ଓଡିଶା

odisha

By

Published : Nov 15, 2020, 1:31 PM IST

ETV Bharat / bharat

JDU ବିଧାୟକ ଦଳର ନେତା ହେଲେ ନୀତିଶ, ଜାରି ରହିଛି NDA ବୈଠକ

ନବ ନିର୍ବାଚିତ ଏନଡିଏ ବିଧାୟକଙ୍କ ବୈଠକ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଆରମ୍ଭ ହୋଇଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

JDU ବିଧାୟକ ଦଳର ନେତା ହେଲେ ନୀତିଶ
JDU ବିଧାୟକ ଦଳର ନେତା ହେଲେ ନୀତିଶ

ପାଟନା: ନବ ନିର୍ବାଚିତ ଏନଡିଏ ବିଧାୟକଙ୍କ ବୈଠକ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଆରମ୍ଭ ହୋଇଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହାସହ ଜେଡିୟୁ, ହମ୍ ଏବଂ ଭିଭିଆଇପିର ସମସ୍ତ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପିର 125 ବିଧାୟକ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଏହି ସଭାରେ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି।

ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ନେତା ସୁଶୀଲ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚିଥିଲେ। ଏନଡିଏ ବୈଠକ ପୂର୍ବରୁ ନବ ନିର୍ବାଚିତ ଜେଡିୟୁ ବିଧାୟକମାନେ ପାଟନାରେ ଆଉ ଏକ ବୈଠକ କରିଥିଲେ। ଏହି ବୈଠକରେ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିଲା। ଏହା ସହ ନୀତିଶ କୁମାର ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ।

ଅନ୍ୟପକ୍ଷେ ବିଜେପି ନେତା ସୁଭାଷ ସିଂ କହିଛନ୍ତି ଯେ ବିଧାୟକ ପାର୍ଟି ବୈଠକରେ ବିଜେପି ନେତାଙ୍କ ନାମ ଉପରେ ଆଲୋଚନା କରାଯାଇପାରିବ ନାହିଁ କିନ୍ତୁ ବିଜେପି ନେତା ଚାହୁଁଛନ୍ତି ଯେ ନୀତିଶ ଏବଂ ସୁଶୀଲ ମୋଦି ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details