ଓଡିଶା

odisha

ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ୟାମ୍ପରେ ହଲଚଲ, ପଦ୍ମ ଧରିଲେ ମଣିପୁର ପିସିସି

By

Published : Aug 1, 2021, 10:53 PM IST

ବିଜେପିରେ ସାମିଲ ହେଲେ ପୂର୍ବତନ ମଣିପୁର କଂଗ୍ରେସ ଅଧ୍ୟକ୍ଷ । ବିଗତ କିଛି ଦିନରେ ମଣିପୁରରେ କଂଗ୍ରେସ ସଭାପତି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ସେପଟେ ଆସାମରେ ମଧ୍ୟ ଜଣେ କଂଗ୍ରେସ ବିଧାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

Manipur PCC chief and  Assam congress MLA join bjp
ମଣିପୁର କଂଗ୍ରେସ ଅଧ୍ୟକ୍ଷ, ଆସାମର କଂଗ୍ରେସ ବିଧାୟକ ବିଜେପିରେ ସାମିଲ

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ ମଣିପୁର କଂଗ୍ରେସ ଅଧ୍ୟକ୍ଷ । ବିଗତ କିଛି ଦିନରେ ମଣିପୁରରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ସେପଟେ ଆସାମରେ ମଧ୍ୟ ଜଣେ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।

ପୂର୍ବତନ ମଣିପୁର କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦାସ କୋନ୍ଥଞ୍ଜୁମ ବିଧିବଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟାଳୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଉପସ୍ଥିତିରେ ମଣିପୁର କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦାସ କୋନ୍ଥଞ୍ଜୁମ ଗେରୁଆ କ୍ୟାମ୍ପରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରେ ମଣିପୁରରେ ବିକାଶ କାର୍ଯ୍ୟ ଅଗ୍ରଗତି କରିଛି । ପୂର୍ବରୁ କେବଳ ଆନ୍ଦୋଳନ, ପ୍ରତିବାଦ, ଉଗ୍ରବାଦ ଶାସନ ଚାଲିଥିଲା ବୋଲି ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗୋବିନ୍ଦାସ କୋନ୍ଥଞ୍ଜୁମ ବିଷ୍ଣୁପୁର ବିଧାନସଭା ଆସନରୁ କଂଗ୍ରେସରୁ ଛଅ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ । ୨୦୨୦ରେ ତାଙ୍କୁ ଦଳର ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ବ ଦିଆଯାଇଥିଲା । ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନଜରରେ ରଖି ବିଜେପି ଏବେଠାରୁ ହିଁ ଦଳରେ ସଂଗଠନକୁ ସଜାଡିବା ପ୍ରକ୍ରିୟା ଆରମ୍ଭ କରିଛି ।

ସେପଟେ ଆସମରେ ମଧ୍ୟ ଆଉ ଜଣେ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଆସାମର କଂଗ୍ରେସ ବିଧାୟକ ସୁଶାନ୍ତ ବୋରାଗାଁହ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଗୌହାଟୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ସୁଶାନ୍ତ ବୋରାଗାଁହ । ସେ ଆସାମର ଥୱରା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ସେ କଂଗ୍ରେସରେ ଅନ୍ତଃକନ୍ଦଳକୁ ଦ୍ବାୟୀ କରି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଚଳିତବର୍ଷ ବିଧାନସଭା ନର୍ବାଚନରେ ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବରେ ଆସାମରେ ସରକାର ଗଠନ ହେବା ପରେ କଂଗ୍ରେକ ଅଧିକ ଦୁର୍ବଳ ହୋଇଯାଇଛି ।

ABOUT THE AUTHOR

...view details