ଓଡିଶା

odisha

By

Published : Jun 29, 2023, 5:37 PM IST

ETV Bharat / bharat

Bihar: ଅଫିସରେ ଜିନ୍ସ, ଟି-ସର୍ଟ ମନା, କଡା ନିର୍ଦ୍ଦେଶ ଦେଲା ବିହାର ଶିକ୍ଷା ବିଭାଗ

ବିହାର ଶିକ୍ଷା ବିଭାଗରେ କାର୍ଯ୍ଯରତ ଅଧିକାରୀ ଓ କର୍ମଚାରୀ ପିନ୍ଧିପାରିବେ ନାହିଁ ଜିନ୍ସ ଓ ଟି-ସର୍ଟ । ନିର୍ଦ୍ଦେଶ ଜାରି କଲା ଶିକ୍ଷା ବିଭାଗ । 2019 ରେ ରାଜ୍ୟ ସଚିବାଳୟ କର୍ମଚାରୀଙ୍କ ପାଇଁ ଆସିଥିଲା ସମାନ ନିୟମ । ଅଧିକ ପଢନ୍ତୁ

Bihar: ଅଫିସରେ ଜିନ୍ସ-ଟି ସର୍ଟ ମନା, ନିର୍ଦ୍ଦେଶ ଜାରି କଲା ବିହାର ଶିକ୍ଷା ବିଭାଗ
Bihar: ଅଫିସରେ ଜିନ୍ସ-ଟି ସର୍ଟ ମନା, ନିର୍ଦ୍ଦେଶ ଜାରି କଲା ବିହାର ଶିକ୍ଷା ବିଭାଗ

ପାଟନା:ଜିନ୍ସ ଓ ଟି-ସାର୍ଟ ପରି କାଜୁଆଲ ପୋଷାକ ପରିଧାନ କରି କାର୍ଯ୍ୟାଳୟ ଆସିପାରିବେ ନାହିଁ ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ । କାର୍ଯ୍ୟାଳୟକୁ କେବଳ ଫର୍ମାଲ ଡ୍ରେସରେ ହିଁ ଆସିବାକୁ ପଡିବ । ବିହାର ଶିକ୍ଷା ବିଭାଗ ନିଜ କର୍ମଚାରୀଙ୍କ ପାଇଁ ଏପରି କିଛି ନିୟମ ଲାଗୁ କରିଛି । ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବୋଧ କୁମାର ଚୌଧୁରୀଙ୍କ ଦ୍ବାରା ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କେବଳ ଫର୍ମାଲ ଡ୍ରେସରେ କାର୍ଯ୍ୟାଳୟ ଆସିବା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳିରେ କୁହାଯାଇଛି । କିଛି କର୍ମଚାରୀ ଓ ଅଧିକାରୀ ସାଧାରଣ ପୋଷାକ ବା କାଜୁଆଲ ଆଉଟଫିଟରେ ଅଫିସ ଆସୁଥିବାର ଦେଖାଯାଇଥିଲା । ଏହା ପରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଅର୍ଡରରେ ଉଲ୍ଲେଖ କରାଯାଉଛି, ଏହା ଦେଖିବାକୁ ମିଳୁଛି ଯେ, ଏକାଧିକ କର୍ମଚାରୀ ଓ ଅଧିକାରୀ କାଜୁଆଲ ପୋଷାକ ପରିଧାନ କରି କାର୍ଯ୍ୟାଳୟ ଆସୁଛନ୍ତି । ଯାହା ଫଳରେ ଅଫିସ କଲଚର ପ୍ରଭାବିତ ହେଉଛି । ସେମାନଙ୍କୁ ନିଜ ପରିଧାନ ଉପରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ତେଣୁ ଏଣିକି ସେମାନଙ୍କୁ କେବଳ ଫର୍ମାଲ ପୋଷାକରେ ହିଁ ଅଫିସ ଆସିବାକୁ ପଡିବ । ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ପରିଧାନ ସମ୍ପର୍କିତ ନିୟମ ଅନୁପାଳନ କରିବେ ବୋଲି ଅର୍ଡରେ କୁହାଯାଇଛି । ଏହି ଅର୍ଡର କାର୍ଯ୍ୟକାରୀ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସମସ୍ତ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି ।

ତେବେ ଏହା ପୂର୍ବରୁ ବିହାରର ସରଣ ଜିଲ୍ଲାର ମାଜିଷ୍ଟ୍ରେଟ ମଧ୍ୟ ଏହି ପ୍ରକାରର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କାଜୁଆଲ ପୋଷାକ ପରିବର୍ତ୍ତେ କେବଳ ଫର୍ମାଲ ପରିଧାନରେ ଅଫିସ ଆସିବା ପାଇଁ ଉକ୍ତ ଅର୍ଡରରେ ପ୍ରକଶ କରାଯାଇଥିଲା । ଏହା ପୂର୍ବରୁ 2019 ରେ ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଫର୍ମାଲ ପୋଷାକ ବାଧ୍ୟତାମୂଳକ କରିଥିଲେ ବିହାର ସରକାର । କେବଳ ଫର୍ମାଲ ପୋଷାକରେ ସଚିବାଳୟ ଆସିବାକୁ କୁହାଯାଇଥିଲା । ଏହାକୁ ଅଫିସ ଡେକୋରମ ଭାବେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ଏବେ ସମାନ ନିୟମକୁ ରାଜ୍ୟ ଶିକ୍ଷା ବିଭାଗ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହାକୁ ଅନ୍ୟ କିଛି ବିଭାଗ ମଧ୍ଯ କାର୍ଯ୍ୟକାରୀ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details