ଓଡିଶା

odisha

By

Published : Dec 28, 2022, 7:40 AM IST

ETV Bharat / bharat

Traffic Violation: ଜଣେ ବାଇକ ଆରୋହୀଙ୍କ ବିରୁଦ୍ଧରେ ୨୬ ମାମଲା, ଗଣିଲେ ୧୬୦୦୦ ତଣ୍ଡ

ଜଣେ ବାଇକ ଆରୋହୀ ୨୬ଥର ଲାଗି ଟ୍ରାଫିକ ନିୟମ ଉଲ୍ଲଘଂନ କରିଛନ୍ତି (One biker involved in 26 cases of traffic violation) । ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ପୋଲିସ ଧରିବା ସହ ୧୬ ହଜାର ଟଙ୍କା ଫାଇନ ଜବତ କରିଛି । ଅଧିକ ପଢନ୍ତୁ

Traffic Violation
Traffic Violation

ବେଙ୍ଗାଲୁରୁ: କର୍ଣ୍ଣାଟକ ଦେବନଗରୀଠାରେ ଜଣେ ବାଇକ ଆରୋହୀଙ୍କ ବିରୋଧରେ ରହିଛି ୨୬ଟି ମାମଲା (One biker involved in 26 cases of traffic violation)। ସେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରହିଥିବା ବେଳେ ସେ ୧୬ ହଜାର ତଣ୍ଡ ଗଣିବେ ବୋଲି ଜଣାପଡ଼ିଛି । ଏହି ୨୬ଟି ନିୟମ ଉଲ୍ଲଘଂନ ମାମଲା ମଧ୍ୟରୁ ଅଧିକାଂଶ ହେଲମେଟ ନ ପିନ୍ଧି ସେ ବାଇଲ ଚଲାଉଥିବା ଜଣାପଡ଼ିଛି ।

ଏହି ବାଇକ ଆରୋହୀଙ୍କ ନାମ ବୀରେଶ ବୋଲି ଜଣାପଡ଼ିଛି । ତେବେ ସେ ଦେବନଗରୀ ସହର ବାସିନ୍ଦା । ସେ ୨୬ଥର ଲାଗି ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିଲେ । ସେଥିମଧ୍ୟରୁ ୨୩ଟି ମାମଲାରେ ସେ ହେଲମେଟ ନ ପିନ୍ଧି ଗାଡ଼ି ଚାଳନା କରୁଥିବା ଜଣାପଡ଼ିଛି । ଏହାସହିତ ଆଉ ୩ଟି ମାମଲରେ ସେ ଗାଡି ଚଲାଉଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଥିବା ନେଇ ଜଣାପଡ଼ିଛି । ଉତ୍ତର ଟ୍ରାଫିକ ପୋଲିସ ଷ୍ଟେସନ ପକ୍ଷରୁ ତାଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି । ହଠାତ ବୀରେଶ ବାଇକ ନେଇ ଯାଉଥିବା ବେଳେ ତାଙ୍କୁ ଧରିଥିଲା ପୋଲିସ । ଏହାପରେ ଯୁବକ ଜଣକ ଏକା ଥରକେ ୧୬ହଜାର ଟଙ୍କା ଫାଇନ୍‌ କରିଛି ପୋଲିସ।

ଏହା ବି ପଢନ୍ତୁ- ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାଥୀରେ ଥିଲେ ପରିବାର

ଏହି ଟ୍ରାଫିକ ନିୟମ ଉଲ୍ଲଘଂନର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବୀରେଶ ଗୋଟିଏ ରାସ୍ତାଦେଇ ସବୁଦିନେ ଯିବା ଆସିବା କରୁଥିବା ବେଳେ ଅଧିକାଂଶ ସମୟରେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିଲେ । ପୁଣି ସେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ଧରିଥିଲା ଟ୍ରାଫିକ ପୋଲିସ । ଏହାସହିତ ବାଇକର ମାଲିକଙ୍କୁ ନିକଟକୁ ଏକ ନୋଟିସ ପଠାଯାଇଥିବା ବେଳେ ସେ ୧୬ ହଜାର ଟଙ୍କା ଫାଇନ ଭରିଛନ୍ତି ।

ABOUT THE AUTHOR

...view details