ଓଡିଶା

odisha

By

Published : Apr 1, 2022, 8:08 AM IST

ETV Bharat / bharat

ପାନ୍ ସହ ଆଧାର ଲିଙ୍କ୍‌ କରିନଥିଲେ ଗଣିବେ ୧୦୦୦ ଟଙ୍କା

ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷ ସହ ପାନ ସହ ଆଧାର ଲିଙ୍କ ଡେଡ୍‌ଲାଇନ ଶେଷ ହୋଇଛି । ଏଣିକି ଏହି ଲିଙ୍କ ପାଇଁ ଗଣିବାକୁ ହେବ ମୋଟା ଅଙ୍କର ଜରିମାନା । ଅଧିକ ପଢନ୍ତୁ

ପାନ୍ ସହ ଆଧାର ଲିଙ୍କ୍‌ କରିନଥିଲେ ଗଣିବେ ୧୦୦୦ ଟଙ୍କା
ପାନ୍ ସହ ଆଧାର ଲିଙ୍କ୍‌ କରିନଥିଲେ ଗଣିବେ ୧୦୦୦ ଟଙ୍କା

ନୂଆଦିଲ୍ଲୀ:ସରିଯାଇଛି ୨୦୨୧-୨୨ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ସାଙ୍ଗରେ ପାନ ସହ ଆଧାର ଲିଙ୍କ୍‌ର ଡେଡ୍‌ଲାଇନ ମଧ୍ୟ ଶେଷ ହୋଇଛି । ଅର୍ଥାତ୍ ମାର୍ଚ୍ଚ ୩୧ ପୂର୍ବରୁ ଯେଉଁମାନେ ପାନ(permanent account number) ସହ ଆଧାର ଲିଙ୍କ କରିନଥିବେ ଆଜିଠାରୁ ଏହି ସେବା ପାଇଁ ତାଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ପ୍ରଥମ ତିନି ମାସ ଅର୍ଥାତ୍ ଏପ୍ରିଲ, ମେ ଓ ଜୁନ ମାସ ଯାଏଁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ଜୁଲାଇ ମାସ ଠାରୁ ପାନ୍ ସହ ଆଧାର ଲିଙ୍କ୍ ପାଇଁ ୧୦୦୦ ଟଙ୍କା ଦେବାକୁ ପଡିବ ।

CBDT ପକ୍ଷରୁ ଜାରି ସର୍କୁଲାର ଅନୁଯାୟୀ, ପାନ ସହ ଆଧାର ଲିଙ୍କ ହୋଇନଥିଲେ ୨୦୨୩ ମାର୍ଚ୍ଚ ୩୧ ପରେ ଏହା ନିଷ୍କ୍ରିୟ ହୋଇଯିବ । ଯେଉଁ କରଦାତା ୨୦୨୨ ଜୁନ ୩୦ ମଧ୍ୟରେ ନିଜର ପାନକୁ ବାୟୋମେଟ୍ରିକ ଆଧାର ସହ ଲିଙ୍କ୍ କରିବେ ତାଙ୍କୁ ୫୦୦ ଟଙ୍କାର ଜରିମାନା ଦେବାକୁ ହେବ । ଏହାପରେ ଜୁଲାଇ ମାସଠୁ ଏହି ସେବା ପାଇଁ ୧୦୦୦ ଟଙ୍କା ଦେବାକୁ ପଡିବ ।

ସେହିପରି ଏପ୍ରିଲ ପହିଲାରୁ ଅନେକ ସେବା ମହଙ୍ଗା ହୋଇଛି । ପିଏଫରେ ବର୍ଷକୁ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜମା କରୁଥିବା ସଦସ୍ୟମାନଙ୍କ ଉପରେ ଆଜିଠୁ ଟିକସ ଲାଗିବ । କ୍ରିପ୍ଟୋକରେନ୍ସି ଜନିତ ଆୟ ଉପରେ ୩୦ ପ୍ରତିଶତ ଟିକସ ଓ ୧ ପ୍ରତିଶତ ଟିଡିଏସ ଲାଗିବ । ଏଥିସହ ଆଜିଠୁ ଦେଶରେ ଗାଡି ସ୍କ୍ରାପେଜ ପଲିସି ଲାଗୁ ହେବ ଏବଂ ଗାଡିଗୁଡିକର ଦାମ୍ ମଧ୍ୟ ବୃଦ୍ଧି ପାଇବ । ଆଜି ଠାରୁ ବିଭିନ୍ନ ଔଷଧଗୁଡିକର ମୂଲ୍ୟ ମଧ୍ୟ ବଢିବ । ମାର୍ଚ୍ଚ ୩୧ ପୂର୍ବରୁ ଆୟକର ଦଖଲ କରିନଥିବା କରଦାତାଙ୍କୁ ଆଜିଠୁ ଅତିରିକ୍ତ ଟିକସ ସହ ଜରିମାନା ମଧ୍ୟ ଭରିବାକୁ ପଡିପାରେ ।

ABOUT THE AUTHOR

...view details