ଓଡିଶା

odisha

ଏହି ଗାଁର ଯୁବକଙ୍କୁ ବିବାହ କରିବାକୁ ଅରାଜି କୌଣସି ଝିଅ, ଜାଣନ୍ତୁ କାହିଁକି

By

Published : Nov 11, 2022, 12:58 PM IST

ରାସ୍ତାଘାଟ, ବିଜୁଳି ନଥିବାରୁ ଗାଁର ଯୁବକଙ୍କୁ ବିବାହ ପାଇଁ ଅରାଜି ହେଉଛନ୍ତି ଯୁବତୀ । ବିବାହ ନ ହୋଇପାରୁଥିବାରୁ ଚିନ୍ତାରେ ଅବିବାହିତ । ଅଧିକ ପଢନ୍ତୁ

ଅପହଞ୍ଚ ଗାଁରେ ଅବିବାହିତଙ୍କ ଦୁଃଖ, ରାସ୍ତାଘାଟ ନଥିବାରୁ ବିବାହ ପାଇଁ ଅରାଜି ଯୁବତୀ
ଅପହଞ୍ଚ ଗାଁରେ ଅବିବାହିତଙ୍କ ଦୁଃଖ, ରାସ୍ତାଘାଟ ନଥିବାରୁ ବିବାହ ପାଇଁ ଅରାଜି ଯୁବତୀ

କୋଲକାତା:ପଶ୍ଚିମବଙ୍ଗ ଦୁର୍ଗାପୁର ଜିଲ୍ଲାରେ ରହିଛି ଗ୍ରାମ ବିଦ୍ୟାବିହାର(Durgapur's Kanksa) । ଦୀର୍ଘ ୩୫ ବର୍ଷ ହେଲାଣି ୩୦ଟି ପରିବାର ବସବାସ କରୁଛନ୍ତି । ତଥାପି ଏହି ଗାଁକୁ ନା ପକ୍କା ରାସ୍ତାଟିଏ ଅଛି ନା ମିଳୁଛି ପାନୀୟ ଜଳ । ବିଜ୍ଞାନ ଯୁଗରେ ଗ୍ରାମବାସୀଙ୍କ ପାଇଁ ବିଜୁଳି ଆଲୁଅ ପାଲଟିଛି ସାତସପନ । ବର୍ଷ ବର୍ଷ ହେଲାଣି ବିଦ୍ୟାବିହାର ଗ୍ରାମବାସୀ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଏହି ଦୁଃଖ ଠାରୁ ଢେର୍ ବେଶୀ ଗ୍ରାମର ଅବିବାହିତଙ୍କ ଦୁଃଖ । ରାସ୍ତାଘାଟ ଓ ବିଜୁଳି ନଥିବାରୁ କୌଣସି ଯୁବତୀ ଏହି ଗାଁର ଯୁବକଙ୍କୁ ବିବାହ କରିବାକୁ ରାଜି ହେଉନାହାନ୍ତି । ବାପାମାଆ ମଧ୍ୟ ଏମିତି ଏକ ଅପହଞ୍ଚ ଗାଁରେ ଝିଅକୁ ବିବାହ ଦେବାକୁ ଅମଙ୍ଗ ହେଉଛନ୍ତି । ତେଣୁ ନିଜକୁ ବରବେଶରେ ଦେଖିବାର ସ୍ବପ୍ନ ଏଠିକାର ଅବିବାହତଙ୍କ ପାଇଁ ସ୍ବପ୍ନରେ ରହିଯାଇଛି ।

ଗ୍ରାମର ସ୍ବପନ ସୁତ୍ରଧର ନାମକ ଜଣେ ବ୍ୟକ୍ତି କୁହନ୍ତି, ''ଆମ ଘରେ ଦୁଇ ଜଣ ବିବାହ ଯୋଗ୍ୟ ପୁଅ ଅଛନ୍ତି । କିନ୍ତୁ ବୟସ ଗଡିଯାଉଥିଲେ ମଧ୍ୟ ବିବାହ ସ୍ଥିର ହୋଇପାରୁ ନାହିଁ । ରାସ୍ତାଘାଟ ନଥିବାରୁ କେହି ନିଜ ଝିଅକୁ ଆମ ଗାଁର ଯୁବକଙ୍କ ସହ ବାହାଦେବାକୁ ରାଜି ହେଉନାହାନ୍ତି ।'' ଗାଁର ପ୍ରତ୍ୟେକ ଯୁବକଙ୍କୁ ଏହି ସମାନ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ।

ମୌଳିକ ସମସ୍ୟା ସାଙ୍ଗକୁ ବିବାହ ନହେବାର ଦୁଃଖ ବିଦ୍ୟାବିହାର ଗ୍ରାମବାସୀଙ୍କୁ ଅତିଷ୍ଠ କରିଦେଇଛି । ବାରମ୍ବାର ଦାବି ସତ୍ତ୍ବେ ସମସ୍ୟା ନସୁଧୁରିବାରୁ ଶେଷରେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ । ଯଦି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମରେ ରାସ୍ତାଘାଟ, ପାନୀୟ ଜଳ, ରାସ୍ତାକଡରେ ବିଜୁଳି ଲାଇଟ ଇତ୍ୟାଦି ସୁବିଧା ନ ମିଳେ ତେବେ ସେମାନେ ନିର୍ବାଚନ ବୟକଟ କରିବେ ବୋଲି ସଫା ସଫା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିବାହ ପାଇଁ ମନା କରିବାରୁ ପିଶାଚ ସାଜିଲା ପ୍ରେମିକ, ଛୁରୀ ଭୁସି ପ୍ରେମିକାକୁ ହତ୍ୟା

ବର୍ତ୍ତମାନ ବିଦ୍ୟାବିହାର ଗ୍ରାମରେ ୩୦ ପରିବାର ବସବାସ କରୁଛନ୍ତି । ଗାଁରେ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । କାହାର ଦେହ ଖରାପ ହେଲେ ହସ୍ପିଟାଲରେ ପହଞ୍ଚିବା କାଠିକର ପାଠ ହେଉଛି । ସେହିପରି ରାସ୍ତା ଅଭାବରୁ ଗାଁ ପିଲା ଜମି ହୁଡା ଦେଇ ସ୍କୁଲ ଯାଉଛନ୍ତି । ତେଣୁ ବର୍ଷା ଦିନେ ପିଲା କାଦୁଅରେ ଖସି ଅନେକ ଥର ଖଣ୍ଡିଆଖବରା ହେଉଥିବାର ଲୋକେ କୁହନ୍ତି । ନିର୍ବାଚନ ଆସିଲେ ନେତାଏ ଏଠାରେ ମାଳ ମାଳ ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ଥରେ ଭୋଟ ସରିଲେ ସବୁକିଛି ପାଶୋରି ଯାଆନ୍ତି । ବାରମ୍ବାର ଦାବି ସତ୍ତ୍ବେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା କାରଣରୁ ବିଦ୍ୟାବିହାର ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଧମକ ଦେଇଛନ୍ତି ।

ABOUT THE AUTHOR

...view details