ନୂଆଦିଲ୍ଲୀ: କୋଭିଡ଼ କ୍ଲିନିକାଲ ପରିଚାଳନାରୁ ପ୍ଲାଜମା ଥେରାପି ହଟିପାରେ ବୋଲି ଶନିବାର ଜଣାପଡିଛି । କୋଭିଡ ମୁକାବିଲା ଦାୟିତ୍ବରେ ଥିବା ICMRର ଜାତୀୟ ଟାସ୍କ ଫୋର୍ସ ଏହି ନିଷ୍ପତ୍ତି ନେଇଛନ୍ତି । କାରଣ କୋଭିଡ଼ ଆକ୍ରାନ୍ତଙ୍କୁ ପ୍ଲାଜମା ଦେଇସାରିବା ପରେ ମଧ୍ୟ ଅନେକ ଥର ଆକ୍ରାନ୍ତଙ୍କ ଉପରେ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି ।
ପ୍ଲାଜମା ଥେରାପିର କୌଣସି ପ୍ରଭାବ ପଡୁନଥିବାରୁ ଏହାକୁ କ୍ଲିନିକାଲ ପରିଚାଳନାରୁ ହଟାଇବା ପାଇଁ ସ୍ଥିର କରାଯାଇଛି । କିନ୍ତୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଦେଶରେ ସଂକ୍ରମଣ ବଢୁଥିବାରୁ ପ୍ଲାଜମା ଦାତାମାନଙ୍କ ଚାହିଦା ବଢିବାରେ ଲାଗିଛି । ଏଣୁ ବିଶେଷଜ୍ଞମାନେ କୋରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଥେରାପିର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ଗବେଷଣା ସମୟରେ ପ୍ଲାଜମା ଥେରାପି ଆକ୍ରାନ୍ତଙ୍କ ଉପରେ ବିଶେଷ ପ୍ରଭାବ ପକାଉନଥିବା ଜଣାପଡିଛି ।