ଓଡିଶା

odisha

By

Published : Jul 30, 2021, 9:54 PM IST

ETV Bharat / bharat

କମ ମାର୍କ ଆଣିଥିବା ଛାତ୍ରଛାତ୍ରୀଙ୍କ ଏମିତି ଉତ୍ସାହ ବଢାଇଲେ ମୋଦି

CBSE ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ଶିକ୍ଧଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କମ ମାର୍କ ଆଣିଥିବା ଛାତ୍ରଛାତ୍ରୀଙ୍କ ଏମିତି ଉତ୍ସାହ ବଢାଇଲେ ମୋଦି...
କମ ମାର୍କ ଆଣିଥିବା ଛାତ୍ରଛାତ୍ରୀଙ୍କ ଏମିତି ଉତ୍ସାହ ବଢାଇଲେ ମୋଦି...

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତୀର୍ଣ୍ଣ ହୋଇଥିବା ବ୍ୟାଚ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡରେ ଦେଖା ଦେଇଥିବା ସଙ୍କଟ ପରିସ୍ଥିତିରେ ସଫଳତା ପ୍ରଦର୍ଶନ କରିଦେଖାଇଛନ୍ତି । ଶିକ୍ଷା ଜଗତରେ ଅନେକ ପରିବର୍ତ୍ତନ ଘଟିଛି । ତଥାପି ନୂଆ ପରିସ୍ଥିତି ସହିତ ଖାପ ଖୁଆଇ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଥିବାରି ଗର୍ବିତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହପରି ପରୀକ୍ଷାରେ ଅସଫଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁମାନେ ଅନୁଭବ କରୁଛନ୍ତି, ସେମାନେ ଅଧିକ ପରିଶ୍ରମ କରିଥାନ୍ତେ କିମ୍ବା ଆହୁରି ଭଲ ପ୍ରଦର୍ଶନ କରିବାରଥିଲା, ମୁଁ କହିବାକୁ ଚାହେଁ ଯେ ନିଜ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କର ଓ ମୁଣ୍ଡ ଉଚ୍ଚା କରି ଆଗକୁ ବଢ । ଏକ ଉଜ୍ଜ୍ୱଳ ଏବଂ ସୁଯୋଗ ଭରିରହିଥିବା ଭବିଷ୍ୟତ ଅପେକ୍ଷା କରିଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତିଭାର ଶକ୍ତିପୁଞ୍ଜ ବୋଲି କହିଛନ୍ତି ପିଏମ ।

ସିବିଏସଇ ରେକର୍ଡସଂଖ୍ୟକ ପାସ ହାର ହାସଲ କରିବା ଖୁସିର ବିଷୟ । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ପରିଶ୍ରମ ପ୍ରଶଂସନୀୟ ବୋଲି ଟ୍ବିଟ କରିଛନ୍ତି ଧର୍ମେନ୍ଦ୍ର । କୃତି ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇର ଦ୍ୱାଦଶ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବାବେଳେ ଚଳିତବର୍ଷ ପାସ୍ ହାର ରହିଛି ୯୯.୩୭ । କୋରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବିକଳ୍ପ ପଦ୍ଧତିରେ ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details