ଓଡିଶା

odisha

By

Published : Oct 10, 2021, 11:44 AM IST

ETV Bharat / bharat

ଅକ୍ଟୋବରରେ ଦୁଇ ଥର ଉତ୍ତରପ୍ରଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ

ଅକ୍ଟୋବର ମାସରେ ଦୁଇ ଥର ଉତ୍ତରପ୍ରଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ରେ କୁଶିନଗର ଗସ୍ତ କରି ଏକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କରିବେ ଉଦଘାଟନ । ଅକ୍ଟୋବର ୨୫ରେ ନିଜ ନିର୍ବାଚନ ମଣ୍ତଳୀ ବାରଣାସୀକୁ ଗସ୍ତ କରିବେ । ଅଧିକ ପଢନ୍ତୁ...

ଅକ୍ଟୋବରରେ ଦୁଇ ଥର ଉତ୍ତରପ୍ରଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ
ଅକ୍ଟୋବରରେ ଦୁଇ ଥର ଉତ୍ତରପ୍ରଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଅକ୍ଟୋବର ମାସରେ ଦୁଇ ଥର ଉତ୍ତରପ୍ରଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ରେ କୁଶିନଗର ଗସ୍ତ କରି ଏକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ତଳୀ ବାରଣାସୀକୁ ଗସ୍ତ କରିବେ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ । ଯାହା ପର୍ଯ୍ୟଟନକୁ ଅଧିକ ଉତ୍ସାହିତ କରିବ । ଦେଶ ବିଦେଶରୁ ଏକାଧିକ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଏଠାରେ ଲାଗିବ । କାହିଁକି ନା ଗୌତମ ବୁଦ୍ଧ କୁଶୀନଗରରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରଥମ ବିମାନ ଶ୍ରୀଲଙ୍କାରୁ ପହଞ୍ଚିବାର ସମ୍ଭାବନା ରହିଛି । ଯେଉଁଠାରେ ବହୁ ସଂଖ୍ୟାରେ ବୌଦ୍ଧ ଧର୍ମାବଲମ୍ବୀ ରହିଛନ୍ତି । ଏହି ବିମାନଟି ଶ୍ରୀଲଙ୍କାର ରାଷ୍ଟ୍ରପତି, ଅନ୍ୟ ପ୍ରତିନିଧି ଏବଂ ବୌଦ୍ଧ ତୀର୍ଥଯାତ୍ରୀଙ୍କୁ ଯାତ୍ରାରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ମୁଖ୍ୟ ମନ୍ଦିରର ଚାରିପାଖରେ ଅନେକ ବୌଦ୍ଧ ଛୋଟ ମନ୍ଦିର ରହିଛି ଏବଂ ଗେଷ୍ଟ ହାଉସ୍ ମଧ୍ୟ ନିର୍ମାଣ କରାଯାଇଛି । ଯାହାକୁ ମହାପାରିନିର୍ବାଣ ସ୍ଥଳ ବୋଲି ମଧ୍ୟ କୁହାଯାଏ ।

ପ୍ରଧାନମନ୍ତ୍ରୀ ମୋଦି କୁଶୀନଗଡରେ ଏକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅକ୍ଟୋବର 25 ରେ ପ୍ରଧାନମନ୍ତ୍ରୀ ବାରାଣାସୀରୁ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ଜଡିତ ଏକ ଯୋଜନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଅକ୍ଟୋବର ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ପୂର୍ବାଞ୍ଚଳ ଏକ୍ସପ୍ରେସୱେ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଏବଂ ଅନେକ ମେଡିକାଲ କଲେଜ ମଧ୍ୟ ରହିଛି ।

@IANS

ABOUT THE AUTHOR

...view details