ଓଡିଶା

odisha

ସିଙ୍ଗାପୁର ଏୟାର ସୋ’ରେ ସାମିଲ ହେବ Tejas, ବିଶ୍ବ ଦେଖିବ ଯୁଦ୍ଧ ବିମାନର ତେଜ୍

By

Published : Feb 12, 2022, 5:30 PM IST

ସିଙ୍ଗାପୁର ଏୟାର ସୋ’ରେ ଅଂଶଗ୍ରହଣ କରିବ ସ୍ବଦେଶୀ ଯୁଦ୍ଧ ବିମାନ ତେଜସ । ସୂଚନା ଦେଲା ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ

ସିଙ୍ଗାପୁର ଏୟାର ଶୋରେ ସାମିଲ ହେବ ତେଜସ
ସିଙ୍ଗାପୁର ଏୟାର ଶୋରେ ସାମିଲ ହେବ ତେଜସ

ନୂଆଦିଲ୍ଲୀ: କିଛି ଦିନ ପରେ ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ଏୟାର ସୋ’ ରେ ଅଂଶଗ୍ରହଣ କରିବ ସ୍ବଦେଶୀ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ । ଆଜି ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏୟାରଫୋର୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏୟାର ସୋ’ରେ ଅଂଶଗ୍ରହଣ କରିବା ଦ୍ୱାରା ତେଜସ୍ ବିମାନର ବୈଷୟିକ ଏବଂ ଉଡାଣ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତକୁ ଆଉ ଏକ ଅବସର ମିଳିପାରିବ ।

ହିନ୍ଦୁସ୍ଥାନ ଏରୋନେଟିକ ଲିମିଡେଟ (HAL) ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁୁକା ଲଢୁଆ ବିମାନ ତେଜସ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଗତବର୍ଷ ଦୁବାଇରେ ଆୟୋଜିତ ହୋଇଥିବା ଏୟାର ସୋ’ରେ ତେଜସ ଭାଗ ନେଇଥିଲା । ଦୁବାଇ ଆକାଶରେ ଉଡାଣ କୌଶଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭାରତୀୟ ଜ୍ଞାନକୌଶଳର ପରିଚୟ ମଧ୍ୟ ଦେଇଥିଲା ତେଜସ ।

ଦୁବାଇ ଏୟାର ସୋରେ ତେଜସ ସହ ସୂର୍ଯ୍ୟ କିରଣ ଟିମ ମଧ୍ୟ ଅଂଶଗ୍ରହଣ କରିଥିଲେ । ତେବେ ଦ୍ବିତୀୟ ଅନ୍ତର୍ଜାତୀୟ ଇଭେଣ୍ଟ ଭାବେ ସିଙ୍ଗାପୁର ଏୟାର ସୋ’ରେ ଅଂଶଗ୍ରହଣ କରିବା ପାଇଁ ତେଜସକୁ ମନୋନୀତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details