ଓଡିଶା

odisha

By

Published : Aug 23, 2021, 5:03 PM IST

Updated : Aug 23, 2021, 5:17 PM IST

ETV Bharat / bharat

ପଞ୍ଚଭୂତରେ ବିଲୀନ ହେଲେ କଲ୍ୟାଣ ସିଂହ

ରାଷ୍ଟ୍ରୀୟ ସମ୍ମାନ ସହିତ ବୁଲନ୍ଦସହରର ନାରୋରା ରାଜଘାଟରେ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ପୁଅ ରାଜବୀର ଦେଇଛନ୍ତି ମୁଖାଗ୍ନି । ଅଧିକ ପଢନ୍ତୁ...

ପଞ୍ଚଭୂତରେ ବିଲୀନ ହେଲେ କଲ୍ୟାଣ ସିଂହ
ପଞ୍ଚଭୂତରେ ବିଲୀନ ହେଲେ କଲ୍ୟାଣ ସିଂହ

ଲକ୍ଷ୍ନୌ: ପଞ୍ଚଭୂତରେ ବିଲୀନ ହୋଇଛି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ସମ୍ମାନ ସହିତ ବୁଲନ୍ଦସହରର ନାରୋରା ରାଜଘାଟରେ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ପୁଅ ରାଜବୀର ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ।

୨୧ ଅଗଷ୍ଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ କଲ୍ୟାଣ ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କଲ୍ୟାଣ । ତାଙ୍କ ଅନ୍ତିମ ସଂସ୍କାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ବଡ ନେତା ଉପସ୍ଥିତ ଥିଲେ ।

ନାରୋରାର ଘାଟରେ କଲ୍ୟାଣ ସିଂଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନ ୩ଟା ସମୟରେ କଲ୍ୟାଣ ସିଂଙ୍କ ମରଶରୀର ଘାଟରେ ପହଞ୍ଚିଥିଲା। ମୁଖାଗ୍ନି ପରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବୈଦିକ ମନ୍ତ୍ରୋଚାରଣ । 20 କିଲୋଗ୍ରାମ ଚନ୍ଦନ କାଠ, 5 କ୍ବିଣ୍ଟାଲ ଆମ୍ବ କାଠ, 50 କିଲୋଗ୍ରାମ କେସର କର୍ପୂର, 60 କିଲୋଗ୍ରାମ ଘିଅରେ ଅନ୍ତିମ ସଂସ୍କାରର ବୈଦିକ ରୀତିନୀତି ପ୍ରକ୍ରିୟା ସମ୍ପନ୍ନ ହୋଇଛି ।

Last Updated : Aug 23, 2021, 5:17 PM IST

ABOUT THE AUTHOR

...view details