ଓଡିଶା

odisha

'ସଂକ୍ରମଣ ରୋକିବା ପାଇଁ ଏକମାତ୍ର ଉପାୟ ସମ୍ପୂର୍ଣ୍ଣ ଲକଡାଉନ'

By

Published : May 4, 2021, 12:56 PM IST

ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଏକମାତ୍ର ଉପାୟ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅଧିକ ପଢନ୍ତୁ...

'ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ'
'ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ'

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । କିଛି ରାଜ୍ୟ ସରକାର ଲକଡାଉନ, ସଟଡାଉନ, ସପ୍ତାହନ୍ତ ସଟଡାଉନ ଲାଗୁ କରିଥିଲେ ମଧ୍ୟ ସଂକ୍ରମଣରେ ସେତେଟା ହ୍ରାସ ପାଇନି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ବୋଲି କହିଛନ୍ତି ।

ଦୁର୍ବଳ ବା ଗରିବ ଶ୍ରେଣୀର ବିଭାଗ ପାଇଁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ସ୍କିମ୍ ଓ NYAYର ସୁରକ୍ଷା ସହିତ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରାଗଲେ କୋରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ରାହୁଲ ମଙ୍ଗଳବାର କହିଛନ୍ତି । ଭାରତ ସରକାର ଏହି ନିୟମ ଲାଗୁ କରୁନଥିବାରୁ ଦେଶରେ ଅନେକ ନିରୀହଙ୍କ ଜୀବନ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିମାନ, ରେଳ ଆଦି ଯାତ୍ରା ଉପରେ ପ୍ରତିବନ୍ଧକ, ଆଂଶିକ ଲକଡାଉନ ଲାଗୁ କରି କେନ୍ଦ୍ର ଏବଂ ରାଜ୍ୟ ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଉଛନ୍ତି । ଫଳରେ ଗରିବ ଲୋକ ପ୍ରଭାବିତ ହେଉଛନ୍ତି । ଏଣୁ ସେମାନଙ୍କୁ ମାସିକ ଆୟ ଯୋଗାଇବା ଜରୁରୀ ହୋଇପଡିଛି । ଗରିବଙ୍କୁ ମାସିକ ଆୟ ଯୋଗାଇ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିବା ଆବଶ୍ୟକ । ଏହାସହିତ କଂଗ୍ରେସର ନ୍ୟୁନ୍ତମ ଆୟ ଯୋଜନା(NYAY)କୁ ଦେଶରେ ଲାଗୁ କରାଗଲେ ଗରିବ ବିଭାଗକୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ମିଳିପାରିବ ବୋଲି ସେ କହିଛନ୍ତି ।

@ANI

ABOUT THE AUTHOR

...view details