ଓଡିଶା

odisha

ଭାରତରେ ନାହିଁ ଶ୍ରୀଲଙ୍କା ପାକିସ୍ତାନ ପରି ଆର୍ଥିକ ସମସ୍ୟା: ରଘୁରାମ ରାଜନ

By

Published : Jul 30, 2022, 10:30 PM IST

Updated : Jul 30, 2022, 10:35 PM IST

ଆର୍ଥିକ ଦୃଷ୍ଟିରୁ ପୂର୍ବାପେକ୍ଷା ଭଲ ସ୍ଥିତିରେ ରହିଛି ଭାରତ । ବୈଦେଶିକ ପାଣ୍ଠି ଭଣ୍ଡାର ବୃଦ୍ଧି ହେବା ସହ ହ୍ରାସ ପାଇଛି ବୈଦେଶିକ ଋଣ ପରିମାଣ । ଶ୍ରୀଲଙ୍କା ଓ ପାକିସ୍ତାନ ପରି ସ୍ଥିତି ନେଇ କୌଣସି ଆଶଙ୍କା ନଥିବା କହିଲେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ । ଅଧିକ ପଢନ୍ତୁ

ଭାରତରେ ନାହିଁ ଶ୍ରୀଲଙ୍କା ପାକିସ୍ତାନ ପରି ଆର୍ଥିକ ସମସ୍ୟା: ରଘୁରାମ ରାଜନ
ଭାରତରେ ନାହିଁ ଶ୍ରୀଲଙ୍କା ପାକିସ୍ତାନ ପରି ଆର୍ଥିକ ସମସ୍ୟା: ରଘୁରାମ ରାଜନ

ନୂଆଦିଲ୍ଲୀ:ଶ୍ରୀଲଙ୍କା ଓ ପାକିସ୍ତାନରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ଅନ୍ୟ ପଡୋଶୀ ଦେଶଙ୍କ ମଧ୍ୟରେ ମଧ୍ୟ ଅର୍ଥନୀତି ଓ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ସମୀକ୍ଷା କରିବା ପାଇଁ ବାଧ୍ୟ କରିଛି । ତେବେ ଭାରତରେ ବୈଦେଶିକ ପାଣ୍ଠି (forex) ର ଉପଲବ୍ଧତା ଯଥେଷ୍ଟ ରହିଛି । ବୈଦେଶିକ ଋଣର ଚାପ ମଧ୍ୟ ନାହିଁ । ତେଣୁ ପଡୋଶୀ ଶ୍ରୀଲଙ୍କା ଓ ପାକିସ୍ତାନରେ ଦେଖିବାକୁ ମିଳିଥିବା ଆର୍ଥିକ ସ୍ଥିତି ପରି ସଙ୍କଟ ସୃଷ୍ଟି ହେବାର ଭୟ ଭାରତ ପ୍ରତି ନାହିଁ ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ।

ରାଜନ କହିଛନ୍ତି, ‘‘ରିଜର୍ଭ ବ୍ୟାଙ୍କ ଭଲ କାର୍ଯ୍ୟ କରୁଛି । ଆମର ବେଦୈଶିକ ପାଣ୍ଠିରେ ମଧ୍ୟ ବୃଦ୍ଧି ଘଟିଛି । ବୈଦେଶିକ ଋଣ ହାର ମଧ୍ୟ ହ୍ରାସ ପାଇଛି । ତେଣୁ ପଡୋଶୀ ଦେଶରେ ଦେଖିବାକୁ ମିଳିଥିବା ଆର୍ଥିକ ସଙ୍କଟ ପରି ସ୍ଥିତି ଭାରତରେ ହେବାର ଆଶଙ୍କା ଆଦୌ ନାହିଁ । ରିଜର୍ଭ ବ୍ୟାଙ୍କ (RBI)ର ସଦ୍ୟତମ ତଥ୍ୟ ଅନୁସାରେ, ଚଳିତ ବର୍ଷ ଜୁଲାଇ ୨୨ ସୁଦ୍ଧା ଭାରତ ପାଖରେ 571.56 ବିଲିୟନ ଡଲାର ($571.56 billion)ର ବୈଦେଶିକ ପାଣ୍ଠି (forex) ରହିଛି ।’’

ସେହିପରି କେବଳ ବୈଦେଶିକ ପାଣ୍ଠିର ଉପଲବ୍ଧତା ନୁହେଁ ବରଂ ବୈଦେଶିକ ଋଣରେ ମଧ୍ୟ ଭାରତ ଭାରାକ୍ରାନ୍ତ ନୁହେଁ । RBI ର ତଥ୍ୟ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ବୈଦେଶିକ ଋଣ ପରିମାଣ 620.7 ବିଲିୟନ ଆମେରିକୀୟ ଡଲାର ($620.7 billion) ରହିଛି । ସେହିପରି GDP ତୂଳନାରେ ବୈଦେଶିକ ଋଣର ଅନୁପାତ ମଧ୍ୟ ହ୍ରାସ ପାଇଛି । ଗତବର୍ଷ (୨୦୨୧) ମାର୍ଚ୍ଚରେ ଏହି ଅନୁପାତ 21.2 ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଏଥିରେ ହ୍ରାସ ଘଟି 19.9 ପ୍ରତିଶତକୁ ହ୍ରାସ ପାଇଛି । ତେଣୁ ବର୍ତ୍ତମାନ ପରିସ୍ଥିରେ ଦେଶରେ ପଡୋଶୀ ଦେଶ ପରି ଆର୍ଥିକ ସଂଙ୍କଟ ନେଇ କୌଣସି ଆଶଙ୍କା ନଥିବା ରାଜନ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2022, 10:35 PM IST

ABOUT THE AUTHOR

...view details