ଲକ୍ଷ୍ନୌ: ୟୁପିରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ବାରା ଚାପୁଡା ମରାଯିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି ମାମଲାରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀଙ୍କ ପାଇଁ ଅଡୁଆ ବଢୁଆ ବଢିବାରେ ଲାଗିଛି । ଏବେ ଉତ୍ତର ପ୍ରଦେଶର ସଂଖ୍ୟାଲଘୁ କମିଶନ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଜବାବ ତଲବ କରିଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କମିଶନ ଆଗରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷୟିତ୍ରୀଙ୍କ ସମେତ ମୁଜଫରନଗର ଜିଲ୍ଲାର ବେସିକ୍ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସମନ କରିଛି ସଂଖ୍ୟାଲଘୁ କମିଶନ ।
ରାଜ୍ୟର ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫ ମୁଜଫରନଗର ଚାପୁଡା କାଣ୍ଡ ଘଟଣାର ଯାଞ୍ଚ କରିବା ସହିତ ଶିକ୍ଷୟିତ୍ରୀ ଓ ବେସିକ ଶିକ୍ଷା ଅଧିକାରୀଙ୍କୁ ୬ ତାରିଖରେ କମିଶନ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି । କହିରଖୁଛୁ କି, ଗତ ଶୁକ୍ରବାର ଦିନ ମୁଜାଫରନଗରର ଏକ ସ୍କୁଲରେ ମୁସଲିମ ଛାତ୍ରଙ୍କୁ ଚାପୁଡା ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ସ୍କୁଲର ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ଛାତ୍ରଙ୍କୁ ଜାତିଗତ ଆକ୍ଷେପ କରିବା ସହ ଶ୍ରେଣୀର ଅନ୍ୟ ପିଲାଙ୍କ ଦ୍ବାରା ଚାପୁଡ଼ା ମରାଇଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ବଡ ବଡ ରାଜନେତାମାନେ ଟ୍ବିଟ୍ କରି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ।
ଏହାମଧ୍ୟ ପଢନ୍ତୁ: Muzaffarnagar slap row: ରାତିରେ ଶୋଇନଥିଲା ପୀଡ଼ିତ ଛାତ୍ର ! ମିରଟରେ ହେଲା ହେଲଥ୍ ଚେକ୍-ଅପ୍