ଓଡିଶା

odisha

By

Published : Sep 10, 2022, 5:04 PM IST

ETV Bharat / bharat

ବାପା ଟ୍ରକ ଡ୍ରାଇଭର, NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ଦୁଇ ଭଉଣୀ

ପ୍ରକାଶ ପାଇଛି NEET ପରୀକ୍ଷା ଫଳ (NEET UG Result 2022)। ହିମାଚଳ ପ୍ରଦେଶ ହାମିରପୁର ଜିଲ୍ଲା ପୁତଡିୟାଲ ଗ୍ରାମର ଦୁଇ ଜାଆଁଳା ଭଉଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ଅଧିକ ପଢ଼ନ୍ତୁ

Twin daughters passed NEET exam in Hamirpur himachal pradesh
ବାପା ଟ୍ରକ ଡ୍ରାଇଭର, ନିଟ ପରୀକ୍ଷାରେ ଉତ୍ତିର୍ଣ୍ଣ ଦୁଇ ଭଉଣୀ

ଶିମଲା: କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନେ ପ୍ରତିକୂଳ ପରିସ୍ଥିତି । ବଦଳି ଯାଏ ଭାଗ୍ୟ, ମିଳେ ସଫଳତା । ହିମାଚଳ ପ୍ରଦେଶର ହାମିରପୁର ଜିଲ୍ଲା ପୁତଡିୟାଲ ଗ୍ରାମର ଦୁଇ ଭଉଣୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଚଳିତ ବର୍ଷ ନିଟ୍‌ ପରୀକ୍ଷୀରେ (NEET UG Result 2022) ଉତ୍ତିର୍ଣ୍ଣ କରି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଦୁଇ ଜାଆଁଳା ଭଉଣୀ (Twin daughters cleared NEET exam in Hamirpur) । ଉଭୟଙ୍କ ଏହି ସଫଳତା ପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

ପୁତଡିୟାଲ ଗ୍ରାମର ଦୁଇ ଭଉଣୀ ରିୟା ଏବଂ ସିୟା ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସର୍ବମୋଟ ୭୨୦ରୁ ରିୟା ୬୪୫ ମାର୍କ ରଖିଥିବାବେଳେ ସିୟା ୬୧୭ ମାର୍କ ରଖିଛନ୍ତି । ଦୁଇ ଭଉଣୀଙ୍କ ପିତା କୁଶଳ ଜଣେ ଟ୍ରକ ଡ୍ରାଇଭର (Truck driver daughters cleared NEET)। ସେଥିରୁ ଯାହା ରୋଜଗାର କରନ୍ତି, ତାହା ପରିବାର ଚଳେ । କିନ୍ତୁ ଦୁଇ ଝିଅଙ୍କ ପାଠ ପଢ଼ାରେ କୌଣସି ଅଭାବ କରିନଥିଲେ । ପିତାଙ୍କ କଠିନ ପରିଶ୍ରମର ମୂଲ୍ୟ ରଖିଛନ୍ତି ଦୁଇ ଭଉଣୀ ।

ହାମିରପୁର କେନ୍ଦ୍ରୀୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ପଢ଼ିସାରିବା ପରେ ଦୁହେଁ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ । ପିତା କୁଶଲ ମଧ୍ୟ ସେମାନଙ୍କ ପଢିବା ପାଇଁ ପ୍ରେରଣା ଦେଇଥିଲେ । ରିୟା ଏବଂ ସିୟାଙ୍କ ସଫଳତା ପାଇଁ ପରିବାର ଖୁସିର ଲହରି ଖେଳିଯାଇଛି । କଠିନ ପରିଶ୍ରମ ହିଁ ପିଲାଙ୍କ ସଫଳତାର ଶ୍ରେୟ ବୋଲି ପିତା କହିଛନ୍ତି । ଗ୍ରାମର ଦୁଇ ଝିଅ ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଗର୍ବ ଆଣିଥିବା ସରପଞ୍ଚ କହିଛନ୍ତି । ସମଗ୍ର ଗ୍ରାମରେ ଉଭୟେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଆତ୍ମହତ୍ୟା ଉଦ୍ୟମ କରୁଥିବା NEET ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ !

ନିଟ ପରୀକ୍ଷାରେ ଶିମଲାର ଆଦିତ୍ୟ ରାଜ ହିମାଚଳ ପ୍ରଦେଶରେ ଟପ୍ପର ହୋଇଛନ୍ତି । ଆଦିତ୍ୟ ୭୨୦ରୁ ୬୮୭ ମାର୍କ (NEET result Himachal Pradesh) ରଖି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଅଲ୍‌ ଇଣ୍ଡିଆ ରାଙ୍କିଂରେ ୪୦୯ ରହିଛି । ସେ ଏକ ନ୍ୟୁରୋ ସର୍ଜନ ହେବାକୁ ଚାହୁଁଛନ୍ତି । ଜୁଲାଇ ୧୭ରେ ଚଳିତ ବର୍ଷର ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୩୭୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିଲେ । ଏଥିପାଇଁ ୧୮.୭୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷା ଦେଇଥିଲେ । ସେହିପରି ହିମାଚଳ ପ୍ରଦେଶରେ ୯୭୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ABOUT THE AUTHOR

...view details