ଓଡିଶା

odisha

By

Published : Jun 28, 2022, 10:29 PM IST

ETV Bharat / bharat

Maharashtra Political Crisis: ବାଲା ସାହେବ ସୁରକ୍ଷିତ ରଖିଥିଲେ ମୋଦିଙ୍କ ଭବିଷ୍ୟତ !

ମେଣ୍ଟ ସରକାରର ନେତୃତ୍ବ ନେଉଥିବା ଶିବସେନାର ଅସ୍ତିତ୍ବ ଏବେ ବାଜିରେ ଲାଗିଛି । ହିନ୍ଦୁ ହୃଦୟ ସମ୍ରାଟ ଦିବଂଗତ ବାଲ ଠାକରେ (Bal Thackeray) 1966 ମସିହାରେ ହିନ୍ଦୁତ୍ବ ବିଚାରଧାରା ଓ ମରାଠୀ ଅସ୍ମିତାକୁ ନେଇ ଯେଉଁ ଦଳ ଗଠନ କରିଥିଲେ ଏବେ ତାଙ୍କ ଅନ୍ତେ ତାଙ୍କରି ଦଳ ବିଭାଜନର ଦ୍ବାରଦେଶରେ ପହଞ୍ଚିଛି । ବାଲ ଠାକରେ କେବେ କଳ୍ପନା କରିନଥିବେ ଯେ ତାଙ୍କ ଦ୍ବାରା ଗଠିତ ଦଳ ତାଙ୍କରି ପ୍ରଦେଶରେ ଦିନେ ଏଭଳି ସଂକଟ ସାମନା କରିବ । ଅଧିକ ପଢନ୍ତୁ

ବାଲା ସାହେବ ସୁରକ୍ଷିତ ରଖିଥିଲେ ମୋଦିଙ୍କ ଭବିଷ୍ୟତ !
ବାଲା ସାହେବ ସୁରକ୍ଷିତ ରଖିଥିଲେ ମୋଦିଙ୍କ ଭବିଷ୍ୟତ !

ହାଇଦ୍ରାବାଦ: ମହାରାଷ୍ଟ୍ର ରାଜନୈତିକ ସଂକଟ (Maharashtra Political Crisis) ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ମହା ଅଘାଡି ବିକାଶ( Maha Vikas Aghadi) ସରକାରର ଭବିଷ୍ୟତ ଏବେ ଅନିଶ୍ଚିତାରେ ରହିଛି । କେତେବେଳେ ବି ସରକାରର ପତନ ଘଟିପାରେ । ମେଣ୍ଟ ସରକାରର ନେତୃତ୍ବ ନେଉଥିବା ଶିବସେନାର ଅସ୍ତିତ୍ବ ଏବେ ବାଜିରେ ଲାଗିଛି । ହିନ୍ଦୁ ହୃଦୟ ସମ୍ରାଟ ଦିବଂଗତ ବାଲ ଠାକରେ (Bal Thackeray) 1966 ମସିହାରେ ହିନ୍ଦୁତ୍ବ ବିଚାରଧାରା ଓ ମରାଠୀ ଅସ୍ମିତାକୁ ନେଇ ଯେଉଁ ଦଳ ଗଠନ କରିଥିଲେ ଏବେ ତାଙ୍କ ଅନ୍ତେ ତାଙ୍କରି ଦଳ ବିଭାଜନର ଦ୍ବାରଦେଶରେ ପହଞ୍ଚିଛି । ବାଲ ଠାକରେ କେବେ କଳ୍ପନା କରିନଥିବେ ଯେ ତାଙ୍କ ଦ୍ବାରା ଗଠିତ ଦଳ ତାଙ୍କରି ପ୍ରଦେଶରେ ଦିନେ ଏଭଳି ସଂକଟ ସାମନା କରିବ । ସେଥିପାଇଁ ତ ନିଜ ଦଳର ଭବିଷ୍ୟତ, ହିନ୍ଦୁତ୍ବ ବିଚାରଧାରା ଓ ମରାଠା ଲୋକଙ୍କ ସ୍ବାଭିମାନ ପାଇଁ ବିଜେପି ସହିତ ମେଣ୍ଟ କରିଥିଲେ । ହେଲେ କେବେ ନିଜେ ନିର୍ବାଚନ ଲଢି ନଥିବା କି ପରିବାରରୁ କାହାକୁ ନିର୍ବାଚନ ଲଢିବା ପାଇଁ ଅନୁମତି ଦେଇନଥିବା ବାଲା ସାହେବଙ୍କ ପରବର୍ତ୍ତୀ ବଂଶଧର ନିର୍ବାଚନ ଲଢିଲେ । ଆଉ କ୍ଷମତାକୁ ଆସି ଦଳର ଅସ୍ତିତ୍ବକୁ ବିପଦକୁ ଠେଲି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ହେଲେ ଶିବସେନା(Shiv Sena) ଆଜି କାହିଁକି ବିପଦରେ? ଦଳକୁ କିଏ କରୁଛି ବିଭାଜନ? କାହିଁକି ଖଳନାୟକ ବାହାରିଲେ ଏକନାଥ ସିନ୍ଧେ ? ଦଳ ବାଲ ଠାକରେଙ୍କ ନୀତି ଆଦର୍ଶରୁ ଦୂରେଇ ଗଲା କି? ଯେଉଁ ବିଜେପି ସହିତ ଦିନେ ଶିବସେନା ଏକମନ ଏକ ପ୍ରାଣ ହୋଇ ନିର୍ବାଚନ ଲଢୁଥିଲା ପ୍ରତ୍ୟେକ ପ୍ରସଙ୍ଗରେ ପରସ୍ପର ସହିତ ଛିଡା ହେଉଥିଲେ ଆଜି କାହିଁକି ଉଭୟ ଶତ୍ରୁ ପାଲଟି ଗଲେ । ଶିବସେନାରେ ସଂକଟ ପାଇଁ କଣ ବିଜେପି ଦାୟୀ ? କାହିଁକି ବିଜେପିକୁ ଦାୟୀ କରୁଛି ଶିବସେନା । ଏହାରି ପଛରେ ରହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି । ମୋଦି ରଖିଲେନି କି ବାଲ ଠାକରେଙ୍କ ସମ୍ମାନ ? କାହିଁକି ମୋଦିଙ୍କୁ ବିଶ୍ବାସଘାତକ କହୁଛି ଶିବସେନା ? କଣ ରହିଛି ପରଦା ପଛର ଘଟଣା?

ଏହି ପ୍ରସଙ୍ଗକୁ ନେଇ ଶିବସେନା ସାଂସଦ ତଥା 2019 ରେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବା ସାଂସଦ ଅରବିନ୍ଦ ସ୍ବାୱନ୍ତ(Arvind Sawant) କହିଛନ୍ତି, 2002 ରେ ଶିବସେନା ସଂସ୍ଥାପକ ବାଲ ଠାକରେ (Shiv sena Founder Bal Thackeray) ମୋଦିଙ୍କ ଭବିଷ୍ୟତ ସୁରକ୍ଷିତ ରଖିଥିଲେ । ସେତେବେଳେ ନରେନ୍ଦ୍ର ମୋଦି (Narendra Modi) ଙ୍କ ପଦକୁ ନେଇ ଖଣ୍ଡା ଝୁଲୁଥିଲା । ହେଲେ ବାଲା ସାହେବ ମୋଦିଙ୍କ ସମର୍ଥନରେ ଛିଡା ହୋଇଥିଲେ । ମୋଦିଙ୍କୁ ମାର୍ଗଦର୍ଶନ ଦେଇଥିଲେ । ମୋଦିଙ୍କ ପାଇଁ ଲାଲକୃଷ୍ଣ ଆଡଭାଣୀ (Lal Krishna Advani) ଙ୍କ ସହ ଆଲୋଚନା କରିଥିଲେ । ଘଟଣାକୁ ବର୍ଣ୍ଣନା କରି ସାୱନ୍ତ କହିଛନ୍ତି 2002 ଗୁଜୁରାଟ ଦଙ୍ଗା(Gujarat riots ) ପରେ ପରେ ମୁଖ୍ୟମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଷ୍ପତି ନେଇସାରିଥିଲେ । ହେଲେ ବାଲା ସାହେବ ଓ ଆଡଭାଣୀ ମୋଦିଙ୍କ ସମର୍ଥନରେ ଆସି ଅଟଳଙ୍କୁ ବୁଝାଇଥିଲେ । ଦଳର ଭବିଷ୍ୟତ ଓ ରାଜ୍ୟର ଆବଶ୍ୟକତା ପାଇଁ ମୋଦିଙ୍କୁ ହଟାଇବା ଭୁଲ ହେବ ବୋଲି କହିଥିଲେ । ବାଲ ଠାକରେ ଅନ୍ତିମ ସମୟ ପର୍ଯ୍ୟନ୍ତ ମୋଦିଙ୍କ ସପକ୍ଷରେ ରହିଥିଲେ । କେବେ ତାଙ୍କୁ ଭୁଲ ମାର୍ଗ ଦେଖାଇ ନାହାଁନ୍ତି କି, ଧକ୍କା ଦେଇ ନାହାଁନ୍ତି । ହେଲେ ସେହି ମୋଦି ଆଜି ବାଲା ସାହେବଙ୍କୁ ଧକ୍କା ଦେଲେ ବୋଲି କ୍ଷୋଭର ସହିତ କହିଛନ୍ତି ସାୱନ୍ତ ।

ସାୱନ୍ତ ଆହୁରି କହିଛନ୍ତି ଖାଲି 2002 ଦଙ୍ଗା ନୁହେଁ, 2006 ନର୍ମଦା ଆନ୍ଦୋଳନ(Narmada Bachao Andolan) ବେଳେ ମଧ୍ୟ ବାଲା ସାହେବ ମୋଦିଙ୍କ ସପକ୍ଷରେ ଦୃଢ ଭାବେ ଛିଡା ହୋଇଥିଲେ । ଆଉ ସେତେବେଳେ ମୋଦିଙ୍କୁ ସମର୍ଥନ ଦେବ ପାଇଁ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ପଠାଇଥିଲେ । ଏହାବାଦ ଆଉ ଏକ ଘଟଣାକୁ ମନେ ପକାଇ ସାୱନ୍ତ କହିଛନ୍ତି ବାଲା ସାହେବ 2008 ରେ ବିଜେପିକୁ ଏକ ବଡ ସହଯୋଗ କରିଥିଲେ । ମହାରାଷ୍ଟ୍ର ବିଜେପିର ଦକ୍ଷ ଧୂରନ୍ଧର ନେତା ଥିବା ସ୍ବର୍ଗତ ଗୋପୀନାଥ ମୁଣ୍ଡେ (Gopinath Munde) ବିଜେପି ଛାଡି ଶିବସେନାରେ ସାମିଲ ହେବା ପାଇଁ ମନସ୍ଥ କରିଥିଲେ । ହେଲେ ବାଲା ସାହେବ ଗୋପୀନାଥଙ୍କୁ ତାଙ୍କର ମୂଳ ଦଳରେ ରହି କାମ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଲାଲକୃଷ୍ଣ ଆଡଭାଣୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଯେଉଁ ମୋଦି ସେହି ଗୋପୀନାଥଙ୍କୁ ନିଜ ପ୍ରଥମ କାର୍ଯ୍ୟକାଳରେ କ୍ୟାବିନେଟ ମନ୍ତ୍ରୀ କରିଥିଲେ ।

ସେହିଭଳି 2001ରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ (Keshubhai Patel) ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି କେଶୁଭାଇ ଶିବସେନାରେ ସାମିଲ ହେବାକୁ ଇଛା କରିଥିଲେ । କିନ୍ତୁ ବାଲା ସାହେବ କେଶୁଭାଇଙ୍କୁ ନିଜ ଦଳ ନଛାଡିବାକୁ ପରାମର୍ଶ ଦେଇଥିଲେ । ଦଳରେ ରହି ଦଳପାଇଁ କାମ କରିବାକୁ କହିଥିଲେ । ଯାହା ମତଭେଦ ଥିଲା ଅଟଳ ଆଡଭାଣୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ବାଲା ସାହେବ ନିଜ ଉଦ୍ୟମ କରିଥିଲେ ।

ସାୱନ୍ତ କହିଛନ୍ତି ବାଲା ସାହେବ କେବେ ବି ବିଜେପି ବିରୋଧରେ ଯାଇ ନାହାଁନ୍ତି । ବିଜେପିକୁ ଆଜୀବନ ସମର୍ଥନ ଦେଇଆସିଥିଲେ । ବିଜେପିକୁ ଅନେକ ସଂକଟରୁ ଉଦ୍ଧାର କରିଥିଲେ । ମୋଦିଙ୍କ ଭବିଷ୍ୟତ ସୁରକ୍ଷିତ ରଖିଥିଲେ । ହେଲେ ସେହି ମୋଦି ଆଜି ବାଲା ସାହେବଙ୍କ ଅବଦାନ ବଳିଦାନକୁ ଭୁଲି ଗଲେ । ଆଉ ବାଲା ସାହେବଙ୍କୁ ହିଁ ଅସମ୍ମାନ କଲେ । ତାଙ୍କରି ଦଳକୁ ବିଲୋପ କରିବା ପାଇଁ ଆଖି ବନ୍ଦ କରି ସମର୍ଥନ କଲେ । ଯାହା ବାଲା ସାହେବଙ୍କୁ ଆଜି କଷ୍ଟ ଦେଉଥିବା ବୋଲି କହିଛନ୍ତି ଅରବିନ୍ଦ ସାୱନ୍ତ ।

ABOUT THE AUTHOR

...view details