ଓଡିଶା

odisha

By

Published : Jul 14, 2022, 5:10 PM IST

ETV Bharat / bharat

ଆଫଗାନିସ୍ତାନ୍‌ରେ ତାଲିବାନ ଭୟ, ଭାରତର ଶରଣ ନେଉଛନ୍ତି ଶିଖ୍‌ ଓ ହିନ୍ଦୁ ସମୁଦାୟ

ସ୍ବତନ୍ତ୍ର ବିମାନ ଯୋଗେ ୨୧ ଜଣ ସିଖ୍‌ ସମ୍ପ୍ରଦାୟର ବ୍ୟକ୍ତି ପଞ୍ଜାବ ଆସି ପହଞ୍ଚିବେ । ବାଲା ପ୍ରୀତମ ସେବା ସମାଜ ସଭାପତି ଏହାକୁ ନେଇ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନ୍‌ରେ ତାଲିବାନ ଭୟ, ଭାରତର ଶରଣ ନେଉଛନ୍ତି ସିଖ୍‌ ଓ ହିନ୍ଦୁ ସମୁଦାୟ
ଆଫଗାନିସ୍ତାନ୍‌ରେ ତାଲିବାନ ଭୟ, ଭାରତର ଶରଣ ନେଉଛନ୍ତି ସିଖ୍‌ ଓ ହିନ୍ଦୁ ସମୁଦାୟ

ହାଇଦ୍ରାବାଦ: ଆତଙ୍କୀ ସଂଗଠନ ତାଲିବାନ ହାତକୁ ଆଫଗାନିସ୍ତାନ ଯିବାପରେ ଲଗାତାର ସେଠାରୁ ହିନ୍ଦୁ ଓ ସିଖ୍‌ ସମୁଦାୟଙ୍କ ପଳାୟନ ଜାରି ରହିଛି । ଗୁରୁବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୨୧ ଜଣ ସିଖ୍‌ ସମ୍ପ୍ରଦାୟର ବ୍ୟକ୍ତି ପଞ୍ଜାବ ଆସି ପହଞ୍ଚିବେ । ବାଲା ପ୍ରୀତମ ସେବା ସମାଜ ସଭାପତି ଏହାକୁ ନେଇ ସୂଚନା ଦେଇଛନ୍ତି ।

ତାଲିବାନ ଶାସନ ପରେ ଆଫାଗାନିସ୍ତାନରେ ସ୍ଥିତି ଅଶାନ୍ତ ରହିଛି । କିଛି ଦିନ ପୂର୍ବରୁ କାବୁଲ୍‌ରେ ଥିବା ଇ-ପରୱାନ୍‌ ଗୁରୁଦ୍ବାରରେ କିଛି ଆତଙ୍କୀ ବିସ୍ଫୋରଣ କରିଥିଲେ । ଏହାପରେ ସେଠାରେ ଥିବା ସିଖ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଯେତେ ଶୀଘ୍ର ସମ୍ଭବ ଆଫଗାନିସ୍ତାନରେ ଥିବା ଶିଖ୍‌ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ।

ଗୁରୁବାର ଆଫଗାନିସ୍ତାନରୁ ସିଖ୍‌ ସମୁଦାୟ ଆସି ପହଞ୍ଚିବା ପରେ ସେମାନଙ୍କୁ ପଞ୍ଜାବର ଗୁରୁ ଅର୍ଜନ ଦେବ ଗୁରୁଦ୍ବାର, ତିଲକ ନଗର ଓ ଦିଲ୍ଲୀରେ ଥିବା ଗୁରୁଦ୍ବାରକୁ ନିଆଯିବ । ସୂଚନା ମୁତାବକ ଏବେବି ସେଠାରେ ମୋଟ ୧୩୫ ସିଖ୍‌ ଓ ହିନ୍ଦୁ ଭାରତ ଆସିବାକୁ ଭିସା ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କ ଆବେଦନ ପତ୍ରକୁ ଭାରତ ସରକାରଙ୍କ ଅନୁମତି ମିଳିନାହିଁ ।

ABOUT THE AUTHOR

...view details