ଓଡିଶା

odisha

By

Published : Jul 11, 2022, 10:10 PM IST

ETV Bharat / bharat

ଛାତ୍ରଗୋଷ୍ଠୀଙ୍କ ନାରକୀୟ କାଣ୍ଡ, ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଛତିଶଗଡ଼ ରାଜଧାନୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପିଟି ହତ୍ୟା କଲେ ଛାତ୍ରଗୋଷ୍ଠୀ । ଅଧିକ ପଢ଼ନ୍ତୁ

ଛାତ୍ର ଗୋଷ୍ଠୀଙ୍କ ନାରକୀୟ କାଣ୍ଡ, ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା
ଛାତ୍ର ଗୋଷ୍ଠୀଙ୍କ ନାରକୀୟ କାଣ୍ଡ, ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ରାୟପୁର:ଛତିଶଗଡ଼ ରାଜଧାନୀରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ସାମାନ୍ୟ ବଚସାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପିଟି ହତ୍ୟା କଲେ ଅନ୍ୟ ଛାତ୍ରଗୋଷ୍ଠୀ । ରାଜଧାନୀର ଖମତରାଇ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଛାତ୍ର ସେହି ଅଞ୍ଚଳର ମୋହନ ସିଂହ ବୋଲି ଜଣାପଡ଼ିଛି ।

ଖମତରାଇ ଶିବାଜୀ ନଗର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ ମୋହନ । ତେବେ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ସେ ସ୍ଥାନୀୟ କାଶୀରାମ ମାଧ୍ୟାମିକ ବିଦ୍ୟାଳୟକୁ ଯାଇଥିଲେ । ପରୀକ୍ଷା ଦେଇ ଫେରିବା ପରେ ଏକାଦଶ ଶ୍ରେଣୀର କିଛି ଛାତ୍ର ତାଙ୍କୁ ଇଂରାଜୀରେ କିଛି ପ୍ରଶ୍ନ କରିଥିଲେ । ତେବେ ଜବାବ ନଦେବାରୁ ତାଙ୍କୁ ଅଚାନକ ମାରପିଟ କରିବା ଆରମ୍ଭ କରି ଦେଇଥିଲେ । ଫଳରେ ବେହୋସ ହୋଇ ଯାଇଥିଲେ ମୋହନ ।

ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଜଣେ ନାବାଳକକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ଏଥିରେ ଆଉ ୩ରୁ ୪ ଜଣ ଛାତ୍ରଛାତ୍ରୀ ସାମିଲ ଥିବା ନେଇ ଖବର ପାଇଛି ପୋଲିସ । ଘଟଣାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ମୋହନଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ABOUT THE AUTHOR

...view details