇ ଭାରତର ପକ୍ଷ ରଖିଥିଲେ । ସେ କହିଥିଲେ, ଏଭଳି ପରିସ୍ଥିତିର ସବୁଠୁ ଅଧିକ ପ୍ରଭାବ ଭାରତ ଭଳି ପଡୋଶୀ ଦେଶ ଉପରେ ପଡିବ । ଏହି ଅବସରରେ ଆଫଗାନିସ୍ତାନ ସ୍ଥିତିକୁ ଦୃ୍ଷ୍ଟିରେ ରଖି କ୍ଷେତ୍ରୀୟ ସହଯୋଗର ଆବଶ୍ୟକତା ଉପରେ ବଳ ଦେଇଥିଲେ ।

Last Updated : Oct 12, 2021, 8:58 AM IST

ABOUT THE AUTHOR

...view details