ଓଡିଶା

odisha

By

Published : Jan 12, 2022, 12:28 PM IST

ETV Bharat / bharat

Fish Processing Plantରେ ବିଷାକ୍ତ ଗ୍ୟାସ୍‌ ଲିକ, 20 ଅସୁସ୍ଥ

କର୍ଣ୍ଣାଟକ ବାଇକମ୍ପାଡି ଶିଳ୍ପାଞ୍ଚଳର ଏଭରେଷ୍ଟ ସାଗର ଫୁଡ୍ସ ପ୍ରାଇଭେଟ ଲିମିଟେଡର ନାମକ ଏକ ଫିସ ପ୍ରୋସେସିଙ୍ଗ ପ୍ଲାଣ୍ଟରେ ଗ୍ୟାସ ଲିକ ହୋଇ ୨୦ ଜଣଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

କର୍ଣ୍ଣାଟକର ଏକ ଫିସ ପ୍ରୋସେସିଙ୍ଗ କାରଖାନାରେ ଗ୍ୟାସ ଲିକ : ୨୦ ଜଣ ଡାକ୍ତର ଖାନାରେ ଭର୍ତ୍ତି
କର୍ଣ୍ଣାଟକର ଏକ ଫିସ ପ୍ରୋସେସିଙ୍ଗ କାରଖାନାରେ ଗ୍ୟାସ ଲିକ : ୨୦ ଜଣ ଡାକ୍ତର ଖାନାରେ ଭର୍ତ୍ତି

ବେଙ୍ଗାଲୁରୁ: ଗତକାଲି କର୍ଣ୍ଣାଟକ ବାଇକମ୍ପାଡି ଶିଳ୍ପାଞ୍ଚଳର ଏଭରେଷ୍ଟ ସାଗର ଫୁଡ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ଫିସ ପ୍ରୋସେସିଙ୍ଗ ପ୍ଲାଣ୍ଟରେ ରାସାୟନିକ ଗ୍ୟାସ ଲିକ୍ ହୋଇଥିଲା । ଫଳରେ କର୍ମଚାରୀମାନେ ଅଣନିଶ୍ବାସୀ ହୋଇପଡିଥିଲେ । ସେଥିରୁ 20 ଜଣ ଅସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମୟରେ ପ୍ରାୟ ୮୦ଜଣ କର୍ମଚାରୀ ଥିବା ନେଇ ପୋଲିସ କମିଶନର ଏନ ଶଶିକୁମାର ସୂଚନା ଦେଇଛନ୍ତି ।

ରାସାୟନିକ ଗ୍ୟାସ ଲିକ୍ ହେବା ଫଳରେ ୨୦ ଜଣ କର୍ମଚାରୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ । କେଉଁ ପରିସ୍ଥିତିରେ ଏହିପରି ଘଟଣା ଘଟିଛି ତାହାର କାରଣ ଏପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇନାହିଁ ।

For All Latest Updates

TAGGED:

ABOUT THE AUTHOR

...view details