ଓଡିଶା

odisha

By

Published : Mar 4, 2021, 5:54 PM IST

Updated : Mar 4, 2021, 6:11 PM IST

ETV Bharat / bharat

ଗାଜିପୁରରେ ପହଞ୍ଚିଲେ ଓଡିଶା ଚିତ୍ରଶିଳ୍ପୀ: ଚିତ୍ରକଳା ମାଧ୍ୟମରେ ବାଣ୍ଟିଲେ ସଚେତନତା ବାର୍ତ୍ତା

ଗାଜିପୁରରେ ଆନ୍ଦୋଳନରତ ଚାଷୀଙ୍କ ନିକଟରେ ପହଞ୍ଚିଲେ ଓଡିଶା ଚିତ୍ରଶିଳ୍ପୀ । ଚିତ୍ରକଳା ମାଧ୍ୟମରେ ନୂତନ କୃଷି ଆଇନ ବାବଦରେ ସଚେତନ ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ...

ଗାଜିପୁରରେ ପହଞ୍ଚିଲେ ଓଡିଶା ଚିତ୍ରଶିଳ୍ପୀ: ଚିତ୍ରକଳା ମାଧ୍ୟମରେ ବାଣ୍ଟିଲେ ସଚେତନତା ବାର୍ତ୍ତା
ଗାଜିପୁରରେ ପହଞ୍ଚିଲେ ଓଡିଶା ଚିତ୍ରଶିଳ୍ପୀ: ଚିତ୍ରକଳା ମାଧ୍ୟମରେ ବାଣ୍ଟିଲେ ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ:ଜାତୀୟ ରାଜଧାନୀସ୍ଥିତ ଗାଜିପୁରରେ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଥିବା ଚାଷୀଙ୍କ ନିକଟରେ ପହଞ୍ଚୁଛନ୍ତି ରାଜନେତା ଠୁ ଅଭିନେତା । ଏପରିକି ସମାଜସେବୀ ବିଦେଶୀ ମଧ୍ୟ ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ଜଣେ ଶିଳ୍ପୀ ଆନ୍ଦାେଳନରତ ଚାଷୀଙ୍କୁ ସମର୍ଥନ କରି କିଛି ନୂଆକରି ଦେଖାଇଛନ୍ତି ।

ଗାଜିପୁରରେ ପହଞ୍ଚିଲେ ଓଡିଶା ଚିତ୍ରଶିଳ୍ପୀ: ଚିତ୍ରକଳା ମାଧ୍ୟମରେ ବାଣ୍ଟିଲେ ସଚେତନତା ବାର୍ତ୍ତା

ଓଡିଶାର ମୂର୍ତ୍ତିକାର ମୁକ୍ତିକାନ୍ତ ଗାଜିପୁର ଚାଷୀଙ୍କ ଆନ୍ଦୋଳନ ସ୍ଥାନରେ ପହଞ୍ଚି ନିଜ କଳାକୁ ପ୍ରଦର୍ଶନ କରିଛନ୍ତି । ମୁକ୍ତିକାନ୍ତ ତାଙ୍କ ଚିତ୍ର ମାଧ୍ୟମରେ ଠିକା ଚାଷ ବାବଦରେ ସୂଚନା ଦେବାକୁ ଚେଷ୍ଟା କରିଛନ୍ତି । ସେ ଏଥିରେ 2ଟି ମୂର୍ତ୍ତି ତିଆରି କରିଛନ୍ତି, ଯେଉଁଥିରେ ଜଣେ ଉଦ୍ୟୋଗପତିଙ୍କୁ ଅଙ୍କନ କରାଯାଇ ଥିବାବେଳେ ଅନ୍ୟପଟେ ଚାଷୀ ହଳ କରୁଥିବାର ଦେଖିବାକୁ ମିଳିଛି ।

ତେବେ ମୁକ୍ତିକାନ୍ତଙ୍କୁ ଏହି ଦୁଇଟି ମୂର୍ତ୍ତି ନିର୍ମାଣ କରିବା ପାଇଁ 7 ଦିନ ସମୟ ଲାଗିଛି । ସେ ଏହି ଚିତ୍ର ମାଧ୍ୟମରେ ଚାଷୀଙ୍କୁ ଜଣାଇବାକୁ ଚାହିଁଛନ୍ତି ଯେ, ଚାଷୀ କିପରି ନିଜ ଜମିରେ କାମ କରିବ ଏବଂ ଉଦ୍ୟୋଗପତି ହିଁ ଏହାର ଫାଇଦା ଉଠାଇବ । ଉଦ୍ୟୋଗପତି ଏବଂ ଚାଷୀଙ୍କ ଚିତ୍ର ଅଙ୍କନ କରି ମୁକ୍ତିକାନ୍ତ କେବଳ ଆନ୍ଦୋଳନରତ ଚାଷୀଙ୍କୁ ନୁହେଁ ବରଂ ଦେଶର ସମସ୍ତ ଚାଷୀଙ୍କୁ ସଚେତନତାତ୍ମକ ବାର୍ତ୍ତା ଦେଇଛନ୍ତି । ତେବେ ମୁକ୍ତିକାନ୍ତ ସାଇକେଲ ଚଲାଇ ଚଲାଇ ଓଡିଶାରୁ ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 4, 2021, 6:11 PM IST

ABOUT THE AUTHOR

...view details