ଓଡିଶା

odisha

ପ୍ରେମିକାକୁ ମାରିବା ପାଇଁ ସୁପାରୀ ଦେଲା ପ୍ରେମିକ

By

Published : Dec 5, 2022, 11:08 PM IST

ପ୍ରେମିକାକୁ ମାରିବା ପାଇଁ ସୁପାରୀ ଦେଲା ପ୍ରେମିକ । ବିବାହ ପାଇଁ ଜିଦି କରିବାରୁ ନିଜ ପ୍ରେମିକାକୁ ୭୦ ହଜାର ଟଙ୍କାର ସୁପାରୀ ଦେଇ ହତ୍ୟା କଲା ପ୍ରେମିକ । ଅଧିକ ପଢନ୍ତୁ

ପ୍ରେମିକାକୁ ମାରିବା ପାଇଁ ସୁପାରୀ ଦେଲା ପ୍ରେମିକ
ପ୍ରେମିକାକୁ ମାରିବା ପାଇଁ ସୁପାରୀ ଦେଲା ପ୍ରେମିକ

କାନପୁର: ପ୍ରେମିକାକୁ ମାରିବା ପାଇଁ ସୁପାରୀ ଦେଲା ପ୍ରେମିକ । ପ୍ରେମ ପାଇଁ କିଏ ଜୀବନ ଦେଇଛି ତ କିଏ ଜୀବନ ନେଇଥିବା ଖବର ଅନେକ ସମୟରେ ଶିରୋନାମା ପାଲଟିଛି । ନିକଟରେ ନିଜ ପ୍ରେମିକାକୁ ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପୁଣି ଆଉ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ କାନପୁରର ଜଣେ ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଯୁକ୍ତ ପ୍ରେମିକ ପ୍ରେମ୍ ପ୍ରେମିକା ସୁଶୀଳା ସହିତ ଦୀର୍ଘ ଦିନରୁ ସମ୍ପର୍କ ରଖି ଆସିଥିଲା । ପରେ ପ୍ରେମିକା ଜଣକ ପ୍ରେମିକକୁ ବିବାହ କରିବା ପାଇଁ ଜିଦି କରିଥିଲା । ହେଲେ ଅଭିଯୁକ୍ତ ପ୍ରେମ୍ ପୂର୍ବରୁ ବିବାହ କରିଥିବାରୁ ସୁଶୀଳାକୁ ବିବାହ କରିବାକୁ ରାଜି ନଥିଲା । ସୁଶୀଳାକୁ ନିଜ ରାସ୍ତାରୁ ହଟାଇବା ପାଇଁ ଅଭିଯୁକ୍ତ ପ୍ରେମ୍ ରଚିଥିଲା ହତ୍ୟା ଯୋଜନା । ଏନେଇ ଅଭିଯୁକ୍ତ ୭୦ ହଜାର ଟଙ୍କାର ସୁପାରୀ ମଧ୍ୟ ଦେଇଥିଲା ।

ହତ୍ୟା ଯୋଜନା ଅନୁଯାୟୀ ପ୍ରେମିକ ପ୍ରେମ୍ ସୁଶୀଳାକୁ ରାତିରେ ସ୍କୁଟିରେ ବୁଲାଇବା ନେଇଥିଲା । ଏହା ପରେ ପ୍ରେମ୍ ଓ ତାର ସାଙ୍ଗମାନେ ମିଶି ସୁଶୀଳାର ତଣ୍ଟି ଚିପିବା ସହିତ ପେଟରେ ଗୁଳି କରି ହତ୍ୟା କରିଥିଲେ । ପରେ ହତ୍ୟାକାରୀମାନେ ମର ଶରୀରକୁ କିସାନ ନଗର ରୋଡ ନିକଟରେ ଫିଙ୍ଗି ଦେଇଥିଲେ ।

ଗୁରୁବାର କମିଶନରେଟ ପୋଲିସ କିସାନ ନଗର ରୋଡ ନିକଟରୁ ଏକ ମହିଳାଙ୍କ ମର ଶରୀର ଉଦ୍ଧାର କରିଥିଲା । ଏହା ପରେ ମୃତକଙ୍କ ପରିଚୟ ସୁଶୀଳା ବୋଲି ଜଣା ପଡିଥିଲା । ପରିବାର ଲୋକେ ଏହି ଘଟଣା ବାବଦରେ ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲା ଆଧାରରେ ସୁଶୀଳାଙ୍କ ପ୍ରେମିକ ପ୍ରେମ୍ ସହିତ ସାଙ୍ଗମାନଙ୍କୁ ଗିରଫ କରିଛି ପୋଲିସ୍ । ଏନେଇ ଏଡିସିପି ଅଙ୍କିତ୍ ଶର୍ମା କହିଛନ୍ତି ଯେ ଅଭିଯୁକ୍ତ ପ୍ରେମ୍ ସହିତ ଅନ୍ୟ ସାଥୀମାନଙ୍କୁ ଗିରଫ କରିଛି ପୋଲିସ୍ । ଫେରାର ରହିଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ।

ABOUT THE AUTHOR

...view details